ଭବାନୀପାଟଣା:ଜୁନାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଶକ୍ତ ଧକ୍କା । କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଓବିସି ନେତା ତଥା ଗୋଲାମୁଣ୍ଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ବିଜେଡିରେ ଦୀର୍ଘ ଦିନରୁ ଏକ ସକ୍ରିୟ ସଦସ୍ୟ ଭାବରେ ରହିଥିବା ବେଳେ ଗତ ବିଧାନସଭା ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏପରିକି ଜୁନାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଥିଲେ ତୁଲେଶ୍ଵର ।
ଏହା ମଧ୍ୟ ପଢନ୍ତୁ: Dhamnagar By Election: ଲଢିବା ପାଇଁ ଆଗ୍ରହ ଦେଖାଇଲେ ଅନନ୍ତ ସେଠୀ
ବିଜେଡିରେ ତାଙ୍କୁ ଗୁରୁତ୍ବ ଦେଉ ନଥିବା ଅଭିଯୋଗ କରିବା ସହ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ତାଙ୍କୁ ଅଣଦେଖା କରୁଥିବା ନେଇ ସେ ସିଧା ସଳଖ ଅଭିଯୋଗ ଆଣିଛନ୍ତି । କଳାହାଣ୍ଡିର ଜଣେ ପ୍ରଭାବଶାଳୀ ଓବିସି ନେତା ଭାବରେ ବେଶ ପରିଚିତ ଥିବା ବେଳେ ତୁଲେଶ୍ୱର ବିଜେଡିରୁ ଇସ୍ତଫା ଦେବା ଘଟଣା ଆଗାମୀ ଦିନରେ ବିଜେଡିକୁ ବହୁଳ ଭାବରେ ଫରକ୍ ପକାଇବ ବୋଲି ରାଜନୀତି ସମିକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ତୁଲେଶ୍ୱର୍ ପଣ୍ଡରା ମାଳି ସମାଜର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବରେ ବର୍ତ୍ତମାନ ଦାୟିତ୍ଵ ବହନ କରୁଥିବାବେଳେ ଆଗାମୀ ଦିନରେ ସେ ଭକ୍ତ ଦାସଙ୍କ ନେତୃତ୍ୱରେ କଂଗେସରେ ଯୋଗଦାନ ଦେବାର ସମ୍ଭାବନା ରହିଛି ।