ଓଡିଶା

odisha

ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

By

Published : Feb 12, 2020, 7:23 AM IST

ବିବାହ ପାଇଁ ପରିବାର ଲୋକେ ଅରାଜି ହେବାରୁ ପ୍ରେମ ସପ୍ତାହରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା। ଘଟଣାଟି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବଡିପଡା ଗ୍ରାମରେ ଦେଖିବାକୁ ମିଳିଛି। ଅଧିକ ଖବର ପଢନ୍ତୁ...

_love birds
ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଜଗତସିଂହପୁର: ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ଉଭୟ ପରିବାର ଲୋକେ ବିବାହରେ ରାଜି ନହେବାରୁ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା କହିଛି ପୋଲିସ। ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବଡିପଡା ଗ୍ରାମରେ।

ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ସେହି ଗ୍ରାମର ବିରଜା ସ୍ବାଇଁ ନାମକ ଜଣେ ଯୁବକ ସଦର ଥାନା ଚଷାପଡା ଅଞ୍ଚଳର ସୁଇଟି ମହାରଣା ନାମକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଉଭୟ ବିବାହ ପାଇଁ ପରିବାର ଲୋକଙ୍କୁ ଜଣାଇଥିଲେ କିନ୍ତୁ ପରିବାର ଲୋକେ ଏଥିରେ ରାଜି ନହେବାରୁ ପ୍ରେମିକ ବିରଜା ନିଜ ବାଡିପଟ ପଣସ ବାଡିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଏହି ଖବର ପ୍ରେମିକା ସୁଇଟି ଜାଣିଲା ପରେ ନିଜଘରେ ଓଢଣୀରେ ଝୁଲି ଆତ୍ମହତ୍ୟା କରିଥିବା ଖବର ମିଳିଛି। ଘଟଣା ସ୍ଥଳରେ ଉଭୟ ଜଗତସିଂହପୁର ଓ ବାଲିକୁଦା ପୋଲିସ ପହଛି ପୃଥକ ପୃଥକ ଦୁଇଟି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details