ETV Bharat / state

ନିଆଳି ହାଟରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ୪୩ଟି ଚାଳି ପୋଡି ପାଉଁଶ

author img

By

Published : Nov 20, 2022, 10:23 AM IST

ନିଆଳି ହାଟରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ୪୩ଟି ହାଟ ଚାଳି ପୋଡି ପାଉଁଶ । ଦୁଇ ବର୍ଷରେ ଦୁଇଥର ହାଟରେ ନିଆଁ ଲାଗିଲାଣି । ଅଧିକ ପଢନ୍ତୁ

ନିଆଳି ହାଟରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ୪୩ଟି ଚାଳି ପୋଡି ପାଉଁଶ
ନିଆଳି ହାଟରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ୪୩ଟି ଚାଳି ପୋଡି ପାଉଁଶ

ନିଆଳି: ହୁତୁ ହୁତୁ ହୋଇ ଜଳିଲା ନିଆଳି ହାଟ । କଟକ ଜିଲ୍ଲାର ନିଆଳି ହାଟରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଯାହାଫଳରେ ୪୩ଟି ହାଟ ଚାଳି ପୋଡିଜଳି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି ଉନ୍ମତ୍ତ କାଣ୍ଡ ଭିଆଇଥିବା କୁହାଯାଉଛି । ଖବର ପାଇ ଅଡଶପୁର ଓ ନିଆଳି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏହାକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡିଛି । ନିଆଁରେ ସବୁକିଛି ଭସ୍ମ ହୋଇଯାଇ ଥିବାରୁ ଏବେ ବ୍ୟବସାୟୀ ଅସହାୟ ହୋଇପଡିଛନ୍ତି ।

ନିଆଳି ହାଟରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଏହାପୂର୍ବରୁ ମଧ୍ୟ ନିଆଳି ହାଟରେ ନିଆଁ ଲାଗିଥିଲା । ୨୦୨୦ରେ କେହି ଦୁର୍ବୃତ୍ତ ଏହି ହାଟରେ ନିଆଁ ଲଗାଇ ଦେଇଥିଲା । ସପ୍ତାହକୁ ରବିବାର ଓ ଗୁରୁବାର ଦିନରେ ନିଆଳି ହାଟ ବସେ । ଏହି ହାଟ ଉପରେ ଲକ୍ଷାଧିକ ଲୋକେ ନିର୍ଭର କରିଥାନ୍ତି । ଏଠାରୁ ଶତାଧିକ ବ୍ୟବସାୟୀ ନିଜର ଗୁଜୁରାଟ ମେଣ୍ଟାଇଥାନ୍ତି । ହେଲେ ପ୍ରତିବର୍ଷ କିଏ ଓ କାହିଁକି ହାଟରେ ଏପରି ନିଆଁ ଲଗାଉଛି ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.