ଓଡିଶା

odisha

କୋଭିଡ କଟକଣା ମଧ୍ୟରେ ଜଗତସିଂହପୁରରେ ଶୀତଳ ଷଷ୍ଠୀ ଅନୁଷ୍ଠିତ

By

Published : Jun 15, 2021, 10:31 PM IST

ଜଗତସିଂହପୁରରେ କୋଭିଡ କଟକଣା ମଧ୍ୟରେ ପାଳିତ ହେଲା ଶୀତଳ ଷଷ୍ଠୀ । ସମ୍ପନ୍ନ ହେଲା ଶିବ ବିବାହ ନୀତି । ଅଧିକ ପଢନ୍ତୁ...

କୋଭିଡ କଟକଣା ମଧ୍ୟରେ ଜଗତସିଂହପୁର ଶୀତଳ ଷଷ୍ଠୀ ଅନୁଷ୍ଠିତ
କୋଭିଡ କଟକଣା ମଧ୍ୟରେ ଜଗତସିଂହପୁର ଶୀତଳ ଷଷ୍ଠୀ ଅନୁଷ୍ଠିତ

ଜଗତସିଂହପୁର: ସହରର ସର୍ଵ ପ୍ରାଚୀନ ଶୈବପୀଠ ପ୍ରଭୁ ମୁଚୁକୁନ୍ଦ ସୋମନାଥଙ୍କ ମନ୍ଦିରରେ ଆଜି ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଶିବ ବିବାହ ଅତି ନିରାଡ଼ମ୍ବର ଭାବେ ପାଳିତ ହୋଇଛି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ବିନା ଭକ୍ତରେ ଦେବ ଦମ୍ପତି ବିବାହ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

କୋଭିଡ କଟକଣା ମଧ୍ୟରେ ଜଗତସିଂହପୁର ଶୀତଳ ଷଷ୍ଠୀ ଅନୁଷ୍ଠିତ

ବିନା ଭକ୍ତରେ କିପରି ପ୍ରଭୁଙ୍କର ବିବାହ କାର୍ଯ୍ୟ ସମ୍ପାଦନ ସହ ବିଧି ରକ୍ଷା କରାଯିବ ଏହାକୁ ନେଇ ପ୍ରଶାସନକୁ ଅନୁମତି ମାଗିଥିଲେ ମନ୍ଦିର ପ୍ରଶାସନ । ଏଥିରେ ଜିଲ୍ଲା ପ୍ରଶାସନ ଅନୁମତି ଦେବାପରେ ଆଜି ବିବାହ କାର୍ଯ୍ୟ ସମ୍ପାଦନ ହୋଇଛି । ନବ ଦମ୍ଫତ୍ତିଙ୍କ ସହର ପରିକ୍ରମା ପାଣି ତୋଳା ଓ ଆତସ ବାଜି ପଦର୍ଶନ ଉପରେ କଟକଣା ଜାରି କରାଯାଇଥିଲା। କୋଭିଡ ନିଅମ ଅନୁସାରେ ବରପିତା, କନ୍ୟାପିତା ଓ ପୁରୋହିତଙ୍କ ଦ୍ଵାରା ବିବାହ କାର୍ଯ୍ୟ ସମ୍ପାଦନ କରାଯାଇଛି । ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ ରଖାଯିବା ସହ ମା, ପାର୍ବତୀଙ୍କ ମନ୍ଦିର ପରିସରରେ ଶିବ ବିବାହ ଅନୁଷ୍ଠିତ ହୋଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details