ଓଡିଶା

odisha

ଜିନ୍ଦଲ ପ୍ରକଳ୍ପକୁ ନେଇ ଢ଼ିଙ୍କିଆ ପଞ୍ଚାୟତରେ ଆଲୋଚନା ବୈଠକ

By

Published : Nov 21, 2021, 10:40 PM IST

ଜିନ୍ଦଲ ପ୍ରକଳ୍ପକୁ ନେଇ ପ୍ରଶାସନ ପକ୍ଷରୁ ଢ଼ିଙ୍କିଆ ପଞ୍ଚାୟତ ଅଫିସରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି ‌। ଅଧିକ ପଢ଼ନ୍ତୁ

ଜିନ୍ଦଲ ପ୍ରକଳ୍ପକୁ ନେଇ ଢ଼ିଙ୍କିଆ ପଞ୍ଚାୟତରେ ଆଲୋଚନା ବୈଠକ
ଜିନ୍ଦଲ ପ୍ରକଳ୍ପକୁ ନେଇ ଢ଼ିଙ୍କିଆ ପଞ୍ଚାୟତରେ ଆଲୋଚନା ବୈଠକ

ପାରାଦ୍ୱୀପ: ଜିନ୍ଦଲ ପ୍ରକଳ୍ପକୁ ନେଇ ପ୍ରଶାସନ ପକ୍ଷରୁ ଢ଼ିଙ୍କିଆ ପଞ୍ଚାୟତ ଅଫିସରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି ‌। ଆଲୋଚନା ପୂର୍ବରୁ ଢ଼ିଙ୍କିଆ ଗ୍ରାମର କିଛି ଗ୍ରାମବାସୀଙ୍କ ପ୍ରକଳ୍ପକୁ ବିରୋଧ କରି ଫୁଲଖାଇ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି କରି ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ଆସିଥିଲେ। ଦୀର୍ଘବର୍ଷ ଧରି ଏହି ଅଞ୍ଚଳରେ ପୋସ୍କୋ କମ୍ପାନୀକୁ ବିରୋଧ କରାଯାଇଥିବାରୁ କମ୍ପାନୀ ଫେରି ଯାଇଥିଲା। ପୁନଃ ଏଠାରେ ଜିନ୍ଦଲ ଷ୍ଟିଲ କମ୍ପାନୀକୁ ସ୍ଥାନୀୟବାସିନ୍ଦା ବିରୋଧ କରୁଛନ୍ତି।

ଜିନ୍ଦଲ ପ୍ରକଳ୍ପକୁ ନେଇ ଢ଼ିଙ୍କିଆ ପଞ୍ଚାୟତରେ ଆଲୋଚନା ବୈଠକ

ଏହି ଅଞ୍ଚଳର ଲୋକମାନେ ଜଙ୍ଗଲ ଜମିରେ ବସବାସ କରୁଥିବା ବେଳେ ଚାଷବାସକୁ ନେଇ ଜୀବନଜୀବିକା ନିର୍ବାହ କରି ଆସୁଛନ୍ତି । ଏହି ଶସ୍ୟ ଶାମଳା ଉର୍ବର ଅଞ୍ଚଳରେ କମ୍ପାନୀ ପ୍ରତିଷ୍ଠା ନକରାଯାଉ ବୋଲି ରୋକଠୋକ୍‌ କହିଛନ୍ତି ଗ୍ରାମବାସୀ। ପୂର୍ବରୁ IOCL ଭଳି କମ୍ପାନୀ ଏଠାରେ ପ୍ରତିଷ୍ଠା ହୋଇଛି । ହେଲେ କମ୍ପାନୀର ପ୍ରତିଶ୍ରୁତି ବରବର୍ତ୍ତୀ ସମୟରେ ପାଣିର ଗାର ପାଲଟିଛି ।

ଜିନ୍ଦଲ ପ୍ରକଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା କିପରି ସୁଧୁରିବ ବୋଲି କିଛି ପ୍ରକଳ୍ପକୁ ବିରୋଧ କରୁଥିବା କିଛି ଗ୍ରାମବାସୀ କହିଛନ୍ତି l ଢ଼ିଙ୍କିଆ ପଞ୍ଚାୟତରେ ଥିବା ଗୋବିନ୍ଦପୁର, ପାଟଣା,ମାହାଳ ଓ ତ୍ରିଲୋଚନପୁର ଗ୍ରାମବାସୀ ପ୍ରକଳ୍ପକୁ ସ୍ୱାଗତ କରୁଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ମୌଳିକ ସମସ୍ୟାଗୁଡିକ ଉପରେ ଧ୍ୟାନ ଦେଇ ପ୍ରକଳ୍ପ ନିର୍ମାଣ କରିବାକୁ କହଛନ୍ତି ଏହି ଗ୍ରାମବାସୀ। ଜନସାଧାରଣଙ୍କ ଅଭିଯୋଗକୁ ଶୁଣିବା ପରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କୁ କ୍ଷତିପୂରଣ ସହିତ ସମସ୍ତ ମୌଳିକ ସମସ୍ୟା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଓ ଜିଲ୍ଲାପାଳ ପ୍ରକାଶ କରିଛନ୍ତି l

ଏହାପୂର୍ବରୁ ଜିନ୍ଦଲ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଗଡ଼ କୁଜଙ୍ଗ ଓ ନୂଆଗାଁ ଦୁଇଟି ପଞ୍ଚାୟତରେ ମିଶ୍ରିତ ଭାବରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଆଜିର ବୈଠକରେ ଜଗତସିଂହପୁର ଜିଲ୍ଲାପାଳ, SP, ମନ୍ତ୍ରୀଙ୍କ ସହିତ ଏରସମା ବ୍ଲକ ଅଧିକାରୀ ଓ ଜିନ୍ଦଲ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details