ଓଡିଶା

odisha

ଦେଶୀ ଡଙ୍ଗା ଭରସା: ନଈ ଫୁଲିଲେ ବନ୍ୟା ଭୟ, ବାଜିରେ ଲାଗୁଛି ଜୀବନ !

By

Published : Jan 14, 2022, 6:48 PM IST

ଯୋଗାଯୋଗର ମାଧ୍ୟମ ସାଜିଛି କାଠଡଙ୍ଗା । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ରାସ୍ତାଟିଏ ଦେଖି ପାରିଲେନି କଂସାରୀ ଗଣ୍ଡ ଗ୍ରାମବାସୀ । ଏହି ଗାଁ ଲୋକମାନେ ଦଉଡ଼ି ଓ କାଠଡଙ୍ଗା ସାହାଯ୍ୟରେ ନଦୀ ପାର ହେଉଛନ୍ତି । ଅଧିକ ପଢ଼ନ୍ତୁ

villagers faced problem for transportation in kansari ganda
ଯୋଗାଯୋଗର ମାଧ୍ୟମ ପାଲଟିଛି ଡଙ୍ଗା

ବ୍ରହ୍ମପୁର: ଯୋଗାଯୋଗର ମାଧ୍ୟମ ସାଜିଛି କାଠଡଙ୍ଗା । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ରାସ୍ତାଟିଏ ଦେଖି ପାରିଲେନି କଂସାରୀ ଗଣ୍ଡ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରୁ ମାତ୍ର ୧୨ କିଲୋମିଟର ଦୂରରେ କଂସାରୀ ଗଣ୍ଡ ଅବସ୍ଥିତ । ଏହି ଗ୍ରାମର ଲୋକମାନେ ଦଉଡ଼ି ଓ କାଠଡଙ୍ଗା ସାହାଯ୍ୟରେ ନଦୀ ପାର ହେଉଥିବା ଦେଖିବାକୁ ମିଳୁଛି। ବର୍ଷ ବର୍ଷ ଧରି ବ୍ଲକର ବିଭିନ୍ନ ଗ୍ରାମବାସୀ ଏଭଳି ବିପଦଜନକ ଯାତ୍ରା କରୁଛନ୍ତି ।

ଯୋଗାଯୋଗର ମାଧ୍ୟମ ପାଲଟିଛି ଡଙ୍ଗା

ଏହା କୌଣସି ଉପାନ୍ତ କି ଆଦିବାସୀ ଅଞ୍ଚଳର ଚିତ୍ର ନୁହେଁ, ହେଲେ ଏବେ ମଧ୍ୟ ଏହି ଗ୍ରାମ ମୁଖ୍ୟ ରାସ୍ତା ସହ ବିଚ୍ଛିନ୍ନ ହୋଇ ରହିଛି। କଂସାରୀ ଗଣ୍ଡର ଗୋଟିଏ ପଟେ ଛତ୍ରପୁର ବ୍ଲକ ଏବଂ ଅନ୍ୟପଟେ ଗଞ୍ଜାମ ବ୍ଲକ ରହିଛି। ଏହି ଦୁଇ ବ୍ଲକର ପ୍ରାୟତଃ ପାଞ୍ଚ ଖଣ୍ଡ ଗ୍ରାମର ଲୋକେ ନଦୀ ପାର ହେବା ପାଇଁ ବର୍ଷ ବର୍ଷ ଧରି ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଏପରିକି ଡଙ୍ଗାରେ ନାଉରିଆ ନଥିଲେ ଲୋକେ ଗୋଟିଏ କୂଳରୁ ଅନ୍ୟ କୂଳକୁ ବନ୍ଧା ଯାଇଥିବା ଦଉଡି ଭରସାରେ ନଦୀ ପାର ହୋଇଥାନ୍ତି । ଗଞ୍ଜାମ ବ୍ଲକର ବରଦା ଓ ରାଉଳିବନ୍ଧ ଗ୍ରାମର ଲୋକଙ୍କୁ ଡଙ୍ଗାରେ ବସିଲେ କୌଣସି ଅର୍ଥ ଦେବାକୁ ପଡ଼ୁ ନଥିବାବେଳେ ଅନ୍ୟ ଗ୍ରାମର ଲୋକଙ୍କୁ ୧୦ ଟଙ୍କା ଦେବାକୁ ପଡିଥାଏ ।

କଂସାରୀ ଗଣ୍ଡରେ ବର୍ଷତମାମ ପାଣି ରହୁଥିବାରୁ ପ୍ରାୟତଃ ଏଠାରେ ବନ୍ୟାର ଆଶଙ୍କା ରହିଥାଏ । ସେପଟେ ଗ୍ରାମରେ ନଈବଢ଼ୀ ହେଲେ ଲୋକଙ୍କର ଯୋଗଯୋଗ ସମୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଏ ଏବଂ ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ଗଞ୍ଜାମ ବ୍ଲକ ପୁରଷୋତ୍ତମପୁର ରାସ୍ତା ଦେଇ ଯିବାକୁ ପଡ଼ିଥାଏ । ଯାହା ଫଳରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କୁ ସାହାଯ୍ୟ ମଧ୍ୟ ମାଗିଛନ୍ତି । ସେପଟେ ଏହାକୁ ନେଇ ସ୍ଥାନୀୟ ବିଧାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି । ବିଜୁ ସେତୁ ଯୋଜନାରେ ଏକ ବଡ଼ ସେତୁର ନିର୍ମାଣ କାର୍ଯ୍ୟ ଚାଲିଛି । ଯାହା କଂସାରୀଗଣ୍ଡର ହଂସପୁର ଠାରୁ ମଲାଡ ଅଞ୍ଚଳକୁ ସଂଯୋଗୀକରଣ କରିବ ।

ସରକାର ରାଜ୍ୟ ବିକାଶର ଦୃଶ୍ୟ ଦେଖାଇବାବେଳେ ଦୀପତଳ ଅନ୍ଧାର ଭଳି ଲୁଚି ରହିଯାଇଛି କଂସାରୀ ଗଣ୍ଡର ବିକାଶ । ତେବେ କଂସାରୀଗଣ୍ଡରେ ଆରମ୍ଭ ହେଉଥିବା ନୂତନ ସେତୁର କାର୍ଯ୍ୟ ଶୀଘ୍ର ଶେଷ ହେଲେ ଅସୁବିଧା ଦୂର ହେବ ବୋଲି ଗ୍ରାମବାସୀ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details