ଓଡିଶା

odisha

ଛତ୍ରପୁର ପୋଲିସ ପଞ୍ଝାରେ ଆନ୍ତଃ ଜିଲ୍ଲା ସାଇବର ଠକ

By

Published : Jan 9, 2022, 9:38 PM IST

ଆନ୍ତଃ ଜିଲ୍ଲା ସାଇବର ଠକକୁ କାବୁ କରିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପୋଲିସ । ଗତ ଡିସେମ୍ୱର ମାସରେ ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀ ଗ୍ରାମ ବ୍ରଜନଗର ଅଞ୍ଚଳର ଜଣେ ଯୁବତୀ ଠକାମିର ଶିକର ହୋଇଥିଲେ । ନିଯୁକ୍ତିର ପ୍ରଲୋଭନ ଦେଖାଇ ଫୋନ କଲ ଜରିଆରେ ଏକ ଲକ୍ଷ ଦଶ ହଜାର ଟଙ୍କା ଲୁଟିଥିଲେ । ଅଧିକ ପଢନ୍ତୁ

ଛତ୍ରପୁର ପୋଲିସ ପଞ୍ଝାରେ ଆନ୍ତଃ ଜିଲ୍ଲା ସାଇବର ଠକ
ଛତ୍ରପୁର ପୋଲିସ ପଞ୍ଝାରେ ଆନ୍ତଃ ଜିଲ୍ଲା ସାଇବର ଠକ

ବ୍ରହ୍ମପୁର: ଆନ୍ତଃ ଜିଲ୍ଲା ସାଇବର ଠକକୁ କାବୁ କରିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପୋଲିସ । ଗତ ଡିସେମ୍ୱର ମାସରେ ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀ ଗ୍ରାମ ବ୍ରଜନଗର ଅଞ୍ଚଳର ଜଣେ ଯୁବତୀଙ୍କ ଠାରୁ ନିଯୁକ୍ତି ପ୍ରଦାନ କରିବାର ପ୍ରଲୋଭନ ଦେଖାଇ ଫୋନ କଲ ଜରିଆରେ ଏକ ଲକ୍ଷ ଦଶ ହଜାର ଟଙ୍କା ଠକେଇ କରିନେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ମହିଳା ଜଣଙ୍କ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ପୋଲିସର ସ୍ୱତନ୍ତ୍ର ଟିମ ସାଇବର ପୋଲିସ ସହାୟତାରେ ଏହାର ଖୋଳତାଡ କରିବା ସହିତ ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

ଛତ୍ରପୁର ପୋଲିସ ପଞ୍ଝାରେ ଆନ୍ତଃ ଜିଲ୍ଲା ସାଇବର ଠକ

ମହିଳାଙ୍କୁ ଫୋନରେ ଟ୍ରାପ କରି ଏଭଳି ଟଙ୍କା ହଡପ କରିଥିବା କୋରାପୁଟ ଜିଲ୍ଲା ସେମିଳିଗୁଡା ଅଞ୍ଚଳର ରାମ ପାଙ୍ଗୀଙ୍କୁ ଗିରଫ କରିଥିଲା ପୋଲିସ । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ ଅନୁଗୋଳ ଜିଲ୍ଲାର ଭବାନୀ ସିଦ୍ଧାର୍ଥ ଶଙ୍କରଙ୍କୁ ବ୍ରହ୍ମପୁର ବସଷ୍ଟାଣ୍ଡରୁ ଗିରଫ କରିଥିଲା ପୋଲିସ । ଏଥିସହ ସେମାନଙ୍କ ନିକଟରୁ ଏକ ଲକ୍ଷ ସାତ ହଜାର ଟଙ୍କା ସହ ତିନୋଟି ମୋବାଇଲ ଫୋନ, ବ୍ୟାଙ୍କ ଖାତା ଓ ଆଧାର କାର୍ଡ ସମେତ ଠକେଇରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନରେ ଅନେକ ମାମଲା ରହିଥିବା ବେଳେ ଉଭୟଙ୍କୁ କୋର୍ଟଚାଳାଣ କରାଯାଇଥିବା ସୂଚନା ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details