ଓଡିଶା

odisha

ମା' ବିରଜାଙ୍କ ରଥଯାତ୍ରା ମାମଲା, ହାଇକୋର୍ଟରେ ଆଉ ଦୁଇ ପୃଥକ ଜନସ୍ୱାର୍ଥ ମାମଲା

By

Published : Sep 26, 2020, 8:44 PM IST

ଶାରଦୀୟ ଦୂର୍ଗାପୂଜା ଅବସରରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ହେଉଥିବା ରଥଯାତ୍ରା ଚଳିତ ବର୍ଷ ହେବାର ସମ୍ଭାବନା କମ ରହିଛି । କୋରୋନା କଟକଣା କାରଣରୁ କୌଣସି ଧର୍ମୀୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିୟମ ରହିଛି ।

jajpur Biraja's rath yatra issue two more public interest petition in High Court
ମା' ବିରଜାଙ୍କ ରଥଯାତ୍ରା ମାମଲା, ହାଇକୋର୍ଟରେ ଆଉ ଦୁଇ ପୃଥକ ଜନସ୍ୱାର୍ଥ ମାମଲା

ଯାଜପୁର: ଶାରଦୀୟ ଦୂର୍ଗାପୂଜା ଅବସରରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ହେଉଥିବା ରଥଯାତ୍ରା ଚଳିତ ବର୍ଷ ହେବାର ସମ୍ଭାବନା କମ ରହିଛି । କୋରୋନା କଟକଣା କାରଣରୁ କୌଣସି ଧର୍ମୀୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିୟମ ରହିଛି । ମାତ୍ର ନିଷ୍ପତ୍ତିର ପୁନର୍ବିଚାର ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଜିଲ୍ଲାର ବିଭିନ୍ନ ସଂଗଠନ ।

ମା' ବିରଜାଙ୍କ ରଥଯାତ୍ରା ମାମଲା, ହାଇକୋର୍ଟରେ ଆଉ ଦୁଇ ପୃଥକ ଜନସ୍ୱାର୍ଥ ମାମଲା

ପୂର୍ବରୁ ମା ବିରଜା ସେବାୟତ ପରିଷଦ ଓ ଜିଲ୍ଲା ଓକିଲ ସଂଘ ପକ୍ଷରୁ ରଥଯାତ୍ରାକୁ ନେଇ ହାଇକୋର୍ଟ ରେ ଦୁଇଟି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଶନିବାର ଯାଜପୁର ବିରଜା ବାହିନୀ ଏବଂ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଆଉ ଦୁଇଟି ପୃଥକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି ।

ପ୍ରତିବର୍ଷ ମା' ଙ୍କର ଦୂର୍ଗା ପୂଜା ଅବସରରେ ସ୍ବତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ଜନିତ କଟକଣା ରହିଥିବାରୁ ରଥଯାତ୍ରା ନେଇ ଆଶଙ୍କା ଦେଖାଦେଇଛି ।

ଚଳିତ ବର୍ଷ ମା' ଙ୍କ ଶାରଦୀୟ ପୂଜା ମଳ ମାସରେ ପଡୁଥିବାରୁ ୪୬ ଦିନ ଧରି ଚାଲିବ । ମା' ଙ୍କ ରଥଯାତ୍ରା ଅକ୍ଟୋବର ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ୯ ଦିନ ଧରି ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ସେଥିପାଇଁ ମାଙ୍କ ରଥଯାତ୍ରା ପରମ୍ପରାକୁ ରକ୍ଷା କରିବା ପାଇଁ ବିରଜା ବାହିନୀ ଓ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି । କୋଭିଡ ନିୟମକୁ କଡାକଡି ପାଳନ ସହ ରଥଯାତ୍ରା ପାଇଁ ସମସ୍ତ ସର୍ତ୍ତ ପାଳନ କରାଯିବ ବୋଲି ଉଭୟ ସଂଗଠନ ପକ୍ଷରୁ ଦର୍ଶାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details