ଓଡିଶା

odisha

ଗଣ୍ଡାହାତୀର ସୁନ୍ଦରତା ବଢାଇଛି ବାତ୍ୟା ଗୁଲାବ, ଉପଭୋଗରୁ ବଞ୍ଚିତ ପର୍ଯ୍ୟଟକ

By

Published : Sep 29, 2021, 5:32 PM IST

Updated : Sep 29, 2021, 7:53 PM IST

ବାତ୍ୟା ଗୁଲାବ ପ୍ରଭାବରେ ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଗଣ୍ଡାହାତୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଘୋ ଘୋ ଗର୍ଜନ କରି ବୋହିଯାଉଛି ଗଣ୍ଡାହାତୀର ଜଳରାଶି । ମାତ୍ର ଏପରି ଏକ ସୁନ୍ଦର ପରିବେଶର ମଜା ନେଇପାରୁନାହାନ୍ତି ପର୍ଯ୍ୟଟକ । ଅଧିକ ପଢନ୍ତୁ...

ବାତ୍ୟା ଗୁଲାବ ବୃଦ୍ଧି କରିଛି ଗଣ୍ଡାହାତୀର ସୁନ୍ଦରତା, ଉପଭୋଗରୁ ବଞ୍ଚିତ ପର୍ଯ୍ୟଟକ
ବାତ୍ୟା ଗୁଲାବ ବୃଦ୍ଧି କରିଛି ଗଣ୍ଡାହାତୀର ସୁନ୍ଦରତା, ଉପଭୋଗରୁ ବଞ୍ଚିତ ପର୍ଯ୍ୟଟକ

ଗଜପତି: ଗର୍ଜନ କରୁଛି ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ । ହେଲେ ଜନଶୂନ୍ୟ ଗଣ୍ଡାହାତୀର ଚତୁର୍ପାଶ୍ବ । ବାତ୍ୟା ଗୁଲାବ୍ ସିନା ଗଣ୍ଡାହାତୀର ସୁନ୍ଦରତା ବୃଦ୍ଧି କରିଛି ହେଲେ ତା' ପାଖରୁ ଛଡାଇ ନେଇଛି ତା'ର ପର୍ଯ୍ୟଟକଙ୍କୁ । ଯେଉଁ ପରିବେଶ ଦିନେ ଲୋକଙ୍କ ଗହଳିରେ ଫାଟି ପଡୁଥିଲା ଆଜି ସେଠି କେବଳ ଗଣ୍ଡାହାତୀର ଗର୍ଜନ ଶୁଭୁଛି । ଲାଗୁଛି ଯେପରି ଗଣ୍ଡାହାତୀ ଗର୍ଜନ କରି ପର୍ଯ୍ୟଟକଙ୍କୁ ଡାକୁଛି ।

ଗଣ୍ଡାହାତୀର ସୁନ୍ଦରତାକୁ ଦ୍ବିଗୁଣିତ କରିଛି ଗୁଲାବ, ଉପଭୋଗରୁ ବଞ୍ଚିତ ପର୍ଯ୍ୟଟକ



ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁଲାବ ବାତ୍ୟାରେ ପରିଣତ ହୋଇଥିଲା । ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ବିଶେଷ ପ୍ରଭାବ ପଡିନଥିଲେ ମଧ୍ୟ ଗଣ୍ଡହାତୀ ଜଳ ପ୍ରପାତର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଗଣ୍ଡାହାତୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି । ବିଶେଷ କରି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗଣ୍ଡହାତୀର ସୌନ୍ଦର୍ଯ୍ୟ ଏଭଳି ଭାବେ ବୃଦ୍ଧି ପାଇଛି, ଯାହା ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ । ତେଣୁ ଏହାକୁ ଉପଭୋଗ କରିବା ପାଇଁ ବିଭିନ୍ନ ସ୍ଥାନରୁ ଶହ ଶହ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ସେମାନଙ୍କୁ ଭିତରକୁ ଯିବାପାଇଁ ବାରଣ କରାଯାଇଛି । ସବୁଜିମା ପରିବେଶରେ ଥିବା ଏହି ଜଳ ପ୍ରପାତର ଗର୍ଜନ ମଧ୍ୟରେ ନିଜକୁ କିଛି ସମୟ ପାଇଁ ହଜାଇ ଦେବା ପାଇଁ ଚାହୁଁଥିବା ପର୍ଯ୍ୟଟକମାନେ ବିଫଳ ହେଉଥିବାରୁ ମନଦୁଃଖରେ ଫେରୁଛନ୍ତି । ସେପଟେ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଦ୍ବାରା ହେଉଥିବା ବ୍ୟବସାୟ ଉପରେ ନିର୍ଭର କରୁଥିବା ବ୍ୟବସାୟୀମାନେ ମଧ୍ୟ ଏବେ ନିରାଶ ହୋଇଛନ୍ତି ।


ଅନ୍ୟପଟେ ବାତ୍ୟା ପ୍ରଭାବରେ ମାଟି ଅତଡା ଧସିବ ସମ୍ଭାବନା ରହିଛି । କେବଳ ସେତିକି ନୁହେଁ ଜଳ ପ୍ରପାତର ମଜା ନେବା ପାଇଁ ପର୍ଯ୍ୟଟକମାନେ ଏହା ଭିତରକୁ ଯାଇ ଗାଧୋଇବା ପାଇଁ ଚାହିଁବେ । ଏହି ସମୟରେ ଅଘଟଣ ଘଟିବା ସମ୍ଭାବନ ମଧ୍ୟ ରହିଛି । ତେଣୁ ବର୍ତ୍ତମାନ ଏହି ସ୍ଥାନକୁ ବନ୍ଦ ରଖାଯାଇଛି । ପାଣି କମିବା ପାଇଁ ଆହୁରି ଦୁଇଦିନ ସମୟ ଲାଗିବ । ତାହାପରେ ହିଁ ପର୍ଯ୍ୟଟକଙ୍କୁ ଛଡାଯିବ ବୋଲି ଏଠାକାର ଫରେଷ୍ଟ ଗାର୍ଡ କହିଛନ୍ତି ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated :Sep 29, 2021, 7:53 PM IST

ABOUT THE AUTHOR

...view details