ଓଡିଶା

odisha

ସ୍ଥାୟୀ ନିଯୁକ୍ତି ଦାବିରେ ଡାକ୍ତରଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

By

Published : Oct 1, 2021, 6:14 PM IST

କଳାହାଣ୍ଡି ଜିଲ୍ଲାରେ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ୨୮ ଜଣ ଆୟୁଷ ଡାକ୍ତର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ସ୍ଥାୟୀ ନିଯୁକ୍ତିର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ସ୍ଥାୟୀ ନିଯୁକ୍ତି ଦାବିରେ ଡାକ୍ତରଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
ସ୍ଥାୟୀ ନିଯୁକ୍ତି ଦାବିରେ ଡାକ୍ତରଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ଭବାନୀପାଟଣା: ରାଜ୍ୟରେ ବିଭିନ୍ନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ଦିନରୁ ରାଜ୍ୟ ସରକାରଙ୍କ ନିକଟରେ ଗୁହାରୀ ଜଣାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହାକୁ ନେଇ ଆଜି (ଶୁକ୍ରବାର) କଳାହାଣ୍ଡି ଜିଲ୍ଲାରେ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ୨୮ ଜଣ ଆୟୁଷ ଡାକ୍ତର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏହାର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସ୍ଥାୟୀ ନିଯୁକ୍ତି ଦାବିରେ ଡାକ୍ତରଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

କୋଭିଡ଼ ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେମାନେ ଅହରହ ସେବା ଯୋଗାଇ ଆସିଛନ୍ତି । ସେହିପରି ସରକାରଙ୍କ ସମସ୍ତ ପ୍ରକାର ନିର୍ଦ୍ଦେଶକୁ ମାନି ସମସ୍ତ ଡାକ୍ତର କାମ କରୁଛନ୍ତି । ତେଣୁ, ରାଜ୍ୟ ସରକାରଙ୍କ ଏଥି ନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଉଚିତ ବୋଲି ପ୍ରକାଶ କରିଛନ୍ତି ଆୟୁଷ ଡାକ୍ତର ସଙ୍ଘ ।

ତେବ ଯଥାଶୀଘ୍ର ଏହାର କୌଣସି ସ୍ଥାୟୀ ସମାଧାନ କରା ନଯାଏ ତାହେଲେ ଡାକ୍ତର ମାନେ ଆଉ ସରକାରଙ୍କୁ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛି ସଙ୍ଘ।

କଳାହାଣ୍ଡିର ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details