ଓଡିଶା

odisha

ଗୋଟିଏ ରାତିରେ ତିନୋଟି ମନ୍ଦିରରେ କଳାକନା, 30 ଲକ୍ଷର ସୁନା ଅଳଙ୍କାର ଲୁଟ୍

By ETV Bharat Odisha Team

Published : Jan 4, 2024, 7:32 AM IST

Loot From Temple: ଗୋଟିଏ ରାତିରେ ତିନୋଟି ମନ୍ଦିର ଲୁଟ, 30ଲକ୍ଷରୁ ଉର୍ଧ୍ଵଟଙ୍କାର ସୁନା ଅଳଙ୍କାର ଚୋରୀ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ।ଅଧିକ ପଢନ୍ତୁ

ଗୋଟିଏ ରାତିରେ ତିନୋଟି ମନ୍ଦିର ଲୁଟ, 30ଲକ୍ଷରୁ ଉର୍ଦ୍ଦ୍ୱ ଟଙ୍କାର ସୁନା ଅଳଙ୍କାର ଚୋରୀ
ଗୋଟିଏ ରାତିରେ ତିନୋଟି ମନ୍ଦିର ଲୁଟ, 30ଲକ୍ଷରୁ ଉର୍ଦ୍ଦ୍ୱ ଟଙ୍କାର ସୁନା ଅଳଙ୍କାର ଚୋରୀ

ଗୋଟିଏ ରାତିରେ ତିନୋଟି ମନ୍ଦିର ଲୁଟ, 30ଲକ୍ଷରୁ ଉର୍ଦ୍ଦ୍ୱ ଟଙ୍କାର ସୁନା ଅଳଙ୍କାର ଚୋରୀ

ଢେଙ୍କାନାଳ: ଦିନକୁ ଦିନ ଢେଙ୍କାନାଳ ଭୁବନ ଅଞ୍ଚଳରେ ଲୁଟେରାମାନଙ୍କର ଦୌରାତ୍ମ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ଲୁଟେରାମାନେ ମନ୍ଦିରଗୁଡିକୁ ଟାର୍ଗେଟ କରୁଛନ୍ତି । ମନ୍ଦିରଗୁଡିକରେ ଠାକୁରଙ୍କ ପାଖରେ ଲାଗି ହୋଇଥିବା ସୁନା ଅଳଙ୍କାର ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି । ଠାକୁରଙ୍କ ସୁନା ଅଳଙ୍କାରକୁ ଲୁଟି ନେଉଛନ୍ତି ଲୁଟେରା । ଗୋଟିଏ ରାତିରେ ଗୋଟିଏ ଗ୍ରାମରେ ଥିବା ତିନୋଟି ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଚୋରି କରିଛନ୍ତି ଦୁର୍ବୃତ୍ତ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସାମଳ ଗ୍ରାମରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ, ସାମଳ ଗ୍ରାମର ମଙ୍ଗଳା ମନ୍ଦିରରୁ ତାଲା ଭାଙ୍ଗି ମାଆଙ୍କର ସୁନାର ହାର, ମଙ୍ଗରସୂତ୍ର, କାନଫୁଲ, ପାଉଁଜି ଓ ଅଣ୍ଟାସୁତି ଚୋରି ହୋଇଥିବା ବେଳେ ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିର ତାଲା ଭାଙ୍ଗି ସୁନା ଅଳଙ୍କାର ଚୋରି ହୋଇଛି । ସକାଳେ ଗ୍ରାମବାସୀ ମଙ୍ଗଳା ମନ୍ଦିର ତାଲା ଭଙ୍ଗା ହୋଇଥିବା ଦେଖି ପୂଜକଙ୍କୁ ଖବର ଦେଇଥିଲେ । ସେହିପରି ଗ୍ରାମର ହନୁମାନ ମନ୍ଦିରରୁ ମଧ୍ୟ ଚୋରି ହୋଇଛି । ମନ୍ଦିର ପୂଜକ ଘଟଣାସ୍ଥଳରେ ପହଞ୍ଚି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଲୁଟେରାଙ୍କ ଟାର୍ଗେଟରେ ତାଲା ବନ୍ଦ ଘର, ପୋଲିସ ପାଇଁ ବଡ ଚାଲେଞ୍ଜ

ତେବେ ତିନୋଟି ମନ୍ଦିରରୁ ପାଖାପାଖି ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଏହି ଘଟଣାର ତଦନ୍ତ ପାଇଁ ଗ୍ରାମବାସୀ ଭୁବନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଗୋଟିଏ ରାତିରେ ଗ୍ରାମର ତିନୋଟି ମନ୍ଦିରରୁ ଲୁଟ ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ପରେ ଗ୍ରାମବାସୀ ଏକତ୍ରିତ ହୋଇ ଭୁବନ ଥାନାରେ ଅଭିଯୋଗ କରିଛନ୍ତି । ତୁରନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଭୁବନ ଅଞ୍ଚଳରେ ବାରମ୍ବାର ଏଭଳି ଚୋରି, ଡକାୟତି ଘଟୁଥିବା ଘଟଣା ସାମ୍ନାକୁ ଆସୁଛି । ହେଲେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଉଚିତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଲୁଟେରାଙ୍କ ଉପଦ୍ରବ ବଢି ଚାଲିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details