ଓଡିଶା

odisha

ଭିଜିଲାନ୍ସ ଜାଲରେ ଅଙ୍ଗନାୱାଡି କର୍ମୀ

By

Published : Dec 22, 2020, 10:32 AM IST

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଆଙ୍ଗନୱାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଅଙ୍ଗନାୱାଡି କର୍ମୀଙ୍କ ଘର ସମେତ ପାଞ୍ଚୋଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଅଧିକ ପଢନ୍ତୁ...

ଭିଜିଲାନ୍ ଜାଲରେ ଅଙ୍ଗନାୱାଡି କର୍ମୀ
ଭିଜିଲାନ୍ ଜାଲରେ ଅଙ୍ଗନାୱାଡି କର୍ମୀ

ବ୍ରହ୍ମପୁର:ଆକ୍ସନ ମୋଡରେ ଭିଜିଲାନ୍ସ ବିଭାଗ । ଏଥର ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି କର୍ମୀ । ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅଙ୍ଗନୱାଡି କର୍ମୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏକା ସଙ୍ଗରେ ପାଞ୍ଚଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ ।

ଭିଜିଲାନ୍ସ ଜାଲରେ ଅଙ୍ଗନାୱାଡି କର୍ମୀ

ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନଂ ୯ରେ ଅଙ୍ଗନାୱାଡି କର୍ମୀ ଭାବରେ କାର୍ଯ୍ୟରତ ନମିତା ଦଳେଇ । ତାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଚଢାଉ କରିଛି ।

ଅଙ୍ଗନାୱାଡି କର୍ମୀଙ୍କ ଲକ୍ଷ୍ମୀନୃସିଂହ ନଗର ପ୍ରଥମ ଲାଇନ୍ରେ ରହିଥିବା ଘର,ସହରର ଗଣେଷ ନଗର ଚତୁର୍ଥ ଲାଇନ୍ରେ ରହିଥିବା ଅନ୍ୟ ଏକ ଘର ସମେତ ରାଜଧାନୀ ଭୁବନେଶ୍ବରରେ ଥିବା ଦୁଇଟି ଆପାର୍ଟମେଣ୍ଟ ଏବଂ ଦଳୁଆ ସାହିରେ ରହିଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଏକ ସଙ୍ଗେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ତେବେ ଏବେ ସୁଦ୍ଧା ଚଢାଉ ଜାରି ରହିଥିବା ସୂଚନା ମିଳିଛି । ତେବେ ଗତକାଲି ବୌଦ୍ଧ ଜିଲ୍ଲା ପୌର ପରିଷଦର ଟିକସ ସଂଗ୍ରହକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details