ଓଡିଶା

odisha

Murder In Jajpur: ସ୍ବାମୀର କଟୁରୀ ଚୋଟରେ ଗଲା ସ୍ତ୍ରୀର ଜୀବନ

By

Published : May 18, 2022, 11:22 AM IST

Updated : May 18, 2022, 1:07 PM IST

ପାରିବାରିକ କଳହର କରୁଣ ପରିଣତି । ସ୍ବାମୀର କଟୁରୀ ଚୋଟରେ ଗଲା ସ୍ତ୍ରୀର ଜୀବନ । ଅଧିକ ପଢନ୍ତୁ

Murder In Jajpur : ସ୍ବାମୀର କଟୁରୀ ଚୋଟରେ ଗଲା ସ୍ତ୍ରୀର ଜୀବନ
Murder In Jajpur : ସ୍ବାମୀର କଟୁରୀ ଚୋଟରେ ଗଲା ସ୍ତ୍ରୀର ଜୀବନ

ଯାଜପୁର: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀର କଟୁରୀ ଚୋଟରେ ଗଲା ସ୍ତ୍ରୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଦଗାଁରେ ।

ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କଲା ବେଳେ କାବୁ କଲେ ଗ୍ରାମବାସୀ । ସୂଚନା ଅନୁସାରେ, ସୁକିନ୍ଦା ଥାନା ବନ୍ଦଗାଁର ଗୋଲେଖ ମହାନ୍ତ ଓ ତାଙ୍କ ସ୍ତ୍ରୀ ରାଧି ମଧ୍ୟରେ କୈଣସି ଏକ କଥାକୁ ନେଇ ପାଟିତୁଣ୍ତ ଆରମ୍ଭ ହୋଇଥିଲା । ଏଥିରେ ଗୋଲେଖ ରାଗି ଯାଇ ସ୍ତ୍ରୀକୁ କଟୁରୀରେ ହତ୍ୟା କରିଥିଲେ ।

Murder In Jajpur: ସ୍ବାମୀର କଟୁରୀ ଚୋଟରେ ଗଲା ସ୍ତ୍ରୀର ଜୀବନ

ଫଳରେ ଘଟଣାସ୍ଥଳରେ ହିଁ ରାଧିଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ସ୍ତ୍ରୀକୁ ହତ୍ୟା କରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରି ଗଛରେ ବାନ୍ଧି ଦେଇଥିଲେ । ପରେ ସୁକିନ୍ଦା ପୋଲିସକୁ ଖବର ଦେଇଥିଲେ ଗାଁଲୋକେ । ଘଟଣାସ୍ଥଳରେ ସୁକିନ୍ଦା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଘଟଣା ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

Last Updated : May 18, 2022, 1:07 PM IST

ABOUT THE AUTHOR

...view details