ଓଡିଶା

odisha

ଧରାବତରଣ କରିବେ ଜଗତଜନନୀ, କଳାହାଣ୍ଡିରେ ଜୋରସୋରରେ ଚାଲିଛି ପ୍ରସ୍ତୁତି

By ETV Bharat Odisha Team

Published : Oct 17, 2023, 1:21 PM IST

କଳାହାଣ୍ଡିରେ ଜୋରସୋରେ ଚାଲିଛି ଦୁର୍ଗାପୂଜା ପ୍ରସ୍ତୁତି। ଚଳିତ ବର୍ଷ ଦୁର୍ଗାପୂଜାରେ ବହୁ ଲୋକଙ୍କ ସମାଗମ ହେବା ନେଇ ଆଶା। ଅଧିକ ପଢନ୍ତୁ

Durga Puja Preparation in kalahandi
Durga Puja Preparation in kalahandi

Durga Puja Preparation in kalahandi

ଭବାନୀପାଟଣା: ଜାରି ରହିଛି ନବରାତ୍ର ପୂଜା । ଆଉ ଦିନ କେଇଟା ପରେ ଧରାବତରଣ କରିବେ ଜଗତଜନନୀ ମା' ଦୁର୍ଗା । ନବରାତ୍ରକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ । ଦଶହରାକୁ ନେଇ ଚାରିଆଡ଼େ ଆରମ୍ଭ ହେଲାଣି ଉତ୍ସବର ମାହୋଲ । ଅନ୍ୟପଟେ ପୂଜା ମଣ୍ଡପଗୁଡିକରେ ମାଆଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦିଆଯାଉଛି। କଳାହାଣ୍ଡି ଜିଲ୍ଲା ସମେତ ଭବାନୀପାଟଣା ସହରରେ ଦୁର୍ଗାପୂଜାକୁ ନେଇ ଜୋରଦାର ପ୍ରସ୍ତୁତି ଜାରି ରହିଛି। ସେହିପରି ସାଜସଜ୍ଜା ପାଇଁ ତୋରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଦଶହରା ସମୟରେ ସହରର ଗଳିକନ୍ଦୀ ଚିକମିକ ଆଲୁଅରେ ଝଲସି ଉଠିବ ।

ସହରର ନକଗୁଡ଼ା ଦୁର୍ଗାପୂଜା କମିଟି ପକ୍ଷରୁ ନବରାତ୍ର ପୂଜା ଆରମ୍ଭ ହୋଇଛି। ଋଷିଆର ହର୍ମିଟେଜ ମ୍ୟୁଜିୟମ ସଦୃଶ୍ୟ ତୋରଣ ଏଠାରେ ନିର୍ମାଣ କରାଯାଉଥିବା ବେଳେ ମୀନାବଜାରର ଆୟୋଜନ କରାଯାଇଛି । ସେହିପରି ଜନତା ଦୁର୍ଗାପୂଜା କମିଟି ପକ୍ଷରୁ ମଧ୍ୟ ଲୋକଙ୍କ ମନେରଞ୍ଜନ ପାଇଁ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବିଶେଷ ଆକର୍ଷଣ ପାଇଁ ରାବଣ ପୋଡ଼ି ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିବା ପୂଜା କମିଟି ସଭାପତି ପ୍ରକାଶ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-ମାଆ ଭଣ୍ଡାରଘରଣୀଙ୍କ ନବରାତ୍ରୀ ପୂଜା ଆରମ୍ଭ, ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା କଡାକଡି

ସହରରେ ୧୧ଟି ସ୍ଥାନରେ ଦୁର୍ଗାପୂଜା ଆୟୋଜନ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ନେଇ ନିଷ୍ପତି ନିଆଯାଇଥିବା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷ ଦୁର୍ଗାପୂଜାରେ ବହୁ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ଦଶହରା ପାଇଁ କେବଳ କଳାହାଣ୍ଡି କାହିଁକି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସାଜସଜ୍ଜା ପାଇଁ ମଣ୍ଡପ ମଧ୍ୟରେ ପ୍ରତିଯୋଗୀତା ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ-ଆକର୍ଷଣୀୟ ତୋରଣରେ ଝଲସିବ କଟକ: ଖାନନଗରରେ ମିନାକ୍ଷୀ ଓ ବାଦାମବାଡିରେ ଜାନକୀ ମନ୍ଦିର

ଆଶ୍ୱୀନ ଶୁକ୍ଳପକ୍ଷରେ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଥାଏ । 9 ଦିନ ଧରି ଏହି ପୂଜାର୍ଚ୍ଚନା କରାଯାଏ । ତେବେ ଚଳିତ ବର୍ଷ ଅକ୍ଟୋବର 15ରୁ ନବରାତ୍ରୀ ଆରମ୍ଭ ହୋଇଥିବା ବେଳେ 24 ଅକ୍ଟୋବରରେ ଶେଷ ହେବ । ନବରାତ୍ରର ପ୍ରଥମ ଦିନ ପ୍ରତିପଦା ତିଥିରେ ଘଟ ସ୍ଥାପନା କରିବା ସହ ମାଆ ଶୈଳପୁତ୍ରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details