ଓଡିଶା

odisha

ହୃଦଘାତରେ ଆଖି ବୁଜିଲେ ପରଜଙ୍ଗ ଅତିରିକ୍ତ ଥାନା ଅଧିକାରୀ, ଢେଙ୍କାନାଳରେ ଶୋକର ଛାୟା

By ETV Bharat Odisha Team

Published : Dec 15, 2023, 7:47 PM IST

Updated : Dec 15, 2023, 8:13 PM IST

Police officer die: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅତିରିକ୍ତ ଥାନା ଅଧିକାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ହୃଦଘାତରେ ଆଖି ବୁଜିଲେ ପରଜଙ୍ଗ ଅତିରିକ୍ତ ଥାନା ଅଧିକାରୀ, ଢେଙ୍କାନାଳରେ ଶୋକର ଛାୟା
ହୃଦଘାତରେ ଆଖି ବୁଜିଲେ ପରଜଙ୍ଗ ଅତିରିକ୍ତ ଥାନା ଅଧିକାରୀ, ଢେଙ୍କାନାଳରେ ଶୋକର ଛାୟା

ହୃଦଘାତରେ ଆଖି ବୁଜିଲେ ପରଜଙ୍ଗ ଅତିରିକ୍ତ ଥାନା ଅଧିକାରୀ, ଢେଙ୍କାନାଳରେ ଶୋକର ଛାୟା

ଢେଙ୍କାନାଳ: ଜିଲ୍ଲା ପରଜଙ୍ଗ ଥାନାର ଅତିରିକ୍ତ ଥାନା ଅଧିକାରୀ ବିର କିଶୋର ମଲ୍ଲିକଙ୍କର ଆଜି ଅକସ୍ମାତ ମୃତ୍ୟୁ ଘଟିଛି । ହୃଦଘାତ ଜନିତ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି । ବୀର କିଶୋର ପରଜଙ୍ଗ ସ୍ଥିତ ସରକାରୀ ଥାନା କ୍ୱାଟରରେ ରହୁଥିଲେ । ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏହି ଖବର ପାଇ ଡାକ୍ତରଖାନାକୁ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ସମେତ ପୋଲିସ ଅଧିକାରୀମାନେ ପହଁଞ୍ଚିଥିବା ଜଣାପଡିଛି । ମୃତ ପୋଲିସ ଥାନା ଅଧିକାରୀ ବୀର କିଶୋରଙ୍କ ଘର କେନ୍ଦ୍ରାପଡା ଆଳି ଅଞ୍ଚଳରେ ।

ଗତ କିଛିଦିନ ହେଲା ସେ ରାଉରକେଲାରୁ ଢେଙ୍କାନାଳକୁ ବଦଳି ହୋଇ ଆସିଥିଲେ । ପରଜଙ୍ଗ ଥାନାର ଅତିରିକ୍ତ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କର ଏପରି ମୃତ୍ୟୁରେ ଢେଙ୍କାନାଳ ପୋଲିସ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଢେଙ୍କାନାଳ ରିଜର୍ଭ ଲାଇନକୁ ନିଆଯାଇ ସେଠାରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି ।

ସୂଚନା ମୁତାବକ ଗତକାଲି (ମଙ୍ଗଳବାର) ଦିନ ଢେଙ୍କାନାଳରେ ଏକ ବୈଠକ ରହିଥିଲା । ଏହି ବୈଠକରେ ବୀର କିଶୋର ଯୋଗ ଦେଇଥିଲେ । ବୈଠକ ସରିବା ପରେ ସେ ଭୋଜନ କରି ପରଜଙ୍ଗ ଫେରି ଯାଇଥିଲେ । ହେଲେ ଗତ ରାତିରେ ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଚିକିତ୍ସା ପାଇ ପରଜଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ....ସ୍ତ୍ରୀକୁ ଜାଳି ମାରିବାକୁ ଉଦ୍ୟମ, ବର୍ଷେ ପରେ ବନ୍ଧା ହେଲା ନୃଶଂସ ସ୍ବାମୀ

ତେବେ ଢେଙ୍କାନାଳ ଏସପି ଘଟଣା ସ୍ଥଳରେ ପହଞ୍ଚି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପରିବାର ଲୋକ ରାଉରକେଲାରେ ରହୁଥିବାରୁ ତାଙ୍କୁ ସୂଚନା ଦିଆଯାଇଛି । ପରବାରରୁ ତାଙ୍କ ପୁଅ ଓ ସ୍ତ୍ରୀ ଆସି ପହଁଞ୍ଚିଛନ୍ତି । ମୃତକଙ୍କ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତାଙ୍କ ମର ଶରୀରକୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ପୈତୃକ ଘର କେନ୍ଦ୍ରାପଡାର ଆଳିକୁ ନିଆଯାଇଛି । ସେଠାରେ ଶେଷକୃତ୍ୟ କରାଯିବ ବୋଲି ଜଣାପଡିଛି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବ ବୋଲି ଏସପି କହିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Dec 15, 2023, 8:13 PM IST

ABOUT THE AUTHOR

...view details