ଓଡିଶା

odisha

ପୂଜା ଭସାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

By

Published : Feb 21, 2021, 10:20 AM IST

ଯାଜପୁର ରୋଡ ଥାନ ପହଙ୍ଗା ଗାଁରେ ସ୍ଵରସ୍ବତୀ ପୂଜା ଭସାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଆହତ । ତେବେ ଗୁରୁତର ବ୍ୟକ୍ତି ଜଣକ ପହଙ୍ଗା ଗ୍ରାମର ନିଗମା ନନ୍ଦ ବ୍ରହ୍ମ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ...

ପୂଜା ଭଷାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଆହତ
ପୂଜା ଭଷାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

ଯାଜପୁର: ଭସାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ । ତେବେ ଯାଜପୁର ରୋଡ ଥାନ ପହଙ୍ଗା ଗାଁରେ ସ୍ଵରସ୍ବତୀ ପୂଜା ଭସାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିକୁ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେ ପହଙ୍ଗା ଗ୍ରାମର ନିଗମା ନନ୍ଦ ବ୍ରହ୍ମ ବୋଲି ଜଣାପଡ଼ିଛି । ସୂଚନା ମୁତାବକ ଗତକାଲି(ଶନିବାର) ବିଳମ୍ବିତ ରାତିରେ ମା ସ୍ଵରସ୍ବତୀଙ୍କ ଭସାଣୀ ହେଉଥିଲା।

ପୂଜା ଭଷାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

ତେବେ ଦୁଇ ତିନୋଟି ମୂର୍ତ୍ତି ଏକା ସାଙ୍ଗରେ ଭସାଣୀ ହେଉଥିବା ବେଳେ କୌଣସି କାରଣକୁ ଦୁଇ ବ୍ୟକ୍ତିଙ୍କ ପାଟିତୁଣ୍ଡ ହୋଇଥିଲା । ଆଉ ଏହି ପାଣିତୁଣ୍ଡ ଏତେ ବଢିଗଲା ଯେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଯାଜପୁର ରୋଡ ଗୋଷ୍ଠୀକେନ୍ଦ୍ରକୁ ନେଇ ଆସିଥିଲେ । ତେବେ ଗୋଷ୍ଠୀ ସଂଘର୍ଷ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details