ଓଡିଶା

odisha

ନିରାକାର ସାହୁ ହତ୍ୟା ଘଟଣା: 2 ସୁପାରି କିଲର ଗିରଫ

By ETV Bharat Odisha Team

Published : Nov 13, 2023, 10:09 PM IST

ବହୁ ଚର୍ଚ୍ଚିତ ଖଣି ବ୍ୟବସାୟୀ ନିରାକର ସାହୁ ହତ୍ୟା ମାମଲା । ମୟୂରଭଞ୍ଜରୁ 2 ସୁପାରୀ କିଲରଙ୍କୁ ଗିରଫ କଲା ପୋଲିସ । 3 ରେ ପହଞ୍ଚିଲା ଗିରଫଦାରୀ ସଂଖ୍ୟା ।

ନିରାକାର ସାହୁ ହତ୍ୟା ଘଟଣା: 2 ସୁପାରି କିଲର ଗିରଫ
ନିରାକାର ସାହୁ ହତ୍ୟା ଘଟଣା: 2 ସୁପାରି କିଲର ଗିରଫ

ନିରାକାର ସାହୁ ହତ୍ୟା ଘଟଣା: 2 ସୁପାରି କିଲର ଗିରଫ

ଢେଙ୍କାନାଳ:ବହୁଚର୍ଚ୍ଚିତ ଖଣି ବ୍ୟବସାୟୀ ନିରାକର ସାହୁ ହତ୍ୟା ମାମଲା । ସୁପାରି କିଲର ରାକେଶ ନାଥ ଓ ତାର ଜଣେ ସହଯୋଗୀକୁ ମୟୂରଭଞ୍ଜରୁ ଗିରଫ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି । ଏଥିସହ ଗିରଫଦାରୀ ସଂଖ୍ୟା 3ରେ ପହଞ୍ଚିଛି ।

ତେବେ ପୂର୍ବରୁ ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ହତ୍ୟାକାଣ୍ଡ ରଚିଥିବା 2 ସୁପାରି କିଲରଙ୍କୁ ଗିରଫ କରାଯାଇଛି । କାମାକ୍ଷାନଗର ପୋଲିସ, ମୟୁରଭଞ୍ଜ ପୋଲିସ ଓ STF ମିଳିତ ସହଯୋଗରେ 2 ସୁପାରି କିଲରଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଦିବ୍ୟ ଦର୍ଶନ ମାହୁନ୍ତ ପୂର୍ବରୁ ଗିରଫ ହୋଇସାରିଛି । ତେବେ ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ।

ଏହାମଧ୍ୟ ପଢନ୍ତୁ..ବାପା ହତ୍ୟାର ପ୍ରତିଶୋଧ ନେଲା ପୁଅ, ଖଣି ବ୍ୟବସାୟୀ ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ପ୍ରକାଶ ଯୋଗ୍ୟ, ଗତ ସେପ୍ଟେମ୍ବର ମାସ ୨୭ ତାରିଖ ବିଳମ୍ବିତ ରାତିରେ ନିରାକାର ସାହୁଙ୍କୁ ଆଳତୁମା ମାଳବନ୍ଧ ନିକଟ ସୌରିଆ ଆମ୍ବତୋଟାରେ ଗୁଳି କରି ହତ୍ୟା କରାଯାଇଥିଲା । ସୂଚନା ମୂତାବକ ଦିବ୍ୟଦର୍ଶନର ବାପା ଦିପକ ମାହୁନ୍ତକୁ ମୃତ ନିରାକାର ତାର ସହଯୋଗୀ ମାନେ ମିଶି ଗତ ୨୦୨୧ ମସିହା ଅକ୍ଟୋବର ମାସ ୨୪ ତାରିଖରେ ଗୁଳିମାଡ କରି ହତ୍ୟା କରିଥିଲେ । ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଅ ଦିବ୍ୟଦର୍ଶନ ନିରାକର ସାହୁଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ନିରାକାରଙ୍କୁ ଗୁଳି କରି ମାରିବା ପାଇଁ 2 ସୁପାରି କିଲରଙ୍କ କଥା ହୋଇଥିଲା ଦିବ୍ୟଦର୍ଶନ ।

ଦିବ୍ୟଦର୍ଶନ ସୁପାରି କିଲର ରାକେଶ ନାଥ ସହିତ ୬ଲକ୍ଷ ଟଙ୍କାର ଡିଲ କରିଥିବା ବେଳେ, ୧ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିବା ପୋଲିସ ଆଗରେ ପ୍ରକାଶ କରିଥିଲା । ଏବଂ ହତ୍ୟା କରିବା ପରେ ସମସ୍ତ ଦୁର୍ବୁତ୍ତ ନିରାକାରର ଏକ କାରକୁ ମଧ୍ୟ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ହତ୍ୟାକାଣ୍ଡର କିଛି ଦିନ ପରେ ଝାଡଖଣ୍ଡରୁ ପୋଲିସ କାରଟିକୁ ଜବତ କରିଥିଲା । ପରେ ମୁଖ୍ୟ ଅଭିଯୁକ୍ତ ଦିବ୍ୟଦର୍ଶନଙ୍କୁ ଗିରଫ କରାଯିବା ପରେ ସବୁ ସତ ଓଗାଳିଥିଲା ସେ । 2 ସୁପାରି କିଲର ସମ୍ପର୍କରେ ବି ମୁଖ୍ୟ ଅଭିଯୁକ୍ତ ସୂଚନା ଦେଇଥିଲା । ଗୁଳିକରି ହତ୍ୟା କରିଥିବା ସୁଟର ଫେରାର ଥିବାବେଳେ ସେମାନଙ୍କୁ ମୟୂରଭଞ୍ଜରୁ ଗିରଫ କରାଯାଇଛି ।

ତେବେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ ଯେଉଁମାନଙ୍କ ସଂପୃକ୍ତ ଥିବ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details