ଓଡିଶା

odisha

ଦେଶ ଓ ରାଜ୍ଯରେ କୃଷି ଜିଡିପି ବୃଦ୍ଧି ପାଉଛି: ରାମଚନ୍ଦ୍ର ପଣ୍ଡା

By ETV Bharat Odisha Team

Published : Nov 23, 2023, 7:54 AM IST

ଗଞ୍ଜାମ ଛତ୍ରପୁର ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜିତ । ଦେଶ ଓ ରାଜ୍ଯରେ କୃଷି ଜିଡିପି ବୃଦ୍ଧି ପାଉଥିବା କହିଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଠା ରାମଚନ୍ଦ୍ର ପଣ୍ଡା । ଅଧିକ ପଢନ୍ତୁ

ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା
ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

ଦେଶ ଓ ରାଜ୍ଯରେ କୃଷି ଜିଡିପି ବୃଦ୍ଧି ପାଉଛି

ବ୍ରହ୍ମପୁର: ଦେଶ ତଥା ରାଜ୍ୟରେ କୃଷିର ବିକାଶ ହେଉଛି । ଦେଶରେ କୃଷି କ୍ଷେତ୍ରକୁ ଅନୁଧ୍ଯାନ କଲେ କୃଷି ଜିଡିପି ବୃଦ୍ଧି ପାଇ ସାଢେ ୩ ପ୍ରତିଶତ ରହିଥିବା ବେଳେ ଓଡିଶାରେ ଏହି ଜିଡିପିର ହାର ହେଉଛି ସାଢେ ୪ ପ୍ରତିଶତ । ତେଣୁ ଏହି ସ୍ଥିତିକୁ ଦେଖିଲେ କୃଷିର ବିକାଶ ହେଉଥିବା ଜଣାପଡୁଛି । କୃଷି କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ରାଜ୍ୟ କୃଷି ବିଭାଗ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା କାର୍ଯ୍ୟକ୍ରମରେ ଯୋଗ ଦେଇ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଠା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ।

ସେ ଆହୁରିମଧ୍ୟ କହିଛନ୍ତି ଯେ, କୃଷି କ୍ଷେତ୍ରରେ ଯେଉଁ ସ୍ଥାନରେ ବିଦ୍ୟୁତ ଶକ୍ତି କାର୍ଯ୍ୟକାରୀ ହେଉନାହିଁ ସେହି ସ୍ଥାନରେ ସୋଲାର ପାୱାର ଯୋଗାଇ ଦିଆଯାଉଛି । ରାଜ୍ୟରେ ଅନେକ ନୂତନ କୃଷି ଯନ୍ତ୍ରପାତିର ଉଦ୍ଭାବନ ହେଉଛି । ସେଗୁଡ଼ିକୁ କୃଷି କ୍ଷେତ୍ରରେ ଚାଷୀମାନେ କିପରି ପ୍ରୟୋଗ କରିବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହିଭଳି ମେଳା ଆୟୋଜନ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ କୃଷି ଯୋଜନା, ସମନ୍ବିତ ଚାଷୀ ଯୋଜନା ଆଦି ଅନେକ ଯୋଜନା ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଛି । ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସବ୍‌ସିଡି ମାଧ୍ୟମରେ ବିଭିନ୍ନ ଯନ୍ତ୍ରପାତି ପ୍ରଦାନ କରୁଛି ।

ଏହା ମଧ୍ୟ ପଢନ୍ତୁ: ଚାଷୀଙ୍କ ନିକଟରେ ପହଞ୍ଚୁନି ଯୋଜନା, ଅବଗତ କରାଇବେ ବିଜେପି କର୍ମୀ

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ କହିଛନ୍ତି ଯେ, ଦେଶରେ ଓଡ଼ିଶା ପ୍ରଥମ ରାଜ୍ଯ, ଯିଏକି ସ୍ବତନ୍ତ୍ର କୃଷି ବଜେଟ୍‌ କରିଛି । କୃଷି ଏବଂ କୃଷକର ବିକାଶ ପାଇଁ ଉଦ୍ୟମ ଜାରି ରଖିଛି । ଯେଉଁମାନେ ଚାଷରେ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ ବା ଅଧିକ କ୍ଷତିଗ୍ରସ୍ତ ହେଉଥିଲେ, କୃଷି ଶ୍ରମିକର ଅଭାବ ରହୁଥିଲା ବର୍ତ୍ତମାନ ଏହି ଯନ୍ତ୍ରପାତି ଯୋଗୁଁ ଖର୍ଚ୍ଚ କମିବା ସହିତ ଉତ୍ପାଦନ ବୃଦ୍ଧି ପାଉଛି । ଲୋକେ କିଭଳି ଅଧିକ ଲାଭବାନ ହେବେ ତାହାକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ମେଳା ଆୟୋଜନ କରିବାର ମୁ୍ଖ୍ୟ ଉଦ୍ଦେଶ୍ୟ । ଏହି ଯନ୍ତ୍ରପାତି ମେଳା ମାଧ୍ୟମରେ ଅନେକ ଆତ୍ମନିର୍ଭରଶୀଳ ହେବା ସହିତ ଏହା ମାଧ୍ୟମରେ ବିଭିନ୍ନ ସୁବିଧା ପାଇଛନ୍ତି । ମୁଖ୍ୟତଃ ମହିଳା ଆତ୍ମ ନିର୍ଭରଶୀଳ ହେବା ପାଇଁ ଏସ୍‌ଏଚ୍‌ଜି ଗ୍ରୁପଗୁଡିକ ଅନେକ ଲାଭ ପାଇଥିବା ସେ କହିଛନ୍ତି ।

ସେହିପରି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଛତ୍ରପୁରର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ କହିଛନ୍ତି, ଚାଷ କ୍ଷେତ୍ରରେ ପାୱାରଟିଲରଠାରୁ ଆରମ୍ଭ କରି ସିଞ୍ଚନ ପ୍ରକ୍ରିୟା ପାଇଁ ଆବଶ୍ୟକ ଥିବା ନୂତନ ଅତ୍ୟାଧୁନିକ ମେସିନ ଗୁଡିକ ଏହି ମେଳାରେ ପ୍ରଦର୍ଶିତ କରାଯାଉଥିବା ବେଳେ ଏହାକୁ କୃଷି କ୍ଷେତ୍ରରେ କିଭଳି ବିନିଯୋଗ କରାଯାଇପାରିବ ଏବଂ ଏହାରି ମାଧ୍ୟମରେ ଚାଷୀମାନେ କମ୍ ପରିଶ୍ରମରେ ଅଧିକ ଉତ୍ପାଦନ କରିପାରିବେ, ଇନପୁଟ୍ କଷ୍ଟ କମିବା ସହିତ କୃଷକମାନଙ୍କ ଆୟ ବହୁ ଗୁଣିତ ହୋଇପାରିବ ସେନେଇ ଲକ୍ଷ୍ୟ ରହିଛି । ଏପରିକି କୃଷି କ୍ଷେତ୍ରରେ ମିଶନ ଶକ୍ତିର ସଦସ୍ୟମାନେ ମଧ୍ୟ କୃଷି କ୍ଷେତ୍ରରେ ଅଧିକ ନିୟୋଜିତ ହେଉଥିବା ଯୋଗୁଁ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି କ୍ରୟ କରି ଏହାର ଲାଭ ଉଠାଇବାକୁ ଆହ୍ବାନ କରିଛନ୍ତି ବିଧାୟକ ସୁବାସ ଚନ୍ଦ୍ର ବେହେରା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details