ଓଡିଶା

odisha

ଜଙ୍ଗଲ ଜମିକୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦାବି

By

Published : Jul 31, 2022, 12:38 PM IST

ଜଙ୍ଗଲ ଜମିକୁ ସରକାର ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ । ନଚେତ ଏକ ବଡ଼ ଆନ୍ଦାେଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଶତାଧିକ ଚାଷୀ । ଅଧିକ ପଢ଼ନ୍ତୁ

ଜଙ୍ଗଲ ଜମିକୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦାବି
ଜଙ୍ଗଲ ଜମିକୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦାବି

ଭବାନୀପାଟଣା:ଜଙ୍ଗଲ ଜମିକୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ । ଏହାସହ ଚାଷୀଙ୍କୁ ଏଥିରେ ସାମିଲ କରି ସେମାନଙ୍କୁ ଫସଲ ବୀମା ଯୋଗାଇ ଦିଆଯାଉ । ଏଭଳି ନାନା ନାରାବାଜି ଦେଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଚାଷୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ । ଏଠାରେ ଅନେକ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଆଯାଇଛି ।

ଜଙ୍ଗଲ ଜମିକୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦାବି

ଚାଷୀମାନେ ମଧ୍ୟ ସେହି ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଉକ୍ତ ଜଙ୍ଗଲ ଜମିକୁ ସରକାର ଫସଲ ବୀମା ଯୋଜନାରେ ସାମିଲ କରିନାହାନ୍ତି । ଯାହାପାଇଁ ଅନେକ କ୍ଷତି ସହୁଛନ୍ତି ଶତାଧିକ ଚାଷୀ । ଏପରିକି ଚାଷ ପାଇଁ ବୀମା କରି ପାରୁନାହାଁନ୍ତି ଚାଷୀ । ଏନେଇ ଆଜି ଶତାଧିକ ଚାଷୀ ସାମିଲ ହୋଇ ଧର୍ମଗଡ଼ ନୂଆପଡା କଦଳୀମୁଣ୍ଡା ଠାରେ ରାସ୍ତା ଅବରୋଧ କରିବା ସହ ଧାରଣା ଜାରି ରଖିଛନ୍ତି ।

ତେଣୁ ସରକାର ସମସ୍ତ ଜଙ୍ଗଲ ଜମିକୁ ବୀମା ଯୋଜନାରେ ସାମିଲ କରି ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ଦାବି କରିଛନ୍ତି ଚାଷୀ । ବର୍ତ୍ତମାନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଥିବା ବେଳେ କୌଣସି ସରକାରୀ ଘଟଣାସ୍ଥଳରେ ପହଁଞ୍ଚି ନଥିବା ସୂଚନା ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details