ଓଡିଶା

odisha

ଚାହୁଁ ଚାହୁଁ ଜଳିଗଲା 7 ବଖରା ଘର

By

Published : Dec 20, 2020, 1:51 PM IST

ଢେଙ୍କାନାଳ ଜିଲା ଗଁଦିଆ ଲାଉଲଇରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ୭ବଖରା ଘର ପୋଡି ଭସ୍ମୀଭୂତ । ଅଧିକ ପଢନ୍ତୁ...

Major Fire Breaks Out In Dhenkanal, 7 Houses Gutted
ଜଳିଗଲା ୭ବଖରା ଘର, କାରଣ ଅସ୍ପଷ୍ଟ

ଢେଙ୍କାନାଳ: ଢେଙ୍କାନାଳ ଜିଲା ଗଁଦିଆ ଲାଉଲଇରେ ଭୟାବହ ଅଗ୍ନିକାଣ୍ଡ । ଏହି ନିଆଁରେ ୭ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ତର ପ୍ରକୃତ କାରଣ ଜଣାପଡି ନଥିଲା ବେଳେ ପ୍ରଥମେ ନିଆଁ ନଗୁ ମଳିକଙ୍କ ଘରୁ ଲାଗିଥିଲା ବୋଲି ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

Major Fire Breaks Out In Dhenkanal, 7 Houses Gutted

ସୂଚନା ଅନୁସାରେ, ଗଁଦିଆ ଲାଉଲଇରେ ପ୍ରଥମେ ଗୋଟିଏ ଘରୁ ନିଆଁ ଲାଗିଥିଲା । ପରେ, ଏହା ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ୭ବଖରା ଘର ପୋଡି ପାଉଁଶ ହୋଇସାରିଥିଲା । ଫଳରେ ୪ଟି ପରିବାରର ସର୍ବସାନ୍ତ ହୋଇଯାଇଛନ୍ତି । ଏହି ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details