ଓଡିଶା

odisha

ଆଜି BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବ ଯାଜପୁର-କେନ୍ଦ୍ରାପଡା

By

Published : Dec 15, 2021, 7:17 AM IST

Updated : Dec 15, 2021, 1:15 PM IST

ଗତକାଲି ଜଗତସିଂହପୁର ଓ ନୟାଗଡ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିବାବେଳେ ଆଜି (ବୁଧବାର) ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ (Smart health card) ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ଅଧିକ ପଢନ୍ତୁ

ଆଜି BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବ ଯାଜପୁର-କେନ୍ଦ୍ରାପଡା
ଆଜି BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବ ଯାଜପୁର-କେନ୍ଦ୍ରାପଡା

ଯାଜପୁର:ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ସାମିଲ ହେଉଛି ଓଡିଶା । ସ୍ମାର୍ଟ କାର୍ଡ ସ୍ମାର୍ଟ ସହାୟତା ଲକ୍ଷ୍ଯ ନେଇ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ (Biju Swasthya Kalyan Yojana) ଯୋଜନାରେ ଜାରି ରହିଛି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ଗତକାଲି ଜଗତସିଂହପୁର ଓ ନୟାଗଡ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିବାବେଳେ ଆଜି (ବୁଧବାର) ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ (Smart health card) ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ଏନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।

ଆଜି BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବ ଯାଜପୁର-କେନ୍ଦ୍ରାପଡା

ଚଳିତ ବର୍ଷ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ BSKY ସ୍ମାର୍ଟ ହେଲଥ କାର୍ଡ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ବ୍ୟବସ୍ଥାରେ ଓଡିଶାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଏହି କାର୍ଡ ଦ୍ବାରା ଗରିବଙ୍କ ଚିକିତ୍ସା ସମସ୍ୟା ଦୂର ହେବ । ଏଥିରେ ରାଜ୍ୟରେ ମୋଟ ୯୬ ଲକ୍ଷ ପରିବାରର ସାଢେ 3 କୋଟିରୁ ଅଧିକ ଲୋକ ଉପକୃତ ହେବେ । ଆଜି ଏହି ସ୍ମାର୍ଟ ସେବାରେ ଯୋଡି ହେବ ଯାଜପୁର ଓ କେନ୍ଦ୍ରାପଡା । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଯାଜପୁର ଜିଲ୍ଲାରେ 4ଲକ୍ଷ 14 ହଜାରରୁ ଅଧିକ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି ।

ଭିିସି ଯୋଗେ ଯାଜପୁରରେ କାର୍ଡର ଶୁଭାରମ୍ଭ କରିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରସ୍ତୁତ 21ଶହରୁ ଉର୍ଦ୍ଧ୍ବ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ତନ୍ମଧ୍ୟରେ ବ୍ୟାସନଗର ସହରର ଆଜି ଅନେକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ ହେବ । ଅଗ୍ନିଶମ କାର୍ଯ୍ୟାଳୟ ଠାରୁ ମିଲିଟାରୀ ବାଇପାସ ରୋଡ, ନହକା ବାଇପାସ ଗୋଳେଇ ଛକରେ ନିର୍ମାଣ ହୋଇଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ,ସନ୍ତରା ଠାରେ ସ୍ମାର୍ଟପାର୍କ ,ଶୋବରା ଠାରେ ନିର୍ମାଣ ହୋଇଥିବା ପାଇଓ ମାଇନିଂ ପାର୍କକୁ ଆଜି ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବା ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ବିଶେଷ କରି ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଦେବ ଏହି ସ୍ମାର୍ଟ ହେଲଥ କାର୍ଡ । ଏହା ପୂର୍ବରୁ ଜଗତସିଂହପୁର, ନୟାଗଡ, କଟକ, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ବୌଦ୍ଧ, ଝାରସୁଗୁଡା, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ, ମାଲକାନଗିରି, କଳାହାଣ୍ଡି, ନୂଆପଡା, ଦେବଗଡ ଓ ବରଗଡ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣ ସରିଛି । ମାଲକାନଗିରିରୁ ପ୍ରଥମେ ଆରମ୍ଭ ହୋଇଥିଲା ସ୍ବାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା । ରାଜ୍ୟରେ ସାଢେ 3 କୋଟି ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟବାସୀଙ୍କୁ ସମୂର୍ଣ୍ଣ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଏହାର ଲକ୍ଷ୍ୟ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା ,ଇଟିଭି ଭାରତ

Last Updated : Dec 15, 2021, 1:15 PM IST

ABOUT THE AUTHOR

...view details