ଓଡିଶା

odisha

ପାଣ୍ଡିଆନଙ୍କ ଝାରସୁଗୁଡା ଗସ୍ତ, ସ୍ବାସ୍ଥ୍ୟମନ୍ତ୍ରୀ ଅନୁପସ୍ଥିତ

By

Published : Jan 7, 2020, 6:19 PM IST

ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ‘5T’ ଟିମ ଜାରି ରଖିଛି ନିଜ ଅଭିଯାନ । ତେବେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପଢନ୍ତୁ ଅଧିକ...

PHOTO
5T Team

ଝାରସୁଗୁଡା: କିଛିଦିନର ନିରବତା ପରେ ପୁଣିଥରେ ଜିଲ୍ଲାଗସ୍ତ ଆରମ୍ଭ କରିଛନ୍ତି ‘5T’ ସଚିବ ଭିକେ ପାଣ୍ଡିଆନ । ଆଜି (ମଙ୍ଗଳବାର) ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଜିଲ୍ଲାରେ କେମିତି ଚାଲିଛି ଜିଲ୍ଲା ଚିକିତ୍ସାଳୟର ସ୍ବାସ୍ଥ୍ୟସେବା, ତାକୁ ପରଖିବା ପାଇଁ ‘5T’ ସଚିବ ଓ ତାଙ୍କ ଟିମ ଅଚାନକ ଗସ୍ତ କରିଛନ୍ତି ।

5-ଟି ଟିମଙ୍କ ଝାରସୁଗୁଡା ଗସ୍ତ

କାରଣ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ସ୍ବାସ୍ଥ୍ୟସେବାକୁ ସଜାଡିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଏଥିପାଇଁ ନିଜ ବ୍ୟକ୍ତିଗତ ସଚିବଙ୍କୁ ପ୍ରଶାସନ ବ୍ୟବସ୍ଥାକୁ ଆଣି ତାଙ୍କୁ ‘5T’ ସଚିବ ଭାବେ ନିଯୁକ୍ତ କରିଥିଲେ । ‘5T’ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ସରକାର ସ୍ବାସ୍ଥ୍ୟଲସେବାରେ ପରିବର୍ତ୍ତନ ପାଇଁ ଉଦ୍ୟମ କରିଛନ୍ତି । ଯେଉଁଥିପାଇଁ ଟିମ ‘5T’ ଓ ତାଙ୍କ ଟିମ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲିବା ସହ ସିଧା ସଳଖ ରୋଗୀ ଓ ସମ୍ପର୍କୀୟଙ୍କ ସହ ଆଲୋଚନା କରୁଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରୁଥିଲେ । ମୁଖ୍ୟମନ୍ତ୍ରୀ ତୁରନ୍ତ ସେହି ଜିଲ୍ଲା ପାଇଁ ପ୍ୟାକେଜ ଘୋଷଣା କରୁଥିଲେ ।


ତେବେ ‘5T’ ସଚିବ ଓ ତାଙ୍କ ଟିମ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ଝାରସୁଗୁଡା ଗସ୍ତ କରିନଥିଲେ । ଯାହାକୁ ନେଇ ‘ଇଟିଭି ଭାରତ’ ରେ ଖବର ପ୍ରକାଶ ପାଇବା ସହ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଲା । ତେବେ ମଙ୍ଗଳବାର ‘5T’ ସଚିବ ଓ ତାଙ୍କ ଟିମ ଝାରସୁଗୁ଼ଡା ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ରୋଗୀ ଓ ତାଙ୍କ ସଂପର୍କୀୟଙ୍କ ସହ ଆଲୋଚନା କରିଛନ୍ତି ।


‘5T’ ସଚିବ ଓ ତାଙ୍କ ଟିମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ ଅବସରରେ ସିଡିଏମଓ, ଜିଲ୍ଲାପାଳ ଓ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ ହସ୍ପିଟାଲ ହୋଇଥିବାରୁ ସମସ୍ୟା, ଅଭାବ ଅସୁବିଧା ସମ୍ପର୍କରେ ବୁଝିଥିଲେ। ଏହାସହ ‘5T’ ଟିମ ରୋଗୀଙ୍କ ସହ ମଧ୍ୟ ଆଲୋଚନା କରି ବିଭିନ୍ନ ସମସ୍ୟା ସଂପର୍କରେ ଜାଣିବାକୁ ଚାହିଁଥିଲେ । ଏହି ଟିମରେ ‘5T’ ସଚିବ, ଭିକେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ତାପସ ପୁନମ ଗୁହା ପ୍ରମୁଖ ସାମିଲ ଥିଲେ । ତେବେ ଟିମକୁ ସ୍ଥାନୀୟ ତଥା ଝାରସୁଗୁଡା ଜିଲ୍ଲାର ଏକ ବୁଦ୍ଧିଜୀବୀ ପ୍ରିତିନିଧି ସାକ୍ଷାତ କରିବା ପାଇଁ ଚାହିଁଥିଲେ ମଧ୍ୟ ସାକ୍ଷାତ କରିପାରିନଥିଲେ । ‘5T’ ଟିମଙ୍କ ଗସ୍ତକୁ ନେଇ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି । କିନ୍ତୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାରୁ ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ଅନୁପସ୍ଥିତକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗିଛି ।


ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:‘ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଗଡରେ 5ଟି ସଚିବ ଭି କେ ପାଣ୍ଡିଆନ। Etv Bharat ର ପ୍ରଭାବରେ ଝାରସୁଗୁଡ଼ା ଗସ୍ତରେ ଆସିଛନ୍ତି 5ଟି ସଚିବ । ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ୱାସ୍ଥ୍ୟ ସେବା ଠିକ ଚାଲିଛି ନା ନାହିଁ 5ଟି ସଚିବ ବୁଲି ଦେଖୁଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର ବିଧାୟକ ନବ କିଶୋର ଦାସ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ହୋଇଥିବାରୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ଅବସ୍ଥା ସବୁ ଠିକ ଥିବ ବୋଲି 5ଟି ସଚିବ ଝାରସୁଗୁଡ଼ା କୁ ଆସୁନଥିବା ଖବର ETV Bharat ରେ ଖବର ପ୍ରସାରଣ ହୋଇଥିଲା । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ 5ଟି ସଚିବ ବିମାନ ଯୋଗେ ଆସି ସୁନ୍ଦରଗଡ ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାର ଚିକିତ୍ସାଳୟ ଗସ୍ତ କରିଥିବା ବେଳେ ଦୁଇ ଦୁଇ ଥର ଝାରସୁଗୁଡ଼ା ଗସ୍ତ ବାତିଲ ହୋଇଥିବା ଆଗରୁ ସୂଚନା ରହିଛି।

ଆଜି ଅଚାନକ ଝାରସୁଗୁଡା ଜିଲ୍ଲା ଗସ୍ତରେ ଆସି ପହଞ୍ଚିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।ସାଥିରେ ଥିଲେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର। ମୋ ସରକାର’ ସଜାଗ; ଏଣିକି ଅତର୍କିତ ଚଢ଼ଉ ।ଆଜି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର,5ଟି ସଚିବ ଭି କେ ପଣ୍ଡିଆନ, ସ୍ୱାସ୍ଥ୍ୟ ବିଭାଗ ର ଯୁଗ୍ମ ପୁନମ ତାପସ ଗୁହା ଅଚାନକ ଝାରସୁଗୁଡା ରେ ପହଁଞ୍ଚିଛନ୍ତି ।‘ମୋ ସରକାର’ କାର୍ଯ୍ୟକ୍ରମକୁ ଅଧିକ ଶକ୍ତିଶାଳୀ କରିବାକୁ ନକ୍ସା ପ୍ରସ୍ତୁତ କରାଯାଇଛି। ମୋ ସରକାର ପରିସରକୁ କ୍ରମେ ଅଧିକ ବିଭାଗ ସାମିଲ କରାଯିବା ପ୍ରକ୍ରିୟା ଜାରି ରହିଛି।ଆଜି ଦିନ ସାଢେ 11ଟାରେ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡା ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରୋଗୀଙ୍କ ସହିତ ସିଧାସଳଖ କଥା ହୋଇଥିଲେ । ସେମାନଙ୍କ ମତାମତ ଓ ବାସ୍ତବ ସ୍ଥିତିକୁ ନେଇ ଟିମ ଦ୍ବାରା ପ୍ରସ୍ତୁତ ରିପୋର୍ଟ ଆଧାରରେ ରାଜ୍ୟ ସରକାର ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ। କାର୍ଯ୍ୟକ୍ଷେତ୍ରରେ ସମସ୍ତ କର୍ମଚାରୀ ଯେପରି ସକ୍ରିୟ ରହିବେ ଏବଂ ଜନସାଧାରଣ ସେମାନଙ୍କ ପାଇଁ ଉପଲବ୍ଧ ସେବା ଦ୍ବାରା ଉପକୃତ ହେବେ ସେଥିପାଇଁ ମୋ ସରକାର ଯୋଜନାରେ ନୂଆ ଢ଼ାଞ୍ଚାକୁ ଆପଣେଇବାକୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓ, ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ଓ ଡାକ୍ତରଙ୍କ ସହ ଆଲୋଚନା କରି ଜିଲାର ଅଭାବ ଅସୁବିଧା ସମ୍ପର୍କରେ ବୁଝିଥିଲେ।ପାଣ୍ଡିଆନଙ୍କ ସହ ଉନ୍ନୟନ କମିଶନର ଓ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ରୋଗୀଙ୍କୁ ପଚାରି ବୁଝିବା ଯୋଗୁଁ ରୋଗୀମାନେ ଖୁସୀ ବ୍ୟକ୍ତ କରିଥିଲେ।କିନ୍ତୁ ପାଣ୍ଡିଆନଙ୍କ ସହ ସାକ୍ଷାତ କରିବା ପାଇଁ ଆସିଥିବା କିଛି ସ୍ଥାନୀୟ ବୁଦ୍ଧିଜୀବୀ ଭେଟି ପାରି ନଥିଲେ।କିନ୍ତୁ 5ଟି ସଚିବଙ୍କ ଗସ୍ତ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯେପରି ଚଳଚଞ୍ଚଳ ହୋଇ ଉଠିଲା ପ୍ରତି 2 ମାସରେ ଥରେ ଏଭଳି ଗସ୍ତ କରିବାକୁ କହିଛନ୍ତି ସ୍ଥାନୀୟ ଲୋକମାନେ।

ବାଇଟ--ସରୋଜ ସାମଲ,ଜିଲ୍ଲାପାଳ, ଝାରସୁଗୁଡ଼ା

(NB:- 20 ଡିସେମ୍ବରରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ଖବର ପ୍ରସାରଣ ହୋଇଥିଲା ।)Body:..Conclusion:

ABOUT THE AUTHOR

...view details