ଓଡିଶା

odisha

ଦୁଇ ବର୍ଷ ପରେ ପୁଣି ଥରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

By

Published : Apr 18, 2022, 10:15 PM IST

କୋଭିଡ ମହାମାରୀ ପରିସ୍ଥିତି ଯୋଗୁଁ ବନ୍ଦ ରହିଥିବା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଦୁଇ ବର୍ଷ ପରେ ପୁଣି ଥରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ
ଦୁଇ ବର୍ଷ ପରେ ପୁଣି ଥରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

ଭବାନୀପାଟଣା: କୋଭିଡ ମହାମାରୀ ପରିସ୍ଥିତି ଯୋଗୁଁ ବନ୍ଦ ରହିଥିବା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ(ସୋମବାର) ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗ ହର୍ଷଦଙ୍କ ଅଧକ୍ଷତାରେ ଆରକ୍ଷୀ ଅଧିକ୍ଷକ ଡକ୍ଟର ଶ୍ରବଣ ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଓ ସୁଶାନ୍ତ କୁମାର ପଟେଲ, PD-DRDA ସୌମେଶ ଉପାଧ୍ୟାୟ, ଉପଜିଲ୍ଲାପାଳ ଡକ୍ଟର ବିଶ୍ୱଜିତ୍ ଦାସଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଦୁଇ ବର୍ଷ ପରେ ପୁଣି ଥରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

ଏହି ଜନଶୁଣାଣି ଶିବିରରେ ମୋଟ୍ ୫୩ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୪୨ଟି ବ୍ୟକ୍ତିଗତ ସମସ୍ୟା ଜନିତ ଅଭିଯୋଗ ଓ ୧୧ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ୭ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଥିଲା । ସେଭଳି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କର୍ଲାମୁଣ୍ଡା ବ୍ଲକର ଗଜବହାଲ ଅଞ୍ଚଳର ଆନନ୍ଦିନି ସୁନାଙ୍କ ୯ ବର୍ଷର ଝିଅର ମେଡିକାଲ ସହାୟତା (ପ୍ଲାଷ୍ଟିକ ସର୍ଜରୀ) ପାଇଁ ୫୦୦୦ ଟଙ୍କା ଅନୁମୋଦନ କରିଥିଲେ ଜିଲ୍ଲାପାଳ ।

ଜନଶୁଣାଣୀ ଶିବିର ପୂର୍ବରୁ ଜିଲ୍ଲାପାଳ ସାମାଜିକ ଗଣମାଧ୍ୟମ, ମେଲ୍ ଓ ପତ୍ର ମାଧ୍ୟମରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ, ଜନଶୁଣାଣୀ ପୋର୍ଟାଲ ତଥା ଜିଲ୍ଲାପାଳଙ୍କ ଅଫିସକୁ ଆସିଥିବା ଆବେଦନର ଅଭିଯୋଗ ଓ ସମସ୍ୟା ସଂଯୁକ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀ ଠାରେ କେତେ କେଶ୍ ବାକି ଅଛି, କାହିଁକି ରହିଛି ଓ କେତେ ଦିନ ମଧ୍ୟରେ ସମାଧାନ ହେବ ଏହା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ସମସ୍ତ ଅଭିଯୋଗର ସମାଧାନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଜନଶୁଣାଣି ଶିବିର ମାସର ପ୍ରତ୍ୟେକ ସୋମବାର ଦିନ ହେବ ଏବଂ ପ୍ରତ୍ୟେକ ବ୍ଲକରେ ମଧ୍ୟ ଏହି ଶିବିର ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details