ଓଡିଶା

odisha

ଢେଙ୍କାନାଳରେ ଆନ୍ତଃରାଜ୍ୟ ଗଞ୍ଜେଇ ରାକେଟ, 2 ଜଣଙ୍କୁ ଗିରଫ କଲା ମଧ୍ୟ ପ୍ରଦେଶ ପୋଲିସ

By

Published : Apr 14, 2023, 12:25 PM IST

ଢେଙ୍କାନାଳରୁ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କଲା ମଧ୍ୟପ୍ରଦେଶ ପୋଲିସ । ଏଠାରୁ ଅନ୍ୟ ରାଜ୍ୟକୁ ହେଉଥିଲା ଗଞ୍ଜେଇ ଚାଲାଣ । ଅଧିକ ପଢନ୍ତୁ

two accused arrested by madhya pradesh police
two accused arrested by madhya pradesh police

two accused arrested by madhya pradesh police

ଢେଙ୍କାନାଳ: ଜିଲ୍ଲାର ମହିଷାପାଟ ଅଞ୍ଚଳରେ ଚାଲିଥିଲା ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ । ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟକୁ ଏଠାରୁ ହେଉଥିଲା ଗଞ୍ଜେଇ ଚାଲାଣ । ଏହି ବଡ ଧରଣର ଗଞ୍ଜେଇ କାରବାର ରାକେଟ ଉପରେ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କଲା ମଧ୍ୟପ୍ରଦେଶ ପୋଲିସ । ଅନ୍ୟପଟେ ଦୁଇଜଣ ବିହାରୀ ଗଞ୍ଜେଇ ବେପାରୀ ଫେରାର ହୋଇ ଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ସୁଧାକର ଦାସ ଓଏ ଅନ୍ୟ ଜଣେ ଅଣଓଡ଼ିଆ ଯୁବକ । ସୁଧାକର ଦାସ ଆନ୍ତଃରାଜ୍ୟ ଗଞ୍ଜେଇ ରାକେଟର ମୁଖ୍ୟ ଅଭିଯୁକ୍ତ ହୋଇଥିବା ସୂଚନା ମିଳିଛି ।

ମଧ୍ୟପ୍ରଦେଶ ପୋଲିସ ସେମାନଙ୍କ ଠାରୁ 2 କେଜି 6 ଶହ ଗ୍ରାମ ଗଞ୍ଜେଇ, 1 ଲକ୍ଷ 17 ହଜାର ଟଙ୍କା ଓ ଏକ ଟାଟା ଟିଗର କାର ଜବତ କରିଛି । ଗିରଫ ଅଭିଯୁକ୍ତ ସୁଧାକର ଦାସର ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାମୀଚିରା ଗ୍ରାମରେ ହୋଇଥିବା ବେଳେ ସେ ମହିଷାପାଟରେ ଏହି ଭଡା ଘରେ ରହୁଥିଲା । ସେଠାରୁ ସେ ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଆଦି ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ କରୁଥିଲା ।

ତେବେ ଗତ କିଛିଦିନ ପୂର୍ବେ ମଧ୍ୟପ୍ରଦେଶର ପାନା ଜିଲ୍ଲା ଅନ୍ତର୍ଗତ ଅମନ ଗଞ୍ଜ ଥାନା ପୋଲିସ ଏକ କାରରୁ 50 କେଜି ଗଞ୍ଜେଇ ଜବତ ଘଟଣାରେ ଏକ ବଡ଼ ଆନ୍ତଃରାଜ୍ୟ ଗଞ୍ଜେଇ ରାକେଟର ତିନି ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାର ଛାନ ଭିନ କରିବାରୁ ଓଡିଶା, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଆଦିରେ ଏହି ବେପାର ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାର ଚେର ଢେଙ୍କାନାଳରେ ଥିବା ଜାଣିବା ପରେ ଚଢାଉ କରି ଗଞ୍ଜେଇ ଚୋରାଚାଲାଣର ମୁଖ୍ୟକୁ ଗିରଫ କରିଛି ମଧ୍ୟପ୍ରଦେଶ ପୋଲିସ।

ଗତକାଲି(ଗୁରୁବାର) ମଧ୍ୟପ୍ରଦେଶ ପାନା ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ଅମନଗଞ୍ଜ ଥାନାର ଇନ୍ସପେକ୍ଟର ଅରବିନ୍ଦ କୁଜୁରଙ୍କ ନେତୃତ୍ୱରେ ଏକ ଦଳ ଢେଙ୍କାନାଳକୁ ଯାଇ ଏହି ଚଢ଼ାଉ କରିଥିବା ପ୍ରକାଶ କରିଛନ୍ତି । ତେବେ ମଧ୍ୟ ପ୍ରଦେଶ ପୋଲିସ ଜବତ ଟଙ୍କା, କାର ଓ ଗଞ୍ଜେଇ ସହିତ ଦୁଇ ଗଞ୍ଜେଇ ବେପାରୀଙ୍କୁ ଟାଉନ ଥାନା ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଫଳରେ ଢେଙ୍କାନାଳ ଟାଉନ ପୋଲିସ ଗଞ୍ଜେଇ ଚାଲାଣ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଏହି ରାକେଟରେ ଆଉ କେଉଁ ମାନେ ସାମିଲ ଅଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ । କେତେ ବର୍ଷ ହେବ ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା ସେନେଇ ଅଭିଯୁକ୍ତକୁ ପଚରାଉଚରା କରିବ ପୋଲିସ । ଅଧିକ ପଢନ୍ତୁ

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details