ଓଡିଶା

odisha

ଶରୀର ଦାନ ଅଭିଯାନକୁ ବ୍ୟାପକ କରିବାକୁ ବ୍ରହ୍ମପୁରରେ ଦାବି

By ETV Bharat Odisha Team

Published : Dec 22, 2023, 9:04 AM IST

Updated : Dec 22, 2023, 2:07 PM IST

Organ And Body Donation Campaign: ଶରୀର ଦାନ ମହତ ଦାନ । ତେଣୁ ସାରା ରାଜ୍ୟରେ ଏହି ଶରୀର ଦାନ ଅଭିଯାନକୁ ବ୍ୟାପକ କରିବାକୁ ବ୍ରହ୍ମପୁରରେ ଦାବି କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ ସଂଗଠନ । ଅଧିକ ପଢନ୍ତୁ

Etv Bharat
Etv Bharat

ଶରୀର ଦାନ ଅଭିଯାନ

ବ୍ରହ୍ମପୁର: ଶରୀର ଦାନ ମହତ ଦାନ । ଆଜିକାଲି ଅନେକ ବଦାନ୍ୟ ବ୍ୟକ୍ତି ମୃତ୍ୟୁ ପରେ ସ୍ବଇଚ୍ଛାରେ ନିଜର ଶରୀରକୁ ଦାନ କରୁଛନ୍ତି । ଶରୀର ବା ଅଙ୍ଗଦାନ ଅନ୍ୟକୁ ନୂଆ ଜୀବନ ଦେଇଥାଏ । ତେଣୁ ସାରା ରାଜ୍ୟରେ ଶରୀର ଦାନ ଉପରେ ସଚେତନତା ସୃଷ୍ଟି ପାଇଁ ବ୍ରହ୍ମପୁରରେ ଦାବି ହୋଇଛି । ଶରୀର ଦାନ ଅଭିଯାନକୁ ଆଗକୁ ନେଇ ଆଉ ଜଣଙ୍କୁ ଦୃଷ୍ଟି ଶକ୍ତି ଦେବା, ଅଙ୍ଗ ଦାନ କରିବା ଓ ଶରୀର ସମ୍ବନ୍ଧୀୟ ବ୍ୟବହାରିକ ଡାକ୍ତରୀ ଗବେଷଣା ପାଇଁ ନିଜର ଶରୀରକୁ ଦାନ କରିବା ଭଳି ଦୃଷ୍ଟାନ୍ତ ଆମ ସମାଜରେ ଅତି କମ୍ ଦେଖାଯାଉଥିବା ବେଳେ ଏହି ଅଭିଯାନକୁ ବ୍ୟାପକ କରିବାକୁ ବ୍ରହ୍ମପୁରର ତାରିଣୀ ଗୟାଙ୍କ ସ୍ମୃତିରେ ଆୟୋଜିତ ଶରୀରଦାନ ସଚେତନତା ସଭା ଅବସରରେ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

୨୦୨୧ ମସିହା ଡିସେମ୍ବର ୨୧ ତାରିଖରେ ବ୍ରହ୍ମପୁର ସହରର ତାରିଣୀ ଗୟା ମୃତ୍ୟୁ ପରେ ଚକ୍ଷୁଦାନ ସହ ନିଜ ଶରୀରକୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ଦାନ କରିଥିଲେ l ଉକ୍ତ ଦିବସକୁ ସ୍ମରଣ କରି ସହରର ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ମେଡିକାଲ ମୁଖ୍ୟ ଫାଟକ ସମୁଖରେ ତାଙ୍କ ସ୍ମୃତିଚାରଣ କରିବା ସହ ଶରୀର ଦାନ ଅଙ୍ଗଦାନ ସମ୍ପର୍କରେ ଏକ ସଚେତନତା ସଭା ଆୟୋଜନ କରିଥିଲେ l ଏଥିରେ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ଅଧ୍ୟକ୍ଷ ସୁଧୀର ରାଉତ ଯୋଗ ଦେଇ ଅଙ୍ଗ ଓ ଶରୀର ଦାନ ପାଇଁ ସମସ୍ତେ ଆଗକୁ ଆସିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାରଣା ଓ ଲକ୍ଷ୍ମୀ ନୃସିଂହ ରଥଙ୍କୁ ଶରୀର ଦାନ ପାଇଁ ତାଙ୍କର ସଂକଳ୍ପ ଓ ନିଷ୍ଠାପର ସମାଜସେବା ପାଇଁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l

ଏହା ମଧ୍ୟ ପଢନ୍ତୁ: ମୃତ୍ୟୁ ପରେ ବି ଅମର ! ବ୍ରେନଡେଡ ନର୍ସଙ୍କ ଅଙ୍ଗରେ 6 ଜଣ ପାଇଲେ ନୂଆ ଜୀବନ

ଗଞ୍ଜାମ ଓକିଲ ସଂଘର ସଭାପତି ମିନତୀ ରଥ ଅତିଥି ଭାବେ ଯୋଗଦେଇ ଶରୀର ଦାନ ନେଇ ସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯିବା ଉପରେ ଜୋର ଦେଇଥିଲେ l ଏଥିସହ ଓଡ଼ିଶା ଆନାଟୋମି ବିଲ ୨୦୧୨କୁ କାର୍ଯ୍ୟକାରୀ କରିବା, ମେଡିକାଲ କଲେଜକୁ ମୃତ ଶରୀରକୁ ପହଞ୍ଚାଇବା ପାଇଁ ବିନା ମୂଲ୍ୟରେ ଗାଡିର ବ୍ୟବସ୍ଥା କରାଇବା, ଏମକେସିଜି ମେଡିକାଲ ଉପର ମହଲାରେ ଥିବା ଆନାଟୋମି ବିଭାଗକୁ ମୃତଦେହ ବୋହିବା ପାଇଁ ଷ୍ଟ୍ରେଚର ଓ ଲିଫ୍ଟ ବ୍ୟବସ୍ଥା କରିବା, ଶରୀର ଦାନ କରିଥିବା ବଦାନ୍ୟ ବ୍ୟକ୍ତିବିଶେଷଙ୍କ ସମ୍ମାନାର୍ଥେ ମେଡିକାଲ କଲେଜ ପ୍ରବେଶ ଦ୍ବାରରେ ସେମାନଙ୍କ ପରିଚୟ ଓ ଫଟୋଚିତ୍ର ରଖିବା ଭଳି ପାଞ୍ଚ ଦଫା ଦାବି କରାଯାଇଛି l 'ଆଜି ହିଁ ସଂକଳ୍ପ ନିଅନ୍ତୁ' ଶୀର୍ଷକ ଲିଫଲେଟ ବଣ୍ଟନ ସହ ମଞ୍ଚ ଆବାହକ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ବ୍ରହ୍ମପୁର ସହରରେ ଶରୀର ଦାନ ମହତ ଦାନ ଆହ୍ବାନରେ ଅନେକ ଆଗେଇ ଆସିଥିବା ବେଳେ ସାରା ରାଜ୍ୟରେ ଏହାକୁ ଆହୁରି ବ୍ୟାପକ କରାଇବାକୁ ଦାବି କରାଯାଉଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Dec 22, 2023, 2:07 PM IST

ABOUT THE AUTHOR

...view details