ଓଡିଶା

odisha

ଅସରାଏ ବର୍ଷାରେ ଉବୁଟୁବୁ ଜଗତସିଂହପୁର ସହର

By

Published : Sep 6, 2021, 6:20 AM IST

ଜଗତସିଂହପୁର ସହରରେ ଆଣ୍ଠୁଏ ପାଣି । ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ନିଷ୍କାସିତ ହୋଇ ପାରୁନି ପାଣି । ସମସ୍ୟା ଭୋଗୁଛନ୍ତି ସହରବାସୀ । ଅଧିକ ପଢନ୍ତୁ...

ଅସରାଏ ବର୍ଷାରେ ଉବୁଟୁବୁ ଜଗତସିଂହପୁର ସହର
ଅସରାଏ ବର୍ଷାରେ ଉବୁଟୁବୁ ଜଗତସିଂହପୁର ସହର

ଜଗତସିଂହପୁର: ସହରରେ ଲଗାଣ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ଖାଲୁଆ ଅଞ୍ଚଳରେ ପାଣି ପଶିଥିବା ଖବର ମିଳିଛି । ରବିବାର ସକାଳୁ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସମେତ ସହରର ମୁଖ୍ୟରାସ୍ତା ଜଳାର୍ଣ୍ଣବ ହୋଇଥିଲା।

ଅସରାଏ ବର୍ଷାରେ ଉବୁଟୁବୁ ଜଗତସିଂହପୁର ସହର

ମୁଖ୍ୟ ରାସ୍ତାର କୋର୍ଟ ଛକ ଠାରୁ ଆରମ୍ଭ କରି ରଶ୍ମି ଟକିଜ ପର୍ଯନ୍ତ ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଥିଲା। ଫଳରେ ଜାନବାହନ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ଜଗତସିଂହପୁର ସହରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଯୋଗୁଁ ସହରରେ ବାରମ୍ବାର ଏଭଳି ସମସ୍ୟା ଦେଖାଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବର୍ଷାଜଳ ନିଷ୍କାସନ ପାଇଁ ପ୍ରଶାସନ ଓ ଡ୍ରେନେଜ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ଜଳ ନିଷ୍କାସନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଫଳରେ ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସହରର ମୁଖ୍ୟରାସ୍ତା ପର୍ଯନ୍ତ ପାଣି ଜମି ରହିଛି। ଯାହାକୁ ନେଇ ସାଧାରଣ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details