ଓଡିଶା

odisha

4ଟିକିଆ ରାସ୍ତା ନିର୍ମାଣ ପାଇଁ 93 କୋଟି ମଞ୍ଜୁର, ଆଗକୁ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖାରେ ନିର୍ମାଣ ହେବ ବନ୍ଦର

By

Published : Nov 27, 2021, 10:35 PM IST

ଶନିବାର କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର (union minster shantanu thakur ) ପାରାଦ୍ବୀପ ଗସ୍ତ ଶେଷ କରି ଦିଲ୍ଲୀ ଫେରି ଯାଇଛନ୍ତି। 4 ଟିକିଆ ରାସ୍ତା ନିର୍ମାଣ ପାଇଁ 93 କୋଟି ମଞ୍ଜୁର, ଆଗକୁ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖାରେ ନିର୍ମାଣ ହେବ ବନ୍ଦର । ଅଧିକ ପଢନ୍ତୁ

union minster shantanu thakur
4ଟିକିଆ ରାସ୍ତା ନିର୍ମାଣ ପାଇଁ 93 କୋଟି ମଞ୍ଜୁର, ଆଗକୁ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖାରେ ନିର୍ମାଣ ହେବ ବନ୍ଦର

ଜଗତସିଂହପୁର: ଦୁଇ ଦିନିଆ ପାରାଦ୍ବୀପ ଗସ୍ତରେ ବନ୍ଦର, ପରିବହନ ଏବଂ ଜଳପଥ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର (union minister shantanu thakur ) । ଶନିବାର କେନ୍ଦ୍ରମନ୍ତ୍ରୀ ଗସ୍ତ ଶେଷ କରି ସନ୍ଧ୍ୟାରେ ଦିଲ୍ଲୀ ଫେରି ଯାଇଛନ୍ତି । ଆଜି ସକାଳୁ ସେ ପାରାଦ୍ବୀପ ପୋର୍ଟର ୱେଟ ବେସିନ, ସିଗନାଲ ବ୍ୟବସ୍ଥା ସହ ବନ୍ଦରର ପୋତାଶ୍ରୟ ବୁଲି ଦେଖିଥିଲେ । ପାରାଦ୍ବୀପ ବନ୍ଦରକୁ ଘରୋଇକରଣ କରାଯିବାକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି କେନ୍ଦ୍ରମନ୍ତ୍ରୀ। କୌଣସି ପରିସ୍ଥିତିରେ ପାରାଦ୍ବୀପ ବନ୍ଦରକୁ ଘରୋଇକରଣ କରାଯିବନି ବୋଲି ସ୍ପଷ୍ଟ କରିଛନ୍ତି ।

4ଟିକିଆ ରାସ୍ତା ନିର୍ମାଣ ପାଇଁ 93 କୋଟି ମଞ୍ଜୁର, ଆଗକୁ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖାରେ ନିର୍ମାଣ ହେବ ବନ୍ଦର

ବନ୍ଦର ପକ୍ଷରୁ ଗତି ଶକ୍ତି ଯୋଜନାରେ ଚାରିଥାକିଆ ରାସ୍ତା ନିର୍ମାଣ ପାଇଁ 93 କୋଟି ଟଙ୍କା ମଞ୍ଜୁର କରାଯାଇଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ପୂର୍ବରୁ ପାରାଦ୍ବୀପ ବନ୍ଦର ଏକମାତ୍ର ବନ୍ଦର ଥିଲା, ଏବେ ଧାମରା ଓ ଗୋପାଳପୁର ବନ୍ଦର କାର୍ଯ୍ୟକ୍ଷମ ହୋଇଛି। ଆଗକୁ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ହେବାକୁ ଯାଉଛି। ଆଗକୁ ପାରାଦ୍ବୀପ ବନ୍ଦରକୁ ବିଶ୍ବସ୍ତରୀୟ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ଥିବା ମନ୍ତ୍ରୀ ଶାନ୍ତନୁ ଠାକୁର କହିଥିଲେ। ଆଜି ବନ୍ଦର ଅଧ୍ୟକ୍ଷ ପିଏଲ ହାରାଧନଙ୍କ ସହ ଆଲୋଚନା କରିବା ପରେ ସେ ଦିଲ୍ଲୀ ଫେରି ଯାଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details