ଓଡିଶା

odisha

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତିରେ ଅନିୟମିତତା, CDMOଙ୍କ ଅଫିସ ଘେରିଲା ବିଜେପି

By

Published : Apr 21, 2023, 3:45 PM IST

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କଲା ବିଜେପି । ଅଧିକ ପଢନ୍ତୁ

Etv Bharat
Etv Bharat

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତିରେ ଅନିୟମିତତା

ଢେଙ୍କାନାଳ: ଅବ୍ୟବସ୍ଥାକୁ ନେଇ ପୁଣି ଚର୍ଚ୍ଚାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଡାକ୍ତରଖାନାରେ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ । ରାଜ୍ୟ କିଷାନ ମୋର୍ଚ୍ଚା ଉପସଭାପତି ରାମ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ବିଜେପି କର୍ମୀ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏ ସମ୍ପର୍କରେ ଆଲୋଚନ କରି ଜବାବ ତଲବ କରିଥିଲେ ଆନ୍ଦୋଳନକାରୀ।

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନର୍ସ, ଡ୍ରେସର, ଝାଡୁଦାର ଆଦି ଠିକା ଭାବେ କର୍ମଚାରୀ ନିଯୁକ୍ତି ପାଇଁ ଏକ ଆଉଟ ସୋର୍‌ସିଂ ଏଜେନ୍ସି ସହ ଚୁକ୍ତି କରିବାକୁ ଯାଉଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। କିନ୍ତୁ ନିଯୁକ୍ତି ପ୍ରକ୍ରିୟା ନିୟମ ମୁତାବକ ହୋଇନଥିବା ଅଭିଯୋଗ ଆଣିଛି ବିଜେପି । ନିଯୁକ୍ତି ପ୍ରକ୍ରିୟାରେ ଟଙ୍କା କାରବାର ହୋଇଥିବା ବେଳେ ଜିଲ୍ଲାର ଆଶାୟୀ କର୍ମଚାରୀଙ୍କ ନିଯୁକ୍ତି ସ୍ଥାୟୀ ହୋଇ ପାରୁନି l ବାହାର ଜିଲ୍ଲାର ଆଶାୟୀଙ୍କୁ ଏଠାରେ ନିଯୁକ୍ତି ଦିଆଯାଉଛି l ତାହାଲେ ଆମ ଜିଲ୍ଲାର ଚାକିରି ଆଶାୟୀ କଣ ଦାଦନ ଖଟିବାକୁ ଯିବେ ବୋଲି ପ୍ରଶ୍ନ କରିଛିନ୍ତି ବିଜେପି କର୍ମୀ l ଏହି ଘଟଣାର ଭଲଭାବରେ ଯାଞ୍ଚ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ l ଯଦି ଏଭଳି ନହୁଏ ତେବେ ଆସନ୍ତା ତିନି ତାରିଖରେ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେପି ତରଫରୁ କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ-ଢେଙ୍କାନାଳ ସରକାରୀ ହସ୍ପିଟାଲରେ ଅବ୍ୟବସ୍ଥା ନେଇ ଉତ୍ତେଜନା

ମୋଟ ୧୭୮ଟି କର୍ମଚାରୀ ପଦବୀରେ ନିଯୁକ୍ତି ପାଇଁ ସରକାରଙ୍କ ୱେବସାଇଟରେ ଦିଆଯାଇଥିଲା ବିଜ୍ଞାପନ । ଆବେଦନ କରିଥିବା ଏଜେନ୍ସିଙ୍କୁ ଏହି ଟେଣ୍ଡର ଦିଆଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ତେବେ ଆଗକୁ ଏ ଦିଗରେ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

ଗତ ଫେବୃଆରୀ ମାସରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଏଠାରେ କିନ୍ତୁ ସାଧାରଣ ରୋଗୀ ଟିଏ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ । ଯାହାକୁ ନେଇ ଡାକ୍ତଖାନାରେ ଜିଲ୍ଲା ଓକିଲ ସଂଘ ନେତୃତ୍ୱରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଚଢ଼ାଉ କରାଯାଇ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଥିଲା । ଏଠାରେ ଡାକ୍ତର ଓ କର୍ମଚାରୀମାନେ ଡାକ୍ତରଖାନାକୁ ଆସୁନଥିବାରୁ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପକ୍ଷା କରି ରହୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ତୀଵ୍ର ବିରୋଧ କରିଥିଲା ଜିଲ୍ଲା ଓକିଲ ସଂଘ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details