ଓଡିଶା

odisha

ଜମି ଜଳସେଚନ ଦାବିରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

By

Published : Dec 6, 2021, 5:31 PM IST

Updated : Dec 6, 2021, 5:51 PM IST

ରବି ଧାନଚାଷ ପାଇଁ ଇନ୍ଦ୍ରାବତୀ ବାମ କେନାଲ ପୋଢ଼ବେଡା ଡିଷ୍ଟ୍ରିବ୍ୟୁଟାରୀ ପର୍ଯ୍ୟନ୍ତ ଜଳସେଚନ ଦାବି କରି ମୁଖୀଗୁଡ଼ା ଇନ୍ଦ୍ରାବତୀ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଧିକ ପଢ଼ନ୍ତୁ

farmers protest at indrabati executive engineer office demanding irrigation of the land
ଜମିକୁ ଜଳ ସେଚନ ଦାବିରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ଭବାନୀପାଟଣା: ରବି ଧାନଚାଷ ପାଇଁ ଇନ୍ଦ୍ରାବତୀ ବାମ କେନାଲ ପୋଢ଼ବେଡା ଡିଷ୍ଟ୍ରିବ୍ୟୁଟାରୀ ପର୍ଯ୍ୟନ୍ତ ଜଳସେଚନ ଦାବି କରି ମୁଖୀଗୁଡ଼ା ଇନ୍ଦ୍ରାବତୀ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ସୋମବାର ଚାଷୀନେତା ଦେବେନ୍ଦ୍ର ପାଟଯୋଶୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଜମି ଜଳସେଚନ ଦାବିରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ଚାଷୀମାନେ ଜଳସେଚନ ଦାବିରେ ଆନ୍ଦୋଳନକୁ ବ୍ୟାପକ କରିଛନ୍ତି । ପୂର୍ବରୁ କଳାହାଣ୍ଡି ଜିଲ୍ଲାପାଳ ଇନ୍ଦ୍ରାବତୀର ନିର୍ବାହୀ ଯନ୍ତ୍ରୀଙ୍କୁ ଏନେଇ ଅବଗତ କରିଥିଲେ । ଅଭିଯୋଗ ପରେ ଚାଷୀଙ୍କୁ ଜଳସେଚନ ପାଇଁ ଚାଷୀ କମିଟି କରିବାକୁ ପ୍ରଶାସନ ଆଲୋଚନା କରିଥିଲା । ଉପ ଜିଲ୍ଲାପାଳଙ୍କ ଉପସ୍ଥିତରେ କୁସୁମଖୁଣ୍ଟି ଇନ୍ଦ୍ରାବତୀ ଡିଭିଜନ ଅଫିସରେ ଏହି ଆଲୋଚନା ହୋଇଥିଲା ।

ହେଲେ ଚାଷୀ କମିଟି ଗଠନ ହେବାପରେ ମଧ୍ୟ ପ୍ରଶାସନ ଓ ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀଙ୍କଠାରୁ କୌଣସି ପ୍ରତିଶ୍ରୁତି ମିଳନଥିଲା । ଫଳରେ ଆଜି(ସୋମବାର) ଶତାଧିକ ଚାଷୀ ମୁଖୀଗୁଡ଼ା ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ ଚାଷ ଜମିକୁ କରି ଜଳସେଚନ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

Last Updated : Dec 6, 2021, 5:51 PM IST

ABOUT THE AUTHOR

...view details