ଓଡିଶା

odisha

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, 12 ଘଣ୍ଟିଆ ଦେବଗଡ ବନ୍ଦ

By

Published : Feb 5, 2020, 3:13 PM IST

ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡିଶା ଓକିଲ ସଂଘର ଆହ୍ବାନ କ୍ରମେ ବୁଧବାର ଦେବଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଅଧିକ ପଢନ୍ତୁ..

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, 12 ଘଣ୍ଟିଆ ଦେବଗଡ ବନ୍ଦ
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, 12 ଘଣ୍ଟିଆ ଦେବଗଡ ବନ୍ଦ

ଦେବଗଡ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଦେବଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ 12ଘଣ୍ଟିଆ ବନ୍ଦ ଡାକରା ଦିଆଯିବା ଯୋଗୁ ଦେବଗଡ଼ ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, 12 ଘଣ୍ଟିଆ ଦେବଗଡ ବନ୍ଦ

ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡିଶା ଓକିଲ ସଂଘର ଆହ୍ବାନ କ୍ରମେ ବୁଧବାର ଦେବଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ ଡାକରା ଯୋଗୁଁ ବୁଧବାର ଦେବଗଡ଼ ଜିଲ୍ଲା ସଦର ମହକୁମା ସମେତ ବାରକୋଟ ତିଳେଇବଣି ଓ ରିଆମାଳ ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ସେବା, ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ତେବେ ଏହି ବନ୍ଦରୁ ସ୍ବାସ୍ଥ୍ୟସେବା ଓ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି ।

ଜାତୀୟ ଆଇନଜୀବୀ ପରିଷଦ ଓ ରାଜ୍ୟ ଆଇନଜୀବୀ ପରିଷଦର ପଶ୍ଚିମଓଡିଶା ପ୍ରତି ବୈମାତୃକ ମନୋଭାବ ଓ ଶୋଷଣ ନୀତି ବିରୁଦ୍ଧରେ ସଂଘ ଏହି ବନ୍ଦ ନିଷ୍ପତ୍ତି ନେଇଥିବା ଜିଲ୍ଲା ଓକିଲ ସଂଘ ଉପ ସଭାପତି ବିକାଶ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

Intro:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ରେ ଦେବଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ 12ଘଣ୍ଟିଆ ବନ୍ଦ ଡାକରା ଦିଆଯିବା ଯୋଗୁ ଦେବଗଡ଼ ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ।


Body:ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡିଶା ଓକିଲ ସଂଘ ର ଆହ୍ୱାନ କ୍ରମେ ଆଜି ଦେବଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ଡାକରା ଯୋଗୁଁ ଆଜି ଦେବଗଡ଼ ଜିଲ୍ଲା ସଦର ମହକୁମା ସମେତ ବାରକୋଟ ତିଳେଇବଣି ଓ ରିଆମାଳ ବ୍ଲକ ର ସମସ୍ତ ସରକାରୀ/ବେସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କ ସେବା , ଦୋକାନ ବଜାର , ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ତେବେ ଏହି ବନ୍ଦ ରୁ ସ୍ୱାସ୍ଥ୍ୟସେବା ଓ ଜରୁରୀ କାଳୀନ ସେବା କୁ ବାଦ ଦିଆଯାଇଛି ।


Conclusion:ଜାତୀୟ ଆଇନଜୀବୀ ପରିଷଦ ଓ ରାଜ୍ୟ ଆଇନଜୀବୀ ପରିଷଦ ର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ଓ ଶୋଷଣ ନୀତି ବିରୁଦ୍ଧରେ ସଂଘ ଏହି ବନ୍ଦ ନିଷ୍ପତ୍ତି ନେଇଥିବା ଜିଲ୍ଲା ଓକିଲ ସଂଘ ଉପ ସଭାପତି ବିକାଶ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।

ଦେବଗଡ଼ ରୁ ସରୋଜ ଶତପଥି ଈଟିଭି ଭାରତ

ABOUT THE AUTHOR

...view details