ଓଡିଶା

odisha

Jajpur Train Tragedy: ରେଳମନ୍ତ୍ରୀଙ୍କ ଇସ୍ତଫା, ମୃତକଙ୍କ ପରିବାରକୁ 10ଲକ୍ଷ ସହାୟତା ଦବି

By

Published : Jun 10, 2023, 9:10 PM IST

ଯାଜପୁର ରେଳଷ୍ଟେସନ ଚୂନଭାଟି ପ୍ଲଟ ମାଲଗାଡି ବଗି ଚଢିଯିବା ଘଟଣା । ପୀଡିତଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତି ପୂରଣି ଦାବି କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ମୃତକଙ୍କ ପରିବାରକୁ 10 ଲକ୍ଷ ସାହାୟତା ଦବି କଲା କଂଗ୍ରେସ
ମୃତକଙ୍କ ପରିବାରକୁ 10 ଲକ୍ଷ ସାହାୟତା ଦବି କଲା କଂଗ୍ରେସ

ମୃତକଙ୍କ ପରିବାରକୁ 10 ଲକ୍ଷ ସାହାୟତା ଦବି କଲା କଂଗ୍ରେସ

ଯାଜପୁର: 8 ଶ୍ରମିକଙ୍କ ଉପରେ ମାଲବାହୀ ଟ୍ରେନ ଚଢିଯିବା ଘଟଣା । ଟ୍ରେନ ଚଢିଯିବା ଫଳରେ 6 ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ 2ଜଣ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଗଣଧାରଣା ଦେଇଛି କଂଗ୍ରେସ ସହ ବିଭିନ୍ନ ଦଳ। ଯାଜପୁର ରୋଡ଼ ରେଳଷ୍ଟେସନରେ କଂଗ୍ରେସ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ କରାଯାଇଛି।

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ୩ଦଫା ଦାବି ନେଇ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଷ୍ଟେସନମାଷ୍ଟରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବି ପତ୍ରରେ ମୃତକମାନଙ୍କ ପରିବାରକୁ 10 ଲକ୍ଷ କ୍ଷତି ପୂରଣ, ଆହତଙ୍କୁ 5ଲକ୍ଷ ସହାୟତା ରାଶି ଯୋଗାଇ ଦେବାକୁ ଦାବି କରାଯାଇଛି। ଏହାସହ ମୃତକ ପରିବାରର ଜଣକୁ ନିଯୁକ୍ତି ଓ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି କଂଗ୍ରେସ। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା କହିଛନ୍ତି, ‘‘ବାହାନଗା ଦୁର୍ଘଟଣା ଓ ଯାଜପୁର ରେଳ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦେବା ଦରକାର। ଏହାସହ ରେଳ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତୁରନ୍ତ ଦାବି ପ୍ରତି ଦୃଷ୍ଟି ନଦେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ।’’

ସୂଚନା ଅନୁଯାୟୀ ଗତ 7ତାରିଖରେ ଯାଜପୁର ରୋଡ ରେଳ ଷ୍ଟେସନ ନିକଟସ୍ଥ ଚୂନଭାଟି ପ୍ଲଟ ଛକ ନିକଟରେ ଏକ ଇଞ୍ଜିନବିହୀନ ମାଲବାହୀ ଟ୍ରେନ ରେଳ ଧାରଣାରେ ଠିଆ ହେଇଥିଲା । ଏହି ସମୟରେ ହଠାତ ବର୍ଷା ହେବାରୁ କିଛି ଶ୍ରମିକ ବର୍ଷାରୁ ବର୍ତ୍ତିବା ପାଇଁ ଏହି ଏହି ମାଲବାହୀ ଟ୍ରେନ ତଳେ ଆଶ୍ରୟ ନେଇଥିଲେ। ହଠାତ କୌଣସି କାରଣରୁ ଏହି ମାଲବାହୀ ଟ୍ରେନର ବଗି ଗୁଡିକ ଗଡିବାକୁ ଲାଗିଥିଲା। ଫଳରେ ଟ୍ରେନ ତଳେ ଆଶ୍ରୟ ନେଇଥିବା ଶ୍ରମିକମାନେ ଟ୍ରେନ ଚକରେ ଚାପି ହେଇ ମୃତ୍ୟୁବରଣ କରିଥିଲେ ।

ଏଭଳି ଅଭାବନୀୟ ଘଟଣାକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ। ମାତ୍ର ଆଜକୁ 4ଦିନ ବିତିଗଲେବି ରେଳ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ କୌଣସି ଆର୍ଥିକ ସହାୟତା ଘୋଷଣା କରାଯାଇନାହିଁ। ଯାହାକୁ ନେଇ ପ୍ରତ୍ୟେକ ଗଣସଂଗଠନ ପକ୍ଷରୁ ନିନ୍ଦା କରାଯିବା ସହିତ ରେଳମନ୍ତ୍ରୀ ଏହା ଉପରେ ଦୃଷ୍ଟି ଦେବାକୁ ଦାବି କରାଯାଉଛି। ସେପଟେ ଗତକାଲି ମଧ୍ୟ ଆଈଏନଟିୟୁସି, ସିଆଇଟିୟୁ, ସିଭିଲସୋସାଇଟି, ସହୀଦ ଭଗତସିଂ ଯୁବକ ସଙ୍ଘ ଓ କୋରେଇ ସଂଗ୍ରାମ ସମିତି ପକ୍ଷରୁ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଗଣ ବିକ୍ଷୋଭ କରାଯାଇଥିଲା ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details