ଜଗତସିଂହପୁର: ପଣ୍ୟ କାରବାରରେ ପୁଣି ପାରାଦ୍ବୀପ ବନ୍ଦରର ରେକର୍ଡ । ଲୁହାପଥର ରପ୍ତାନୀରେ ଉଲ୍ଲେଖ୍ୟନୀୟ ସଫଳତା ହାସଲ କରିଛି ପାରାଦ୍ବୀପ ବନ୍ଦର । ବନ୍ଦରରେ ଲାଗିଥିବା ଏମ ଭି ଏରାବେଲା ଜାହାଜରେ ସର୍ବାଧିକ ୧,୪୯,୬୫୧ ମେଟ୍ରକ ଟନ ଲୁହାପଥର ରପ୍ତାନୀ କରାଯାଇଛି । ପୂର୍ବରୁ ବନ୍ଦରରେ ଏପରି ଜାହାଜରେ ସର୍ବାଧିକ ୧,୪୮,୫୦୦ ମେଟ୍ରିକ ଟନ୍ ଲୁହାପଥର ବୋଝେଇ ହୋଇଥିଲା । ଆଜିର ଏହି କାରବାର ବନ୍ଦର ପାଇଁ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଏହା ସମଗ୍ର ଦେଶରେ ପ୍ରଥମ ବୋଲି ବନ୍ଦର ପକ୍ଷରୁ କୁହାଯାଇଛି । ବିଶ୍ବରର ଅଳ୍ପ କେତେକ ବନ୍ଦରରେ ଏତେ ପରିମାଣର ପଣ୍ୟ ରପ୍ତାନୀ କରାଯାଇଥାଏ । ଏହା ବିଶ୍ବର ସବୁଠୁ ବଡ଼ ରପ୍ତାନୀ ବୋଲି ଏକ ପ୍ରେସବାର୍ତ୍ତାରେ ବନ୍ଦର ପକ୍ଷରୁ କୁହାଯାଇଛି ।
ଏହା ବି ପଢନ୍ତୁ...ବିଶ୍ଵସ୍ତରୀୟ ହେବ ପାରାଦ୍ୱୀପ ବନ୍ଦର, ଖର୍ଚ୍ଚ ହେବ 3000 କୋଟି