ଓଡିଶା

odisha

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦମ୍ପତିଙ୍କ ଆମରଣ ଅନଶନ

By

Published : Dec 17, 2020, 10:58 PM IST

ନ୍ୟାୟ ଦାବିରେ ଢେଙ୍କାନାଳ କାମାକ୍ଷାନଗର ଏକ ଦମ୍ପତିଙ୍କ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନ । ଅଧିକ ପଢନ୍ତୁ..

ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଦମ୍ପତ୍ତିଙ୍କ ଆମରଣ ଅନଶନ
ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଦମ୍ପତ୍ତିଙ୍କ ଆମରଣ ଅନଶନ

ଢେଙ୍କାନାଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ଆଶାରେ ଆମରଣ ଅନଶନରେ ବସିଛନ୍ତି ଦମ୍ପତି । ଉକ୍ତ ଦମ୍ପତି ହେଲେ କାମାକ୍ଷାନଗର ଅଞ୍ଚଳର ମହମ୍ମଦ ତାରିଫ ହୁସେନ ଓ ତାଙ୍କ ପତ୍ନୀ ତନଓ୍ବାରୀ ବେଗମ।

ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଦମ୍ପତ୍ତିଙ୍କ ଆମରଣ ଅନଶନ

ତେବେ କାମାକ୍ଷାନଗର ତହସିଲ ଅଧିନରେ ଥିବା ମହମ୍ମଦଙ୍କ ବ୍ୟକ୍ତିଗତ ଜମିକୁ ଜବରଦଖଲ କରି ଏକ ଡିଗ୍ରୀ କଲେଜ ନିର୍ମାଣ କରାଯାଉଛି। ଏହାକୁ ବିରୋଧ କରିଥିଲେ ମହମ୍ମଦ। ଏ ସଂକ୍ରାନ୍ତରେ ତହସିଲଦାର ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନ ଥିଲେ। ତେବେ ନ୍ୟାୟ ନପାଇ ପତିପତ୍ନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ତାଙ୍କ ରେକର୍ଡ ଜାଗାକୁ ସରକାର ବେନିୟମ ଭାବେ ଜବର ଦଖଲ କରିବା ପ୍ରତିବାଦରେ ଆମରଣ ଅନଶନ କରିଛନ୍ତି।

ସେମାନଙ୍କ ଜାଗା ତାଙ୍କୁ ଫେରାଇ ଦେବାକୁ ଦାବି କରୁଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details