ଓଡିଶା

odisha

ସ୍ବାଭାବିକ ମୃତ୍ୟୁ ସତ୍ତ୍ଵେ ପାଖ ମାଡ଼ିଲେନି ସମ୍ପର୍କୀୟ, ସତ୍କାର କଲା ସ୍ବଚ୍ଛାସେବୀ ସଙ୍ଗଠନ

By

Published : May 15, 2021, 10:57 AM IST

କୋରୋନା କାଳରେ ସ୍ବେଚ୍ଛାସେବୀ ସଂଗଠନ ମାନବିକତା ଦେଖାଇ ମୃତକଙ୍କ ଦାହ ସଂସ୍କାର କରିବାକୁ ଆଗେଇ ଆସୁଛନ୍ତି। ଅଧିକ ପଢନ୍ତୁ...

ସ୍ବାଭାବିକ ମୃତ୍ୟୁ ସତ୍ତ୍ଵେ ପାଖ ମାଡ଼ିଲେନି ପଡ଼ୋଶୀ କି ସମ୍ପର୍କୀୟ
ସ୍ବାଭାବିକ ମୃତ୍ୟୁ ସତ୍ତ୍ଵେ ପାଖ ମାଡ଼ିଲେନି ପଡ଼ୋଶୀ କି ସମ୍ପର୍କୀୟ

ଝାରସୁଗୁଡା: ମହାମାରୀ କୋରୋନା ଲୋକଙ୍କ ମନରେ ଏଭଳି ଆତଙ୍କ ଖେଳାଇ ଦେଇଛି ଯେ ଜଣେ ସ୍ବାଭାବିକ ମୃତ୍ୟୁବରଣ କରିଥିଲେ ମଧ୍ୟ ତାଙ୍କ ମୃତଦେହ ପାଖକୁ କେହି ଯାଉ ନାହାନ୍ତି । ନିଜ ସମ୍ପର୍କୀୟ ଯେଉଁଠାରେ ଯାଉ ନାହାନ୍ତି ସେଠାରେ ସାହି ପଡ଼ିଶା ଘର ଲୋକ ଅବା କାହିଁକି ଯିବେ । ଏଭଳି ପରିସ୍ଥିତିରେ ଅନେକ ସ୍ବେଚ୍ଛାସେବୀ ସଂଗଠନ ମାନବିକତା ଦେଖାଇ ମୃତକଙ୍କ ଦାହ ସଂସ୍କାର କରିବାକୁ ଆଗେଇ ଆସୁଛନ୍ତି।

ସ୍ବାଭାବିକ ମୃତ୍ୟୁ ସତ୍ତ୍ଵେ ପାଖ ମାଡ଼ିଲେନି ପଡ଼ୋଶୀ କି ସମ୍ପର୍କୀୟ

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ୍ ରଘୁନାଥପାଲି ଗ୍ରାମରେ । ଶିବ ଶଙ୍କର ମେହେରଙ୍କ ଗୁରୁବାର ସନ୍ଧ୍ୟାରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁପରେ ପରିବାର ଲୋକ ସମ୍ପର୍କୀୟ ଓ ଜ୍ଞାତିକୁଟୁମ୍ବଙ୍କୁ ଟେଲିଫୋନ୍ କରି ଜଣାଇଥିଲେ। ମୃତକଙ୍କ ଦାହ ସଂସ୍କାର ପାଇଁ ସେମାନଙ୍କୁ ଅନୁରୋଧ କରିଥିଲେ। ଘର ପାଖରେ ଥିବା ସାହି ପଡିଶାର ଲୋକଙ୍କୁ ମଧ୍ୟ ଅନୁରୋଧ କରିଥିଲେ।

ହେଲେ କୋରୋନା ଭୟରେ କେହି ମୃତଦେହକୁ ଛୁଇଁବା ତ ଦୂରର କଥା ପାଖକୁ ଦେଖିବାକୁ ମଧ୍ୟ ଆସି ନଥିଲେ। ଫଳରେ ମୃତଦେହ ଦୀର୍ଘ ୧୫ ଘଣ୍ଟା ପଡ଼ି ରହିଥିଲା। ବୃଦ୍ଧଙ୍କ ଏକମାତ୍ର ପୁଅ ଅକ୍ଷୟ ଅସହାୟ ହୋଇ ପଡ଼ିଥିଲେ।

ଶେଷରେ ପଶ୍ଚିମ ଓଡିଶା ଯୁବା ମଞ୍ଚର ସଦସ୍ୟଙ୍କୁ ଜଣାଇଥିଲେ । ମଞ୍ଚର ଆବାହାକ ରଞ୍ଜନ ସାହୁ, ସଭ୍ୟ ତେଜସ୍ବୀ ସାହୁ, ସଚ୍ଚିଦା ପ୍ରଧାନ ଓ ସୁରଜ ପ୍ରଧାନ ଶବସତ୍କାର କରିବାକୁ ଆଗେଇ ଆସିଥିଲେ। ସେମାନେ ଏକ ପିକ୍‌ଅପ୍ ଆଣି ମୃତଦେହକୁ ସମ୍ମାନର ସହିତ ଗାଁ ମଶାଣିକୁ ନେଇ ସେଠାରେ ସତ୍କାର କରିଥିଲେ।

ଯୁବ ସଂଗଠନର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । କୋରୋନା ରୋଗକୁ ଘୃଣା କର ରୋଗୀକୁ ନୁହେଁ ବୋଲି କହି ସମସ୍ତଙ୍କୁ ସଚେତନ କରିଛନ୍ତି ପଶ୍ଚିମ ଓଡିଶା ଯୁବା ମଞ୍ଚ ଆବାହକ ରଞ୍ଜନ ସାହୁ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details