ଓଡିଶା

odisha

ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା, ୧୩ ଗିରଫ

By

Published : Jun 22, 2021, 10:01 AM IST

ଗଞ୍ଜାମରେ ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା ମାମଲାରେ ପୋଲିସ 13 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା: ୧୩ ଗିରଫ
ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା: ୧୩ ଗିରଫ

ବ୍ରହ୍ମପୁର: ଗୁଣିଗାରେଡିକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ରାମେୟାପଲ୍ଲୀ ଗ୍ରାମରେ ଜଣଙ୍କୁ ପିଟିପିଟି ହତ୍ଯା କରିବା ଘଟଣାରେ 13 ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣା ପରେ ପୋଲିସ ତଦନ୍ତ କରି ଗ୍ରାମର 30 ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ସେମାନଙ୍କ ମଧ୍ୟରେ 13 ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ ଗତ ୧୯ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ରାମେୟାପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଗୁଣିଗାରେଡି ସନ୍ଦେହରେ ପିଟିପିଟି ହତ୍ୟା କରା ଯାଇଥିଲା ଏବଂ 2 ଜଣ ଗୁରୁତର ହୋଇଥିଲେ । ଏନେଇ ପୋଲିସ ଘଟଣାର ତଦନ୍ତ କରି ଉକ୍ତ ଗ୍ରାମର ୩୦ ରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରିଥିଲା । ସେମାନଙ୍କ ମଧ୍ୟରୁ ପୋଲିସ 13 ଜଣଙ୍କୁ ଗିରଫ କରି ଥିବାବେଳେ ଅନ୍ୟମାନଙ୍କୁ ଛାଡୁ ଦେଇଛି ।

ଗିରଫମାନେ ହେଲେ ଉକ୍ତ ଗ୍ରାମର ପି. ରାହୁଲ, ଜି ରାଜା ରାଓ, ପି ନରସିଂହ ଲୁ, ଏସ୍ ଜନାର୍ଦ୍ଦନ, ପି ରବି, ପି ଦେବେନ୍ଦ୍ର, ପି ଆପା ରାଓ, ଟୁଟୁ ସାହୁ, ଏନ୍ ନବୀନ, କେ ନାଗେସୁ ରାଓ, ପି ରବି, ବି ଦିଲେସୁ ଓ ପି ଶିବା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details