ଓଡିଶା

odisha

ହାଇକୋର୍ଟଙ୍କ ନିର୍ଦ୍ଦେଶ; ଝାରସୁଗୁଡା ଜିଲ୍ଲାପାଳଙ୍କ ନିଲମ୍ବନ ପ୍ରତ୍ୟାହାର

By

Published : Aug 19, 2019, 9:43 PM IST

ଝାରସୁଗୁଡା ଜିଲ୍ଲାପାଳଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ ହାଇକୋର୍ଟ । ଆଜି ଜିଲ୍ଲାପାଳ ହାଇକୋର୍ଟରେ ହାଜିର ହେବାସହ କ୍ଷମା ପ୍ରର୍ଥାନା କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଝାରସୁଗୁଡା ଜିଲ୍ଲାପାଳଙ୍କ ନିଲମ୍ବନକୁ ପ୍ରତ୍ୟାହାର ପାଇଁ ହାଇକୋର୍ଟଙ୍କ ନିର୍ଦେଶ । ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ ଉଚ୍ଚ ନ୍ୟାୟାଳୟ । ପୂର୍ବରୁ ହାଇକୋର୍ଟଙ୍କ ନିର୍ଦେଶ ଉଲଂଘନ ଅଭିଯୋଗର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ ଜାଭେରୀ ଓ ଜଷ୍ଟିସ କେ.ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଲମ୍ବନ ନିର୍ଦେଶ ଦେଇଥିଲେ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଟକ
ତେବେ ନିଲମ୍ବନ ହୋଇଥିଵା ଝାରସୁଗୁଡା ଜିଲ୍ଲାପାଳ ଆଜି କୋର୍ଟରେ ହାଜର ହେବା ସହ ନିଃସର୍ତ୍ତ କ୍ଷମା ପ୍ରର୍ଥନା କରିଥିଲେ। ସୂଚନାଯୋଗ୍ୟ ମଦ ଦୋକାନ ଖୋଲିବା ପାଇଁ ଆବେଦନକାରୀଙ୍କ ଲାଇସେନ୍ସ ମଞ୍ଜୁର ହୋଇଥିଲା। କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁଁ ଦୋକାନ ଖୋଲି ପାରି ନଥିଲା। ପରେ ଅବଧି ପାଇଁ ଦୋକାନୀଙ୍କ ନିକଟରୁ କିନ୍ତୁ ଅବକାରୀ ବିଭାଗ ଦେୟ ଦାବି କରିଥିଲା। ଏପରି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। 2019,ମାର୍ଚ୍ଚ 19 ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ନୋଟିସ ଜାରି କରିବା ସହ ଆବେଦଙ୍କରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲ କୋର୍ଟ।

ଏହାପରେ ମଧ୍ୟ ଆବେଦନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କ ଲାଇସେନ୍ସ ବାତିଲ ପାଇଁ ପଦକ୍ଷେପ ନିଆଯାଇଥିଲା। ହାଇକୋର୍ଟଙ୍କ ପୂର୍ବ ନିର୍ଦେଶକୁ ଉଲଂଘନକରି ଝାରସୁଗୁଡା ଜିଲ୍ଲାପାଳ 2019, ଏପ୍ରିଲ 25 ରେ ସାନି ନିର୍ଦେଶନାମା ଜାରି କରିଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ପୁନର୍ବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜୁଲାଇ 30ରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଜିଲ୍ଲାପାଳ ଙ୍କ ଏପ୍ରିଲ 25 ନିର୍ଦେଶନାମା ଉପରେ ରହିତାଦେଶ ଜାରି କରିବା ସହ ଅଗଷ୍ଟ 13 ତାରିଖରେ ଜିଲ୍ଲାପାଳ ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦେଶ ଦେଇଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରଶୁଗୁଡା ଜିଲ୍ଲାପାଳ ଙ୍କ ନିଲମ୍ବନ କୁ ପ୍ରତ୍ୟାହାର ପାଇଁ ନିର୍ଦ୍ଧେଶ ।ରାଜ୍ୟସରକାର ଙ୍କୁ ନିର୍ଦ୍ଧେଶ ଦେଲେ ହାଇକୋର୍ଟ । ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଧେଶ ଉଲଂଘନ ଅଭିଯୋଗ ର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ କେ ଏସ ଜାଭେରୀ ଓ ଜଷ୍ଟିସ କେ ଆର ମହାପାତ୍ର ଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଲମ୍ବନ ନିର୍ଦ୍ଧେଶ ଦେଇଥିଲେ। ତେବେ ଆଜି ନିଲମ୍ବନ ହୋଇଥିଵା ଝାରସୁଗୁଡା ଜିଲ୍ଲାପାଳ କୋର୍ଟରେ ହାଜର ହୋଇ ନିସର୍ତ କ୍ଷମାପାର୍ଥନା କରିଥିଲେ।
ସୁଚନା ଯୋଗ୍ୟ ଆବେଦନକାରୀ ଙ୍କୁ ମଦ ଦୋକାନ ପାଇଁ ଲାଇସେନ୍ସ ମଞ୍ଜୁର ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଙ୍କ ବିରୋଧ ଯୋଗୁଁ ଦୋକାନ ଖୋଲି ପାରି ନ ଥିଲେ।ଦୋକାନ ଖୋଲି ନ ଥିବା ଅବଧି ପାଇଁ ତାଙ୍କ ନିକଟରୁ କିନ୍ତୁ ଅବକାରୀ ବିଭାଗ ଦେୟ ଦାବି କରିଥିଲା।ଅବକାରୀ ବିଭାଗର ଏପରି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।2019,ମାର୍ଚ୍ଚ 19 ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ନୋଟିସ ଜାରି କରିବା ସହ ଆବେଦଙ୍କରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ।ଏହାପରେ ଆବେଦନକାରୀ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କ ଲାଇସେନ୍ସ ବାତିଲ ପାଇଁ ପଦକ୍ଷେପ ନିଆଯାଇଥିଲା।ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଧେଶ ଉଲଂଘନ କରି ଝରଶୁଗୁଡା ଜିଲ୍ଲାପାଳ 2019, ଏପ୍ରିଲ 25 ରେ ସାନି ନିର୍ଦେଶନାମା ଜାରି କରିଥିଲେ।ତେବେ ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ପୁନର୍ବାର ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ।ଜୁଲାଇ 30 ଏହି ରେ ମାମଲାର ଶୁଣାଣି କରି ହାଇକୋର୍ଟ ଜିଲ୍ଲାପାଳ ଙ୍କ ଏପ୍ରିଲ 25 ନିର୍ଦେଶନାମା ଉପରେ ରହିତାଦେଶ ଜାରି କରିବା ସହ ଅଗଷ୍ଟ 13 ତାରିଖରେ ଜିଲ୍ଲାପାଳ ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଧେଶ ଦେଇଥିଲେ।


Body:no need


Conclusion:no need

ABOUT THE AUTHOR

...view details