ଓଡିଶା

odisha

ରାତି ପାହିଲେ ପ୍ରସିଦ୍ଧ ଛତର ଯାତ୍ରା, କଟକଣା ଜାରି

By

Published : Oct 23, 2020, 5:28 PM IST

ଶନିବାର ମା’ ମଣିକେଶ୍ବରୀଙ୍କ ଛତର ଯାତ୍ରା । ହେଲେ ଏଥର ନିରାଡମ୍ବର ଭାବେ ଏହାକୁ ପାଳନ କରାଯିବାକୁ ନେଇ ଗାଇଡଲାଇନ ଜାରି ବେଳେ ଭବାନୀପାଟଣା ପୌରାଞ୍ଚଳକୁ ଯାଆସରେ କଟକଣା ଜାରି ହୋଇଛି । ଅଧିକ ପଢନ୍ତୁ..

ରାତି ପାହିଲେ ପ୍ରସିଦ୍ଧ ଛତର ଯାତ୍ରା, କଟକଣା ଜାରି
ରାତି ପାହିଲେ ପ୍ରସିଦ୍ଧ ଛତର ଯାତ୍ରା, କଟକଣା ଜାରି

କଳାହାଣ୍ଡି: ରାତି ପାହିଲେ ଅନୁଷ୍ଠିତ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ତେବେ ଏଥର ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ପୁରୀ ରଥଯାତ୍ରା ଭଳି ମାଣିକେଶ୍ବରୀଙ୍କ ଛତର ଯାତ୍ରା ଆୟୋଜନ ହେବ ।

ରାତି ପାହିଲେ ପ୍ରସିଦ୍ଧ ଛତର ଯାତ୍ରା, କଟକଣା ଜାରି

ଏଥିପାଇଁ ୨୨ ତାରିଖ ମଧ୍ୟରାତ୍ରିରେ ଭବାନୀପାଟଣା ସହର ମଧ୍ୟକୁ ପ୍ରବେଶ ଉପରେ କଟକଣା ଲାଗାଯିବା ସହ ସହରରେ ୧୪୪ ଧାରା ଜାରି କରାଯାଇଛି । କେବଳ ମେଡିକାଲ ଓ ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତିତ କାହାକୁ ମଧ୍ୟ ଭବାନୀପାଟଣା ସହରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ।

ରାତି ପାହିଲେ ପ୍ରସିଦ୍ଧ ଛତର ଯାତ୍ରା, କଟକଣା ଜାରି

ପରମ୍ପରା ଅନୁଯାୟୀ ଶୁକ୍ରବାର ମଧ୍ୟରାତ୍ରିରେ ମାଣିକେଶ୍ବରୀଙ୍କ ବିଜୟ ପ୍ରତିମା ଛତରକୁ କେବଳ ୨୦ ଜଣ ସେବାୟତ ଓ ପାରମ୍ପରିକ ଜେନା ବାଦ୍ୟକାର ମନ୍ଦିରରୁ ବାହାର କରି ଜେନାଖାଲ ଯିବେ । ଜେନାଖାଲ ଠାରେ ବିଧିପୂର୍ବକ ପୂଜାନୀତି ପରେ ଶନିବାର ଭୋରରେ ଛତର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଏଥିରେ ପରମ୍ପରା ଅନୁଯାୟୀ କେବଳ ଗୋଟିଏ ମାତ୍ର ଘୁମୁରା ନୃତ୍ୟ ଦଳ ଛତର ସମ୍ମୁଖରେ ବାଦ୍ୟ ବଜାଇ ମନ୍ଦିର ପର୍ଯ୍ୟନ୍ତ ଆସିବାକୁ ଅନୁମତି ଦିଆଯାଇଛି । ଛତର ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତ ଓ ବାଦ୍ୟକାରଙ୍କ ଆଜି କୋଭିଡ ପରୀକ୍ଷା କରାଯାଇଛି।

ରାତି ପାହିଲେ ପ୍ରସିଦ୍ଧ ଛତର ଯାତ୍ରା, କଟକଣା ଜାରି

ଏହାବାଦ ଛତର ଯାତ୍ରାରେ କୌଣସି ଜନସାଧାରଣ କିମ୍ବା ଶ୍ରଦ୍ଧାଳୁ ସାମିଲ ହୋଇ ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ତେବେ ସୁରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଜାରି ହୋଇଛି । ଛତର ଯାତ୍ରା ପାଇଁ 10 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ନେଇ କାର୍ଯ୍ୟକ୍ରମ ରହିଛି ।

ପ୍ରଥମ ଥର ପାଇଁ ପ୍ରସିଦ୍ଧ ଛତର ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ ଶ୍ରଦ୍ଧାଳୁ ଦୁଃଖ ପ୍ରକାଶ କରିଥିଲା ବେଳେ ସମସ୍ତେ ଯେପରି ଯାତରାକୁ ଦେଖିପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ସୋସିଆଲ ମିଡିଆ ଓ ଟିଭିରେ ସିଧାପ୍ରସାରଣ ନେଇ କୁହାଯାଇଛି । ତେବେ ଏ ନେଇ ଏବେ ସୁଦ୍ଧା ସ୍ପଷ୍ଟିକରଣ ଦିଆଯାଇନାହାନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details