ଓଡିଶା

odisha

ବ୍ରହ୍ମପୁରରେ ଆପର ସମାବେଶ, ୨୦୦ ୟୁନିଟ୍ ଦେୟମୁକ୍ତ ବିଦ୍ୟୁତ୍ ପ୍ରଦାନ ଦାବି

By

Published : Jul 3, 2023, 9:10 AM IST

ମାଗଣା ବିଦ୍ୟୁତ ସେବା ଯୋଗାଇ ଦେବାକୁ ନେଇ ଆମ ଆଦମି ପାର୍ଟିର ମହାସମାବେଶ ଆୟୋଜିତ । ଅଧିକ ପଢନ୍ତୁ

free electricity
free electricity

free electricity

ବ୍ରହ୍ମପୁର: ପ୍ରତ୍ୟେକ ପରିବାରକୁ ଦୁଇ ଶହ ୟୁନିଟ ମାଗଣା ବିଦ୍ୟୁତ ପ୍ରଦାନ ନେଇ ବ୍ରହ୍ମପୁରରେ ଆମ ଆଦମି ପାର୍ଟିର ମହାସମାବେଶ ଆୟୋଜିତ ହୋଇଯାଇଛି । ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦେୟ ମୁକ୍ତ ବିଦ୍ୟୁତ୍ ଯୋଗାଇ ଦିଆଯାଉଥିବା ବେଳେ ଆମ ରାଜ୍ୟରେ ଏହି ଦାବିକୁ ନେଇ ଆପ୍ ପକ୍ଷରୁ ପାଞ୍ଚ ଲକ୍ଷ ସ୍ବାକ୍ଷର ସମ୍ମିଳିତ ଦାବି ପତ୍ର ସରକାରଙ୍କୁ ପ୍ରଦାନ କରାଯିବା ପରେ ଏହି ସମାବେଶ ଆୟୋଜିତ ହୋଇଯାଇଛି । ସେହିପରି ଏହି ଦାବିକୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ତେବେ ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ସମସ୍ତ ବ୍ଲକ, ମ୍ୟୁନିସପାଲଟି, ଏନ.ଏ.ସିରେ ଆମ୍ ଆଦ୍‌ମୀ ପାର୍ଟିର କାର୍ଯ୍ୟକର୍ତ୍ତା ଘରକୁ ଘର ବୁଲି ଲୋକଙ୍କୁ ବୁଝାଇ ବିଜୁଳି ଉପଭୋକ୍ତାଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ନେଇ ଗତ ଜୁନ ୮ ତାରିଖରେ ଭୁବନେଶ୍ୱରରେ ପ୍ରତିବାଦ ସଭା କରି ପ୍ରଦାନ କରାଯାଇଥିଲା । କିନ୍ତୁ କ୍ଷୋଭର ବିଷୟ ଓଡିଶା ସରକାର ଏଥିରେ କର୍ଣ୍ଣପାତ କରୁ ନାହାଁନ୍ତି ।

ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଅନ୍ୟ ରାଜ୍ୟରୁ ବିଜୁଳି କ୍ରୟ କରି ଶତକଡ଼ା 75 ପ୍ରତିଶତ ସମସ୍ତ ବର୍ଗର ଘରୋଇ ଉପଭୋକ୍ତାଙ୍କୁ ମାସିକ 200 ୟୁନିଟ ଦେୟମୁକ୍ତ କରୁଛନ୍ତି l ପଞ୍ଜାବ ସରକାର ରାଜ୍ୟର ସମସ୍ତ 88 ପ୍ରତିଶତ ଘରୋଇ ଉପଭୋକ୍ତଙ୍କୁ ମାସିକ 300 ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ କରିପାରିଛନ୍ତି l ହେଲେ ଓଡ଼ିଶା ସରକାର ବିଜୁଳି ଉତ୍ପାଦନରେ ବଳକା ରାଜ୍ୟ ହୋଇ ଅନ୍ୟ ରାଜ୍ୟକୁ ବିକ୍ରି କରୁଥିବା ବେଳେ ବିଦ୍ୟୁତ ଦର ବଢ଼ାଇ ଓଡ଼ିଶାବାସୀଙ୍କୁ ଦୀର୍ଘଦିନ ଧରି ଲୁଟି ଚାଲିଛନ୍ତି l

ଏହା ମଧ୍ୟ ପଢନ୍ତୁ- ମାଗାଣା ବିଦ୍ୟୁତ୍‌ ଯୋଗାଇବା ଦାବି, ରାଜଧାନୀରେ ଆପର ବିକ୍ଷୋଭ ପ୍ରଦର୍ଶନ

ତେଣୁ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ଏବଂ କେନ୍ଦ୍ରର କର୍ପୋରେଟ ସପକ୍ଷବାଦୀ ଜନ ବିରୋଧୀ ନୀତିକୁ ତୀବ୍ର ବିରୋଧ କରିଛି ଆମ୍ ଆଦ୍‌ମୀ ପାର୍ଟି । ଆଗାମୀ ଦିନରେ ଆମ୍ ଆଦ୍‌ମୀ ପାର୍ଟି ସରକାରକୁ ଆସିଲେ ପ୍ରଥମ ଲୋକଙ୍କ ପୂର୍ବରୁ ଥିବା ବକେୟା ବିଲ ଛାଡ କରିବା ସହ 200 ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଦେବାକୁ ରାଜ୍ୟ ସଭାପତି ତାଙ୍କ ବକ୍ତବ୍ୟରେ ଘୋଷଣା କରିଥିଲେ । ଏହି ସମାବେଶ ପୂର୍ବରୁ ଦେୟମୁକ୍ତ ବିଜୁଳି ଦାବି କରି ଆମ ଆଦମୀ ପାର୍ଟି ତରଫରୁ ଶତାଧିକ ଦଳୀୟ କର୍ମୀ ଓ ନେତା ଇଞ୍ଜିନିୟରିଂ ଛକ ଠାରୁ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ସ୍ଲୋଗାନ ଦେଇ ସହର ପରିକ୍ରମା କରି ସଭାସ୍ଥଳରେ ପହଞ୍ଚିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details