ଓଡିଶା

odisha

ଜଳସେଚନ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଚାଷୀ

By

Published : Oct 30, 2021, 7:38 PM IST

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି ପାଇଁ ଆଗାମୀ ରବି ଚାଷ ଓ ୨୦୨୩ ରବି ଚାଷ ପାଇଁ ଜଳସେଚନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି। ଏହାକୁ ଜୋରଦାର ବିରୋଧ କରିଛନ୍ତି କଳାହାଣ୍ଡି ଜିଲ୍ଲାର ଚାଷୀ । ଅଧିକ ପଢନ୍ତୁ....

farmer went to the district collector office for water in kalahandi
ପାଣି ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଚାଷୀ

କଳାହାଣ୍ଡି: ପାଣି ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ । ଆଉ କିଛି ଦିନ ମଧ୍ୟରେ ଶେଷ ହେବ ଖରିଫ ଚାଷ । ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି ପାଇଁ ଆଗାମୀ ରବି ଚାଷ ଓ ୨୦୨୩ ରବି ଚାଷ ପାଇଁ ଜଳସେଚନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି। ଏହାକୁ ଜୋରଦାର ବିରୋଧ କରିଛନ୍ତି କଳାହାଣ୍ଡି ଜିଲ୍ଲାର ଚାଷୀ ।

ବର୍ଷା ଅଭାବ କାରଣରୁ ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ନିମ୍ନଗାମୀ ହୋଇଛି। ବର୍ତ୍ତମାନ ସୁଦ୍ଧା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୧.୭୮ ରେ ପହଞ୍ଚିଥିବା ବେଳେ ଆଗାମୀ ଏକ ସପ୍ତାହ ପୁଣି 1 ମିଟର ପାଣି କମିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଅନେକ ଝରଣା ପ୍ରାୟ ଶୁଷ୍କ ରହିଥିବାବେଳେ ଜଳସ୍ତର ବୃଦ୍ଧି ହେବାର କୌଣସି ସମ୍ଭାବନା ନାହିଁ। ଏହି ସବୁ ଆକଳନ କରି ଜଳ ସେଚନ ବିଭାଗ ଆସନ୍ତା ରବି ଚାଷ ପାଇଁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ମାଧ୍ୟମରେ ଆରଡ଼ି ୭ କିଲୋମିଟର ମଧ୍ୟରେ ଥିବା ଥିବା ସିଆର ନଂ୧ ପର୍ଯ୍ୟନ୍ତ ଜଳ ସେଚନ କରାଯିବ ଓ ଏହାଦ୍ବାରା ୪୫୦୦ ହେକ୍ଟର ଚାଷ ଜମିରେ ଚାଷ କରାଯିବା ନେଇ ଘୋଷଣା କରାଯାଇଛି।

ପାଣି ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଚାଷୀ

ସେହିଭଳି ଉଠା ଜଳସେଚନ ମାଧ୍ୟମରେ ଆରଡି ୧୪.୯୨ କିଲୋମିଟର ଦୂରତ୍ବ ମଧ୍ୟରେ ଥିବା ସିଆର ୩ ପର୍ଯ୍ୟନ୍ତ ଜଳସେଚନ ଯୋଗାଇ ଦିଆଯିବ ଓ ଏହାଦ୍ବାରା ୫ ହଜାର ୫୦୦ ସହ ହେକ୍ଟର ଚାଷ ଜମିରେ ଜଳସେଚନ ଦିଆଯିବା ପାଇଁ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ବାମ ମୁଖ୍ୟ କେନାଲ ତଳ ମୁଣ୍ଡରେ ଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ମୁଖ୍ୟତଃ ଉଭୟ ବାମ ଓ ଡାହାଣ ମୁଖ୍ୟ କେନାଲ ମାଧ୍ୟମରେ ଜଳ ସେଚନ ପାଇଁ ଉଦ୍ଧିଷ୍ଟ। ଉଠା ଜଳସେଚନ ପାଇଁ ରବି ଜଳ ସେଚନ ଯୋଗାଇବା ପାଇଁ ସରକାର ସ୍ବୀକୃତ ଡିପିଆରରେ ଉଲ୍ଲେଖ କରାଯାଇନାହିଁ ।

ତେବେ କେଉଁ ପରିସ୍ଥିତିରେ ଜଳ ସେଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଠା ଜଳସେଚନ ଯୋଗାଇବା ପାଇଁ ନିଷ୍ପତ୍ତି ନେଲେ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି । ତେଣୁ ଏହାର ପୁନଃ ବିଚାର କରି କେବଳ ବାମ ମୁଖ୍ୟ କେନାଲ ମାଧ୍ୟମରେ ଜଳ ସେଚନ ଯୋଗାଇବା ପାଇଁ ଜିଲ୍ଲାର ବାନେର,ବିଜମରା, ପୋଡ଼ାଗୁଡା,ପୋଲକାମୁଣ୍ଡା ଆଦି ୧୦ ଖଣ୍ଡ ଗାଁର ଚାଷୀ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଯଥା ଶୀଘ୍ର ଏହାର ପୁନଃ ବିଚାର କରାନଗଲେ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details