ଝାରସୁଗୁଡ଼ା : ଆଜି ଝାରସୁଗୁଡ଼ା ସହରରେ ଭାରତ ଯୋଡୋ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ସାମିଲ ହୋଇଥିଲେ । ଏହି ଯାତ୍ରା ଝାରସୁଗୁଡ଼ାର ବୀରମିତ୍ରପୁର ଗେଟଠାରୁ ଆରମ୍ଭ ହୋଇଥିଲା । ପଦଯାତ୍ରାରେ ଜିଲ୍ଲାର କୋଣ ଅନୁକୋଣରୁ ଶହଶହ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଡ଼ି ହୋଇଥିଲେ ।
ଏ ସମ୍ପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଏହି ଭାରତ ଯୋଡ଼ ପଦଯାତ୍ରା ଭୁବନେଶ୍ବରରୁ ଆରମ୍ଭ ରି ଆଜି ଆମେ ଝାରସୁଗୁଡ଼ାରେ ପହଞ୍ଚିଛୁ । ଏଠିକାର ଜନସାଧାରଣ ଏବଂ କଂଗ୍ରେସର ସମସ୍ତ କର୍ମକର୍ତ୍ତା ଓ ଜିଲ୍ଲା କମିଟି ପକ୍ଷରୁ ଯେଉଁଳି ଭାବେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ସେଥିପାଇଁ ମୋ ତରଫରୁ ଏବଂ କଂଗ୍ରେସ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରୁଛି । ଭାରତଯୋଡ଼ ପଦଯାତ୍ରାର ଯେଉଁ କାର୍ଯ୍ୟକ୍ରମ ଆମର ଯେଉଁ ନେତା ରାହୁଲ ଗାନ୍ଧୀଙ୍କର କନ୍ୟାକୁମାରୀଠୁ ନେଇ କାଶ୍ମୀର ପର୍ଯ୍ୟନ୍ତ ଚାଲିଛି । ପାଖାପାଖି ୩ ହଜାର କିମି ଚାଲି ସାରିଲେଣି । ୩୦ ତାରିଖ ଦିନ ଶ୍ରୀନଗରରେ ତାଙ୍କର ଶେଷ ହେବାକୁ ଯାଉଛି ତାଙ୍କର ପଦଯାତ୍ରା । ଏ ହେଉଚି ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତବାସୀ ହେଉଛୁ ଆମେ ଏକ୍ । ଆମ ସମ୍ବିଧାନ ଆମ ଦେଶର ଆତ୍ମା । ଯେଉଁ ଲୋକମାନଙ୍କ ମନରେ ଅହଙ୍କାର, ଗର୍ବ ରହିଛି , ଯେଉଁମାନେ ନିଜନିଜ ଭିତରେ ଭେଦଭାବ ସୃଷ୍ଟି କିରବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଚାଲିଛି ଏହି ଭାରତ ଯୋଡ଼ ପଦଯାତ୍ରା । ସେଥିପାଇଁ ଆମେ ଆଜି ଝାରସୁଗୁଡ଼ାରେ ପହଞ୍ଚିଛୁ । ସେପେଟେ କେନ୍ଦ୍ର ସରକାର ଯାହା ସୃବୁ କହିଗଲେ ୨ କୋଟି ଲୋକଙ୍କୁ ରୋଜଗାର ଦେବେ । ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବେ । ହେଲେ ଆଜି ବି ଦରଦାମରେ କୌଣସି ପରିବର୍ତ୍ତନ ହୋଇନି । କିରୋସିନ, ପେଟ୍ରୋଲ, ଡିଜେଲ, ଖାଇବା ତେଲ ସବୁ କିଛି ମହଙ୍ଗା । ସେହିପରି ରାଜ୍ୟ ସରକାର ନବୀନ ବାବୁ ୨୨ ବର୍ଷ ଶାସନଗାଦିରେ ରହିକି ବି ଓଡ଼ିଶାବାସୀଙ୍କ କୌଣସି ଉନ୍ନତି ନାହିଁ ।"