ଓଡିଶା

odisha

ପରଜଙ୍ଗରେ ହାତୀପଲଙ୍କ ଉପଦ୍ରବ, ଆତଙ୍କିତ ଅଞ୍ଚଳବାସୀ

By

Published : Nov 17, 2019, 11:24 PM IST

ପରଜଙ୍ଗ କୁମୁସି ପଞ୍ଚାୟତ ଅଅଁଳାକଟା ଗ୍ରାମ ନିକଟରେ ହାତୀପଲଙ୍କ ଉପଦ୍ରବ । ଜଙ୍ଗଲ ଛାଡି ଗାଁ ମୁହାଁ ଏହି ହାତୀପଲ ଧାନ ଖାଇବା ସହ ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଢେଙ୍କାନାଳ: ପରଜଙ୍ଗ ବ୍ଲକରେ ହାତୀପଲଙ୍କ ଉପଦ୍ରବ । ଏନେଇ 10ଟି ପଞ୍ଚାୟତର ବାସିନ୍ଦା ଏବେ ଚିନ୍ତାରେ । ବିଶେଷ କରି ବର୍ତ୍ତମାନ ଧାନ ଅମଳ ସମୟ ଥିବାରୁ ପାଚିଲା ଧାନ ଖାଇବା ପାଇଁ ହାତୀପଲ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇଥିବା ଅନୁମାନ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ସୂଚନାନୁସାରେ, ରବିବାର ପରଜଙ୍ଗ କୁମୁସି ପଞ୍ଚାୟତ ଅଅଁଳାକଟା ଗ୍ରାମ ପାଖରେ ହାତୀପଲ ଥିବା ଦେଖିବାକୁ ମିଳିଛି । ଏହି ହାତୀପଲରେ 25ରୁ 20 ହାତୀ ଅଛନ୍ତି । ଯଦ୍ବାରା କୁମୁସି, ପାଟରପଦା, ଲୋଧଣି ଓ ଡିହଡୋଳ ଆଦି ପଞ୍ଚାୟତର ବାସିନ୍ଦାମାନେ ଏହୀ ବଣୁଆ ହାତୀପଲଙ୍କ ଭୟରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଏହି ହାତୀପଲ ଧାନ ଖାଇବା ସହ ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଅଞ୍ଚଳ ଛାଡୁ ନାହାନ୍ତି ବଣୁଆ ହାତୀ/ଢେଙ୍କାନାଳ ପର୍ଜଙ୍ଗ କୁମୁସିରେ ହାତୀ ପଲଙ୍କୁ ନେଇ ଲୋକେ ଆତଙ୍କିତ
ଆଙ୍କର-ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକରେ ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ୧୦ଟି ପଞ୍ଚାୟତର ବାସିନ୍ଦା ଚିନ୍ତାରେ ପଡିଯାଇଛନ୍ତି। Body:ବିଶେଷକରି ଧାନ ଅମଳ ସମୟ ହୋଇଥିବାରୁ ପାଚିଲା ଧାନ ଖାଇବା ପାଇଁ ହାତୀ ପଲ ଛାଡି ଯାନଥିବା ଅନୁମାନ କରାଯାଇଛି। ଫଳରେ ଏହି ହାତୀ ପଲ ଧାନ ଖାଇବା ସହ ଧାନ କ୍ଷେତରେ ପଶି ଦଳି ଚକଟି ଏକର ଏକର ଧାନ ଫସଲ ଉଜାଡିବାରେ ଲାଗିଛନ୍ତି। ଏପରିସ୍ଥଳେ ରବିବାର ସଂନ୍ଧ୍ୟାରେ ପର୍ଜଙ୍ଗର କୁମୁସି ପଞ୍ଚାୟତର ଅଅଁଳାକଟା ଗ୍ରାମ ପାଖରେ ହାତୀ ପଲ ରହିଥିବା ଦେଖିବାକୁ ମିଳିଛି। ଏହି ହାତୀ ପଲରେ ୨୫ ରୁ ୩୦ଟି ହାତୀ ରହିଥିବାବେଳେ ସେମାନେ ପାଖ ଗାଁ ମୁହାଁ ହୋଇଛନ୍ତି।Conclusion:ଯାହା ଫଳରେ କୁମୁସି,ପାଟରପଦା ,ଲୋଧଣି ଓ ଡିହଡୋଳ ଆଦି ପଞ୍ଚାୟତର ବାସିନ୍ଦାମାନେ ଏହୀ ବଣୁଆ ହାତୀ ଫଲଙ୍କ ଭୟରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।

ABOUT THE AUTHOR

...view details