ଓଡିଶା

odisha

ଅପରାଧ ଯୋଜନା ପଣ୍ଡ: 2 ଯୁବକ ଗିରଫ, ବନ୍ଧୁକ ଜବତ

By

Published : Dec 17, 2021, 4:09 PM IST

ଅପରାଧ ପାଇଁ ଯୋଜନା କରୁଥିବା ସମୟରେ 2 ଯୁବକ ଗିରଫ, ବନ୍ଧୁକ ଜବତ କଲା ପୋଲିସ । ଅଧିକ ପଢନ୍ତୁ

ଅପରାଧ ପାଇଁ ଯୋଜନା କରୁଥିଲେ 2 ଯୁବକ: ଗିରଫ କଲା ପୋଲିସ, ବନ୍ଧୁକ ଜବତ
ଅପରାଧ ପାଇଁ ଯୋଜନା କରୁଥିଲେ 2 ଯୁବକ: ଗିରଫ କଲା ପୋଲିସ, ବନ୍ଧୁକ ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧିକ କାର୍ଯ୍ୟକଳାପ । ବର୍ତ୍ତମାନର ଯୁବପିଢ଼ି ଧୀରେ ଧୀରେ ଅପରାଧିକ ମାମଲା ଅଧିକ ଘଟାଉଥିବା ଜଣାପଡିଛି । ଏହିପରିପ୍ରେକ୍ଷୀରେ ଆଜି(ଶୁକ୍ରବାର) ଜିଲ୍ଲାର 2 ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ଅପରାଧ ପାଇଁ ଯୋଜନା କରୁଥିଲେ 2 ଯୁବକ: ଗିରଫ କଲା ପୋଲିସ, ବନ୍ଧୁକ ଜବତ

ସୂଚନା ଅନୁଯାୟୀ, ଦୁଇଜଣ ଯୁବକ କେସିଙ୍ଗା ସହର ନିକଟରେ ଥିବା ତେଲ ନଦୀ କୂଳରେ କୌଣସି ଏକ ଅପରାଧ ପାଇଁ ଯୋଜନା କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଏଠାରେ ଚଢ଼ାଉ କରି ଗୋଟିଏ ଦେଶୀ ପିସ୍ତଲ ଜବତ କରିବା ସହ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଛି । ଏନେଇ କଳାହାଣ୍ଡି SP ସୂଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଲେ କେସିଙ୍ଗା ସହର ୬ ନମ୍ବର ୱାର୍ଡର ରାହୁଲ ମାଝୀ ଓ ଲଛମନ ମଙ୍ଗରାଜ । ପୋଲିସ ଏମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରିରଖିଛି ।

କନ୍ଧମାଳରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details