ଓଡିଶା

odisha

ଠକେଇର ଶିକାର ହେଲେ 200ରୁ ଉର୍ଦ୍ଧ୍ବ ମହିଳା, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ କଲେ ନିବେଦନ

By

Published : Apr 22, 2023, 3:34 PM IST

220 ଜଣ ମହିଳାଙ୍କ ନାମରେ ଋଣ ଆଣି ଟଙ୍କା ଖାଇଗଲେ ଆଉ ଜଣେ ମହିଳା। ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱରାସ୍ତ ହେଲେ ଠକାମୀର ଶିକାର ହୋଇଥିବା ମହିଳା। ଅଧିକ ପଢନ୍ତୁ

chahaka village womans request to collector
chahaka village womans request to collector

ଠକେଇର ଶିକାର ହେଲେ 200ରୁ ଉର୍ଦ୍ଧ୍ବ ମହିଳା

ଭବାନୀପାଟଣା: ମହିଳାଙ୍କୁ ଢାଲ କରି ମାଇକ୍ରୋଫାଇନାନ୍ସ କମ୍ପାନୀଙ୍କ ଠାରୁ ଋଣ ଆଣିଥିଲେ ଗୋଲାମୁଣ୍ଡା ବ୍ଲକର ଚହକା ଗାଁର ଜେମା ସା। ଲକ୍ଷେ କି ଦୁଇ ଲକ୍ଷ ନୁହଁ ବରଂ କୋଟି କୋଟି ଟଙ୍କାର ଋଣ ଆଣି ଫେରାର ହୋଇଯାଇଥିଲେ ଗୋଲାମୁଣ୍ଡା ବ୍ଲକ ଚହକା ଗାଁର ଜେମା ସା। ଅଢେଇ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଋଣ ଆଣି ଜେମା ସା ମୁମ୍ବାଇକୁ ଫେରାର ହୋଇଯାଇଥିଲେ। ପୋଲିସ ଦ୍ବାରା ଗିରଫ ହେବା ପରେ ଏବେ ବେଲରେ ଆସିଛନ୍ତି ମହିଳା ଜଣଙ୍କ । କିନ୍ତୁ ଠକେଇ ଟଙ୍କା ସବୁ ଚଳୁ କରିଦେଇଥିବା ବେଳେ ଏବେ ଋଣ ଭାରରେ ପେଶି ହେଉଛନ୍ତି ଠକାମିର ଶିକାର ହୋଇଥିବା ମହିଳା ମାନେ । କଳାହାଣ୍ଡି ଜିଲ୍ଲାରେ 220 ଜଣ ମହିଳା ଏପରି ଠକାମିର ଶିକାର ହୋଇଥିବା ଜଣାପଡିଛି। ଶେଷରେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ସମସ୍ତ ମହିଳା ।

ଏହି ମହିଳା ମାନଙ୍କ ନାରେ ଋଣ ଥିବା ନେଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ସେମାନଙ୍କ ଘରେ ପହଞ୍ଚି ଧମକ ଦେଉଥିଲେ। ଏହାପରେ ଠକେଇର ଶିକାର ହୋଇଥିବା ମହିଳାମାନେ ଗୋଲାମୁଣ୍ଡା ଥାନାର ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏନେଇ ସଦର ଏସଡିପିଓ ସୁନାରାମ ହେମ୍ବ୍ରମଙ୍କ ନେତୃତ୍ବରେ କେଗାଁ ଥାନା ଆଇଆଇସି ପ୍ରଶାନ୍ତ କୋଲ୍ଲାହରସଙ୍କ ସମତ 5 ଜଣ କନେଷ୍ଟବଳକୁ ନେଇ ଏକ ଟିମ ଗଠନ କରାଯାଇଛି। ଏହି ଟିମ ମୁମ୍ବାଇ ଯାଇ ତଦନ୍ତ କରୁଥିବା ବେଳେ ଏହି କଥା ଜାଣିବାକୁ ପାଇଥିଲେ ଜେମା ସା। ଏହାପରେ ସେ ମୁମ୍ବାଇରୁ ଟ୍ରେନ ଯୋଗେ ଟିଟିଲାଗଡ ଆସୁଥିବା ବେଳେ ପୋଲିସ ତାଙ୍କ ମୋବାଇଲକୁ ଟ୍ରାକିଂ କରିଥିଲା। ଶେଷରେ ଟିଟିଲାଗଡରୁ ମହିଳା ଜଣଙ୍କୁ ଗିରଫ କରିଥିଲା ପୋଲିସ।

ଏହାପରେ କୋର୍ଟରୁ ବେଲ ପାଇଥିଲେ ମହିଳା ଜଣଙ୍କ। ତେବେ ଠକେଇ ଟଙ୍କାକୁ ଠକାମୀର ଶିକାର ହୋଇଥିବା ମହିଳାଙ୍କୁ ସୁଝିବାକୁ କମ୍ପାନୀ କହୁଥିବା ବେଳେ ଏବେ ଏମାନଙ୍କ ସମସ୍ୟା ଦ୍ବିଗୁଣିତ ହୋଇଛି। ବାରମ୍ବାର ଟଙ୍କା ପୈଠ କରିବା ପାଇଁ କମ୍ପାନୀର ଏଜେଣ୍ଟ ମହିଳାଙ୍କ ଘରକୁ ଯାଇ ଧମକ ଦେଉଥିବା ବେଳେ ନିରାଶ ହୋଇ ଶେଷରେ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ଶତାଧିକ ମହିଳା। ଜିଲ୍ଲାପାଳ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ଠକାମୀର ଶିକାର ହୋଇଥିବା ମହିଳାଙ୍କୁ ନ୍ୟା ପ୍ରଦାନକରିବା ପାଇଁ ଦାବି କରିଛନ୍ତି। ଏନେଇ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଠକାମୀର ଶିକାର ହୋଇଥିବା ମହିଳା।

ଇଟିଭି ଭାରତ , କଳାହାଣ୍ଡି

ABOUT THE AUTHOR

...view details