ଓଡିଶା

odisha

Murder In Ganjam: ବଡ ଭାଇର ଫାର୍ସା ଚୋଟରେ ସାନ ଭାଇ ମୃତ

By

Published : Jun 13, 2022, 8:59 AM IST

କଥା କଟାକଟିକୁ ନେଇ ହତ୍ୟାକାଣ୍ଡ । ବଡ ଭାଇର ଫାର୍ସା ଚୋଟରେ ସାନ ଭାଇ ମୃତ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଶତ୍ରୁସୋଲ ଗ୍ରାମରେ । ଅଧିକ ପଢନ୍ତୁ

Murder In Ganjam: ବଡ ଭାଇର ଫାରସା ଚୋଟରେ ସାନ ଭାଇ ମୃତ
Murder In Ganjam: ବଡ ଭାଇର ଫାରସା ଚୋଟରେ ସାନ ଭାଇ ମୃତ

ଭଞ୍ଜନଗର: କଥା କଟାକଟିକୁ ନେଇ ହତ୍ୟାକାଣ୍ଡ । ବଡ ଭାଇର ଫାର୍ସା ଚୋଟରେ ସାନ ଭାଇ ମୃତ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଶତ୍ରୁସୋଲ ଗ୍ରାମରେ । ଅଭିଯୁକ୍ତ ବଡଭାଇ ଫେରାର।

Murder In Ganjam: ବଡ ଭାଇର ଫାରସା ଚୋଟରେ ସାନ ଭାଇ ମୃତ

ସୂଚନାଅନୁସାରେ, ଗତକାଲି(ରବିବାର) ସନ୍ଧ୍ୟାରେ ମଦ ବେପାରକୁ ନେଇ ବଡ଼ ଭାଇ ମନୋଜ ନାୟକଙ୍କ ଏବଂ ସାନଭାଇ କାମରାଜୁ ନାୟକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ଉତକ୍ଷିପ୍ତ ହୋଇ ବଡଭାଇ ମନୋଜ ଏକ ଫାର୍ସାରେ ସାନଭାଇ କାମରାଜୁଙ୍କୁ ହାଣି ଦେଇଥିଲେ । ତେବେ କାମରାଜୁଙ୍କୁ ଗୁରୁତର ଅବସ୍ଥାରେ ପୋଲସରା ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବୁଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ବଡଭାଇ ମନୋଜ ଫେରାର ରହିଥିବା ସୂଚନା ରହିଛି।

ଇଟିଭି ଭାରତ, ଭଞ୍ଜନଗର

ABOUT THE AUTHOR

...view details