ଓଡିଶା

odisha

ଯାଜପୁର ହତ୍ୟା ମାମଲା, ଧିମା ତଦନ୍ତକୁ ବିରୋଧ କରି ଗ୍ରାମବାସୀଙ୍କ ଥାନା ଘେରାଉ

By

Published : Nov 1, 2020, 7:16 AM IST

ଯାଜପୁର ଜିଲ୍ଲା ବିଂଝାରପୁରରେ ସୁନ୍ଦରପୁର ଗ୍ରାମର ଅଜୟ ନାୟକଙ୍କ ଛାତ ଉପରୁ ମୃତଦେହ ମିଳିବା ଘଟଣାରେ ପୋଲିସର ଧିମା ତଦନ୍ତଙ୍କୁ ଗ୍ରାମବାସୀଙ୍କ ପ୍ରତିବାଦ । ମାମଲାର ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀ ଦାବି କରି ଥାନା ଘେରାଉ କରିଛନ୍ତି । ଅଧିକ ପଢନ୍ତୁ...

ଯାଜପୁର ହତ୍ୟା ମାମଲାରେ ପୋଲିସର ଧିମା ତଦନ୍ତକୁ ବିରୋଧ କରି ଗ୍ରାମବାସୀଙ୍କ ଥାନା ଘେରାଉ
ଯାଜପୁର ହତ୍ୟା ମାମଲାରେ ପୋଲିସର ଧିମା ତଦନ୍ତକୁ ବିରୋଧ କରି ଗ୍ରାମବାସୀଙ୍କ ଥାନା ଘେରାଉ

ଯାଜପୁର: ସୁନ୍ଦରପୁର ହତ୍ୟା ମାମଲାରେ ପୋଲିସର ତଦନ୍ତରେ ଶିଥିଳତା ପ୍ରତିବାଦରେ ଗ୍ରାମବାସୀଙ୍କ ଥାନା ଘେରାଉ । ହତ୍ୟାକାଣ୍ଡର ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଯାଜପୁର ହତ୍ୟା ମାମଲାରେ ପୋଲିସର ଧିମା ତଦନ୍ତକୁ ବିରୋଧ କରି ଗ୍ରାମବାସୀଙ୍କ ଥାନା ଘେରାଉ

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ଅଜୟ ନାୟକଙ୍କ ଛାତ ଉପରୁ ଗତ 17 ତାରିଖରେ ଜଣେ ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇ ଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ପରମାନନ୍ଦପୁର ଗ୍ରାମର ଅଜୟ ନାୟକଙ୍କ ପୁଅ ବିଶ୍ଵଜିତ ନାୟକ ବୋଲି ଜଣାପଡିଛି । ଗତ ମାସ 18 ତାରିଖ ଦିନ ତାଙ୍କର ନିର୍ବନ୍ଧ ଥିବାବେଳେ ସେ କୌଣସି ଏକ କାମରେ ଘରୁ ଆସି ଆଉ ଫେରି ନଥିଲେ । ପରେ ସେ ଅଜୟ ନାୟକଙ୍କ ଛାତ ଉପରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଫୋନ ଯୋଗେ ପରିବାର ଲୋକେ ଖବର ପାଇଥିଲେ । ତେବେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଚୁପହୋଇ ବସିରହିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆଜି ପ୍ରମାନନ୍ଦପୁର ଗ୍ରାମର କିଛି ଲୋକ ବିଂଝାରପୁର ଥାନା ଘେରାଉ କରିବା ସହ ଘଟଣାର ତଦନ୍ତ କରି ଦୋଷୀକୁ ଗିରଫ କରିବାକୁ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details