ଓଡିଶା

odisha

ନିଖୋଜ ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ ଉଦ୍ଧାର, ବନ୍ଧୁକ ଦେଖାଇ ହୋଇଥିଲେ ଅପହରଣ

By

Published : Feb 18, 2022, 8:44 AM IST

ଦୁଇ ଦିନ ହେବ ନିଖୋଜ ଥିବା ସଦର ବ୍ଲକ ଅନ୍ତର୍ଗତ ସାଙ୍କୁଲେଇ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀ ଦୀପକ ଦାଶଙ୍କୁ ସିମିଳିଆ ଓଭର ବ୍ରିଜ ନିକଟରୁ ଉଦ୍ଧାର କରିଛି ପୋଲିସ । ମୁମୂର୍ଷୁ ଅବସ୍ଥାରେ ଆଜି ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ନିଖୋଜ ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ
ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ନିଖୋଜ ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ

ଢେଙ୍କାନାଳ: ଉଦ୍ଧାର ହେଲେ ନିଖୋଜ ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀ । ମୁମୂର୍ଷୁ ଅବସ୍ଥାରେ ଆଜି ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଦିନ ହେବ ନିଖୋଜ ଥିବା ସଦର ବ୍ଲକ ଅନ୍ତର୍ଗତ ସାଙ୍କୁଲେଇ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀ ଦୀପକ ଦାଶଙ୍କୁ ସିମିଳିଆ ଓଭର ବ୍ରିଜ ନିକଟରୁ ଉଦ୍ଧାର କରିଛି ପୋଲିସ । ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା କହିଛନ୍ତି ଦୀପକ ।

ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ନିଖୋଜ ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ

ଗତ ୧୬ ତାରିଖରୁ ଦୀପକଙ୍କୁ ତାଙ୍କ ଗ୍ରାମ ନିକଟରୁ ଅପହରଣ କରାଯାଇଥିଲା । ଗ୍ରାମ ନିକଟରୁ ତାଙ୍କର ସ୍କୁଟି ମିଳିଥିଲା । ସ୍କୁଟିରେ ରକ୍ତ ଛିଟା ଲାଗିଥିବାରୁ ଆକ୍ରମଣ କରି ଅପହରଣ କରାଯାଇଥିବା ସନ୍ଦେହ କରାଯାଇଥିଲା । ତେବେ ଘଟଣା ଦିନ ସେ ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ତାଙ୍କୁ କିଛି ଲୋକ ଯୋରନ୍ଦାକୁ ବାଟ ପଚାରିଥିଲେ । ଚାରିଜଣ ଯୁବକ ମୁଖା ପିନ୍ଧି ଦୁଇଟି ବାଇକ ଯୋଗେ ଆସି ତାଙ୍କୁ ପ୍ରଥମେ ଏକ ପିସ୍ତଲ ପଛ ପଟେ ମୁଣ୍ଡକୁ ପିଟି ଦେଇଥିଲେ । ପରେ ତାଙ୍କ ମୁହଁରେ କପଡା ପକାଇ ନେଇ ଯାଇଥିଲେ । ପରେ କିଛି ବାଟ ଯିବା ପରେ ଏକ କାର ଯୋଗେ ଅପହରଣ କରିନେଇ ନିର୍ବାଚନରେ ପ୍ରଚାର ନକରିବାକୁ ଧମକ ମଧ୍ୟ ଦେଇଥିଲେ ।

ଗୋଟିଏ ଘରେ ବନ୍ଦ ରଖି ଖାଇବା ପିଇବାକୁ ଦେଇ ନଥିଲେ । ଅପହରଣ କରିଥିବା ଦୁର୍ବୃତ୍ତ ମାନେ କିଏ ସେ ଜାଣି ପାରିନଥିବା କହିଛନ୍ତି ଦୀପକ । ଏ ସମ୍ପର୍କରେ ସଦର ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଦୀପକଙ୍କ ସ୍ତ୍ରୀ ଭାରତୀ ରଥ ସାଙ୍କୁଲେଇ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

ଢେଙ୍କାନାଳକୁ ଉର୍ମିଳା ପାତ୍ର,ଇଟିିଭି ଭାରତ

ABOUT THE AUTHOR

...view details