ବ୍ରହ୍ମପୁର: ନିଜ ନିର୍ବାଚନମଣ୍ଡଳୀ ମାର୍ଥାପଲ୍ଲୀ ଗାଁକୁ ପଦଯାତ୍ରା କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ଏହି ଅବସରରେ ବିଧାୟକଙ୍କୁ ନେଇ ଗ୍ରାମବାସୀ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ । ଏହି ସମୟରେ ବିଧାୟକ ନିକଟରେ ବ୍ରହ୍ମପୁର ସହରର ବିନାୟକ ଆଚାର୍ଯ୍ୟ କଲେଜରେ ହୋଇଥିବା ରାଗିଂ ଘଟଣାକୁ ନିନ୍ଦା କରିଥିଲେ ।
ଏହାସହିତ ସହରର ପୁରାତନ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ରହିଥିବା ଏହି ମହାବିଦ୍ୟାଳୟରେ ଏଭଳି ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିବା କହିଛନ୍ତି । ସେହିପରି ରାଜ୍ୟରେ ଗତ କିଛି ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରାଯିବା ଘଟଣାକୁ ବିଧାୟକ ସମାଲୋଚନା କରିଥିଲେ । ଛାତ୍ର ନେତାମାନେ କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ସୃଷ୍ଟି ହେଉଥିଲେ । ଏଣୁ ମୁଖ୍ୟମନ୍ତ୍ରୀ ଏହି କଥାକୁ ବିଚାର କରନ୍ତୁ ବୋଲି କହିଛନ୍ତି ।
ଏନେଇ ଗୋପାଳପୁର ବିଧାୟକ କହିଛନ୍ତି, ''ମୁଁ ଯେତେବେଳେ 2008-09ରେ ଆସିଲି ସଂଗଠନ ଗଢ଼ିବା ପାଇଁ ମାର୍ଥାପଲ୍ଲୀ ଲୋକ, ଗ୍ରାମବାସୀ ଓ ଯୁବକମାନେ ମୋତେ ବହୁ ଶ୍ରଦ୍ଧାରେ ଗ୍ରହଣ କରିଥଲେ । ସେହି ବିଶ୍ବାସ ଓ ଭରସା ଏଠିକାର ଲୋକ ମୋ ଉପରେ ରଖିଛନ୍ତି । ସେଥିପାଇଁ ଆଜି 2ଟି ଗାଁର ପ୍ରସ୍ତାବ ଦେଇଛନ୍ତି ।