ଭଞ୍ଜନଗର: କୋଭିଡ କଟକଣା ମାନୁନାହାନ୍ତି ଶାସକ ଦଳ କର୍ମୀ l ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ଥିଲା ଶେଷଦିନ l ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ପାର୍ଥୀ ଲିଙ୍ଗରାଜ ପ୍ରଧାନ ଏକ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିଛନ୍ତି । ନିଜ ସମର୍ଥକ ଓ ୱାର୍ଡ ସଭ୍ୟଙ୍କୁ ନେଇ ସେ ଶୋଭାଯାତ୍ରାରେ ବାହାରି ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲ ।
ତେବେ ଏହି ସମୟରେ ଲିଙ୍ଗରାଜ ପ୍ରଧାନ ଓ ତାଙ୍କ ସମର୍ଥକ ଖୋଲାଖୋଲି ଭାବରେ କୋଭିଡ କଟକଣା ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିଜେପି ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର ଲିଙ୍ଗରାଜଙ୍କୁ ସମାଲୋଚନା କରିଛନ୍ତି । ଦେଶରେ କୋଭିଡ ମହାମାରୀ ଏଯାଏଁ ଯାଇନଥିବା ବେଳେ ନେତାଏ ଏହାକୁ ଅବମାନନା କରୁଥିବା ଅଭିଯୋଗ ହୋଇଛି । ଏହାଦ୍ବାରା ଲୋକଙ୍କ ସୁରକ୍ଷା ବିପଦରେ ପଡ଼ୁଥିବା କଥା କହିଛନ୍ତି ବିଜେପି ଯୁବନେତା । ସେ ଏହି ଶୋଭାଯାତ୍ରାର ଭିଡିଓ ଦେଖି ସରପଞ୍ଚ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।