ଓଡିଶା

odisha

ଋଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣା, ପ୍ରତିକ୍ରିୟା ରଖିଲେ ଜଗତସିଂହପୁର ଏସପି

By

Published : Jan 5, 2023, 11:07 PM IST

ପାରାଦ୍ବୀପ ବନ୍ଦରରେ ଋଷୀୟ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା (Russian Engineer Suspicious death in Paradip Port) । ଏ ନେଇ ପ୍ରତିକ୍ରିୟା ରଖିଲେ ନବନିଯୁକ୍ତ ଜଗତସିଂହପୁର ଏସପି ପି.ଆର ରାହୁଲ (Jagatsinghpur SP on Russian Engineer's death)। ଅଧିକ ପଢନ୍ତୁ

Russian Engineer death at Paradip Port
Russian Engineer death at Paradip Port

ଋଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣା, ପ୍ରତିକ୍ରିୟା ରଖିଲେ ଜଗତସିଂହପୁର ଏସପି

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ବନ୍ଦରରେ ସନ୍ଦେହଜନକ ଭାବେ ଋଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣା(Russian Engineer Suspicious death in Paradip Port)। ଆଜି ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନୂଆ କରି ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ ଭାବେ ଯୋଗଦେଇଥିବା ପି.ଆର ରାହୁଲ । ସେ କହିଛନ୍ତି ଯେ ଆଦର୍ଶ ଥାନା ନିକଟରୁ ଋଷୀୟ ନାଗରିକଙ୍କ ମୃତହେହ ଜବତ ହୋଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କିଛି କୁହାଯାଇପାରିବ ବୋଲି ସେ କହିଛନ୍ତି ।

ଆଜି ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଏସପି ପି. ଆର ରାହୁଲ । ଏହାପରେ ଘଟଣା ନେଇ ପ୍ରତିକ୍ରିୟାରେ କହିଛନ୍ତି, "ଗତକାଲି ଆଦର୍ଶ ଥାନା ପାଖରୁ ମୃତଦେହକୁ ଜବତ କରାଯାଇ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବ୍ୟବଚ୍ଛେଦ କରାଯାଇଥିଲା । ଏହାପରେ ମୃତଦେହକୁ ସଂରକ୍ଷିତ ଗୃହରେ ରଖାଯାଇଛି । ପୋଲିସ ବନ୍ଦରରେ ୨୨ଜଣ କ୍ରୁ ମେମ୍ବରଙ୍କଠାରୁ ତଥ୍ୟ ସଂଗ୍ରହ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ କିଛି କୁହାଯାଇପାରିବ।" ଅନ୍ୟପକ୍ଷରେ ବାଂଲାଦେଶୀ ଜାହାଜ ପାରାଦ୍ବୀପ ବନ୍ଦରରେ ଥିବା ସମସ୍ତ କ୍ରୁ ମେମ୍ବରଙ୍କୁ ବନ୍ଦର ପକ୍ଷରୁ ଗେଷ୍ଟ ହାଉସରେ ରଖାଯାଇଛି । ବନ୍ଦର କର୍ତ୍ତୃପକ୍ଷ ଏ ଘଟଣାକୁ ନେଇ ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

ଏହା ବି ପଢନ୍ତୁ- ସରିଲା ଋଷୀୟ ଇଞ୍ଜିନିୟରଙ୍କ ମୃତଦେହ ବ୍ୟବଚ୍ଛେଦ, ଷ୍ଟେଟ ଫରେନ୍ସିକ ଲ୍ୟାବକୁ ଗଲା ନମୁନା

ସୂଚନା ଥାଉ କି ଗତ ସୋମବାର ବିଳମ୍ବିତ ରାତିରେ ଋଷୀୟ ଚିଫ୍‌ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ପାରାଦ୍ବୀପ ବନ୍ଦରଠାରୁ ସମୁଦ୍ରର ପ୍ରାୟ ୧୦ କିଲୋମିଟର ଦୂରରେ ଅଟକି ରହିଥିବା ଜାହାଜରୁ ଏହି ଋଷୀୟ ନାଗରିକଙ୍କ ମୃତେଦହକୁ ଉଦ୍ଧାର କରାଯାଇଥିଲା । ରବିବାର ମୃତଦେହ ବ୍ୟବଚ୍ଛେଦ ହୋଇଥିବା ବେଳେ ଏହି ସମୟର ଦୃଶ୍ୟକୁ ଭିଡିଓ ରେକର୍ଡିଂ କରାଯାଇଥିବା ସହ ଭିସେରା ଟେଷ୍ଟ (Viscera Test) ପାଇଁ ଶରୀର ପ୍ରମୁଖ ଅଙ୍ଗର ନମୁନା ସଂଗ୍ରହ କରାଯାଇଛି । ଏହାକୁ ଭୁବନେଶ୍ବରସ୍ଥିତ ରାଜ୍ୟ ଫରେନ୍ସିକ ଲ୍ୟାବକୁ ପଠାଯାଇଛି ।

ଏହା ବି ପଢନ୍ତୁ- ରହସ୍ୟରେ ଋଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁ, ଆଜି ହେବ ପୋଷ୍ଟମର୍ଟମ

ଏହି ଘଟଣା ପର୍ବରୁ ରାୟଗଡ଼ା ଜିଲ୍ଲାରେ ମଧ୍ୟ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଋଷ ପର୍ଯ୍ୟଟକ ପାଭେଲ ଆଣ୍ଟୋଭ ଋଷର ସାଂସଦ ଥିଲେ । ତେବେ ସେମାନେ ମୋଟ ୪ଜଣ ଓଡ଼ିଶା ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ପୋଲିସର ତନାଘନା ଆରମ୍ଭ ହୋଇଥିଲା । ୨ ମୃତ ଋଷୀୟ ପର୍ଯ୍ୟଟକ ହେଉଛନ୍ତି ପାଭେଲ ଆଣ୍ଟୋଭ ଓ ଅନ୍ୟ ଜଣେ ଭ୍ଲାଦିମିର । ସେମାନଙ୍କ ସହିତ ଥିବା ଅନ୍ୟ ୨ ପର୍ଯ୍ୟଟକ ତଥା ଋଷୀୟ ଦମ୍ପତିଙ୍କୁ ପୋଲିସ ପଚରାଉଚରା କରିଥିଲା । ସେମାନଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details