ଓଡିଶା

odisha

ଜୀବନ ନେଲା ବେପରୁଆ ଗାଡି ଚାଳନା, ଜଣେ ମୃତ 6 ଗୁରୁତର

By

Published : Nov 20, 2022, 11:05 AM IST

Updated : Nov 20, 2022, 12:15 PM IST

ଢେଙ୍କାନାଳରେ ବେପରୁଆ ଗାଡି ଚାଳନା ଯୋଗୁଁ 1 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 6 ଜଣ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

severe accident in different place in dhenkanal
ଜୀବନ ନେଲା ବେପରୁଆ ଗାଡି ଚାଳନା, ଜଣେ ମୃତ 6 ଗୁରୁତର

ଢେଙ୍କାନାଳ:ବେପରୁଆ ବାଇକ ଚାଳନା ଯୋଗୁଁ ଜିଲ୍ଲାର ଦୁଇଟି ପୃଥକ ସ୍ଥାନରେ ଦୁର୍ଘଟଣା ଘଟିଛି । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।

ଜୀବନ ନେଲା ବେପରୁଆ ଗାଡି ଚାଳନା

ମିଳିଥିବା ସୂଚନା ମୁତାବକ, ଦୁଇ ବାଇକ ଆରୋହୀ ଢେଙ୍କାନାଳ କପିଳାଶ ରାସ୍ତା ଦେଇ ଦ୍ରୁତ ବେଗରେ ଯାଉଥିବାବେଳେ ଦାତାତ୍ରେୟ ମନ୍ଦିର ନିକଟରେରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଥିଲେ । ଫଳରେ ବାଇକରେ ଥିବା ଦୁଇ ଆରୋହୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ଆଛନ୍ଦ ଗ୍ରାମର ଗୁକୁଳି ପ୍ରଧାନ ହୋଇଥିବାବେଳେ ଆହତ ସେହି ଗ୍ରାମର ବିଛନ୍ଦ ବେହେରା ।

ଏହା ମଧ୍ୟ ପଢ଼ନ୍ତୁ:ନିଆଳି ହାଟରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ୪୩ଟି ଚାଳି ପୋଡି ପାଉଁଶ

ସେହିପରି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ରଗଡି ଛକରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ଭୁବନ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରମାନଙ୍କୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ମାତ୍ର ସେମାନଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହୋଇଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Nov 20, 2022, 12:15 PM IST

ABOUT THE AUTHOR

...view details